ଶତାବ୍ଦୀର ସବୁଠୁ ବଡ଼ ପ୍ରତାରଣା କରିଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ବର୍ଷ ଧରି କେବଳ ମିଛ ପ୍ରତିଶ୍ରୁତିର ପାହାଡ଼ ଉପରେ ଓଡ଼ିଆ ଲୋକଙ୍କୁ ଠିଆ କରାଇ ଠକି ଚାଲିଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ନିର୍ବାଚନ ପ୍ରତିଶ୍ରୁତି ପାଳନ ନକରି ଓଲଟା ସବୁ ପ୍ରତିଶ୍ରୁତି ପୂରଣ ହୋଇଛି ବୋଲି ମନ୍ତ୍ରିପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ କହିବା ଓଡ଼ିଶାବାସୀଙ୍କ ସହ ଶତାବ୍ଦୀର ସବୁଠୁ ବଡ଼ ପ୍ରତାରଣା ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା […]

samirmohanty

samirmohanty

Manoranjan Sial
  • Published: Tuesday, 05 March 2019
  • Updated: 06 March 2019, 01:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ବର୍ଷ ଧରି କେବଳ ମିଛ ପ୍ରତିଶ୍ରୁତିର ପାହାଡ଼ ଉପରେ ଓଡ଼ିଆ ଲୋକଙ୍କୁ ଠିଆ କରାଇ ଠକି ଚାଲିଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ନିର୍ବାଚନ ପ୍ରତିଶ୍ରୁତି ପାଳନ ନକରି ଓଲଟା ସବୁ ପ୍ରତିଶ୍ରୁତି ପୂରଣ ହୋଇଛି ବୋଲି ମନ୍ତ୍ରିପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ କହିବା ଓଡ଼ିଶାବାସୀଙ୍କ ସହ ଶତାବ୍ଦୀର ସବୁଠୁ ବଡ଼ ପ୍ରତାରଣା ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି।

ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାନ୍ତି ଯେ, ୨୦୧୪ ମସିହାରେ ବିଜେଡି ଦେଇଥିବା ପ୍ରତିଶ୍ରୁତି ପାଳନ ନକରି ଓଲଟା ମନ୍ତ୍ରି ପରିଷଦ ବୈଠକରେ ସବୁ ପ୍ରତିଶ୍ରୁତି ପୂରଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୨୦୧୪ ମସିହାରେ ଚିଟଫଣ୍ଡ୍ ପଇସା ଫେରାଇବ ବୋଲି ଶାସକ ବିଜେଡି କହିଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଜମାକାରୀ ନିଜ ଟଙ୍କା ଫେରିପାଇଲେ ନାହିଁ। ସେହିପରି ଗ୍ରାମାଞ୍ଚଳରେ ପ୍ରତି ୫ହଜାର ପରିବାର ପାଇଁ ଏକ ସ୍ୱୟଂ ସଂପୂର୍ଣ୍ଣ ଚିକିତ୍ସ।ଳୟ ପ୍ରତିଷ୍ଠା ହେବ ବୋଲି ବିଜେଡି ୨୦୦୯ରେ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା। ଏବେ ରାଜ୍ୟରେ ପ୍ରତି ୨୪,୦୬୯ ଜନସଂଖ୍ୟାରେ ଗୋଟିଏ ଡାକ୍ତରଖାନା ଅଛି। ଏହି ଡାକ୍ତରଖନା ଗୁଡିକ କେତେ ସ୍ୱୟଂସମ୍ପୂର୍ଣ୍ଣ ତାହା ଓଡ଼ିଶାବାସୀ ଜାଣନ୍ତି।

ସେହିପରି ସମସ୍ତ ଡାକ୍ତର ପଦବୀ ପୂରଣ, ସବୁଜିଲ୍ଲା ଓ ବ୍ଲକ ସ୍ତରରେ ରକ୍ତଭଣ୍ଡାର ଖୋଲିବା, ପ୍ରତି ବ୍ଲକରେ ଭ୍ରାମ୍ୟମାଣ ଡାକ୍ତରଖାନା ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏସବୁ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ବିଜେପି ପ୍ରଶ୍ନ କରିଛି। ଜଳସେଚନ ବିଭାଗକୁ ଦୀର୍ଘ ବର୍ଷ ଧରି ନିଜ ଅଧୀନରେ ରଖି ମଧ୍ୟ ଆଜି ପର୍ଯ୍ୟନ୍ତ ସବୁ ଜମିକୁ ଜଳସେଚିତ କରିପାରିଲେ ନାହିଁ। ୨୦୦୦ରେ ୨୫%, ୨୦୦୪ରେ ଆହୁରି ଅଧିକ ୨୫%, ୨୦୧୪ରେ ୧୦ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ଦେବେ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ କହିଥିଲେ। ଏ ସବୁକୁ ମିଶେଇଲେ ଆଜି ଓଡ଼ିଶାର ଜଳସେଚନ ଆଜି ୮୦% ରେ ପହଞ୍ଚିଥାନ୍ତା। ରାଜ୍ୟରେ ମୋଟ ଚାଷଜମିର ୨୯% ହେଉଛି ଜଳସେଚିତ ଜମି। ମାତ୍ର ୧୯୮ ବ୍ଲକରେ ମାତ୍ର ୩୫% ଜଳସେଚନ ଲକ୍ଷ୍ୟ ପୂରଣ ହୋଇଛି।

ସେହିପରି ୨୦୧୪ ନିର୍ବାଚନ ଇସ୍ତାହାରରେ ପିପିପି ମୋଡରେ କୃଷି ଉତ୍ପାଦନର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ପାଇଁ ଶାସକ ବିଜେଡି ପ୍ରତିଶ୍ରୁତି ଦେଇଥିଲା। ମୁଖ୍ୟମନ୍ତ୍ରୀ କେତେ ଶୀତଳ ଭଣ୍ଡାର ନିର୍ମାଣ କରିଛନ୍ତି ତାହାର ହିସାବ ଦେବାକୁ ବିଜେପି ଦାବି କରିଛି। ସେହିପରି ୨୦୧୪ରେ ସମସ୍ତ କଚ୍ଚା ଘରକୁ ପକ୍କା ଘର କରାଯିବ ବୋଲି ବିଜେଡି ପ୍ରତିଶ୍ରୁତି ଦେଇଥିଲା। ଏବେ ସୁଦ୍ଧା କେତେ ଲୋକଙ୍କୁ ପକ୍କା ଘର ମିଳିଛି ତା’ର ହିସାବ ଦେବାକୁ ବିଜେପି କହିଛି।

୨୦୧୪ ନିର୍ବାଚନ ଇସ୍ତାହାରରେ ସହରରେ ଗୋଟିଏ ବି ପରିବାର ବିନା ପକ୍କାଘରରେ ରହିବେ ନାହିଁ ବୋଲି ବିଜେଡି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବସ୍ତିବାସିନ୍ଦାଙ୍କୁ ପକ୍କାଘର ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ୨ଲକ୍ଷ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦେବାକୁ କହିଥିବାବେଳେ ଏବେସୁଦ୍ଧା ମାତ୍ର ୬୫୦୦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ମିଳିଛି। ସବୁ ପରିବାରକୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଗ୍ରାମାଞ୍ଚଳର ମାତ୍ର ୨ପ୍ରତିଶତ ପରିବାରକୁ ପାଇପ୍ ସଂଯୋଗ ହୋଇଛି। ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କାର ବୋନସ୍ ଦେବେ ବୋଲି ସୋହେଲାରେ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିଲେ। ଏହି ସମସ୍ତ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ପ୍ରଶ୍ନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story