ନାଁ ନନେଇ ଲେଖାଶ୍ରୀଙ୍କୁ କଳାପାହାଡ଼ର ଭଉଣୀ ସହ ତୁଳନା କଲେ ଅରୂପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଜଗନ୍ନାଥଙ୍କୁ ଧ୍ୱଂସ କରିବା ପାଇଁ କଳାପାହାଡ଼ ଆସିଥିଲେ। ତାଙ୍କର ଭଗିନୀ ଭଳି ଆଚରଣ କରୁଛନ୍ତି ସେ।” ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାଁ ନନେଇ ଏପରି ଢ଼ଙ୍ଗରେ ଆଜି ବିଜେଡି ନେତା ଅରୂପ ପଟ୍ଟନାୟକ ଆକ୍ରମଣ କରିଛନ୍ତି। ସେ କହିଛନ୍ତି-“ପ୍ରଭୁ ଜଗନ୍ନାଥ ଏବଂ ପୁରୀ ବିନା ଓଡ଼ିଶାର ଅସ୍ତିତ୍ୱ ନାହିଁ। ଏମିତି କହି ସେ ନିର୍ବୋଧ, ବାଚାଳାମୀ, ଅହଙ୍କାରୀର ପରିଚୟ ଦେଇଛନ୍ତି। କଳାପାହାଡ଼ର ଭଉଣୀ ଭଳି ସେ ବ୍ୟବହାର କରୁଛନ୍ତି। ଦାୟିତ୍ୱହୀନ ମନ୍ତବ୍ୟ, ଏଥିରେ […]

arup

Manoranjan Sial
  • Published: Tuesday, 17 November 2020
  • , Updated: 17 November 2020, 04:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଜଗନ୍ନାଥଙ୍କୁ ଧ୍ୱଂସ କରିବା ପାଇଁ କଳାପାହାଡ଼ ଆସିଥିଲେ। ତାଙ୍କର ଭଗିନୀ ଭଳି ଆଚରଣ କରୁଛନ୍ତି ସେ।” ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାଁ ନନେଇ ଏପରି ଢ଼ଙ୍ଗରେ ଆଜି ବିଜେଡି ନେତା ଅରୂପ ପଟ୍ଟନାୟକ ଆକ୍ରମଣ କରିଛନ୍ତି।

ସେ କହିଛନ୍ତି-“ପ୍ରଭୁ ଜଗନ୍ନାଥ ଏବଂ ପୁରୀ ବିନା ଓଡ଼ିଶାର ଅସ୍ତିତ୍ୱ ନାହିଁ। ଏମିତି କହି ସେ ନିର୍ବୋଧ, ବାଚାଳାମୀ, ଅହଙ୍କାରୀର ପରିଚୟ ଦେଇଛନ୍ତି। କଳାପାହାଡ଼ର ଭଉଣୀ ଭଳି ସେ ବ୍ୟବହାର କରୁଛନ୍ତି। ଦାୟିତ୍ୱହୀନ ମନ୍ତବ୍ୟ, ଏଥିରେ ବିଜେପିର ଅନୁମୋଦନ ଥିଲା ଭଳି ଲାଗୁନି।”

ସୂଚନାରୁ ପ୍ରକାଶ, ଆଗରୁ ପୁରୀକୁ ସାରା ଦେଶର ଲୋକମାନେ କଲିକତାରେ ବୋଲି ଭାବୁଥିଲେ। ସମ୍ୱିତ ପାତ୍ର ପୁରୀରୁ ଛିଡ଼ା ହେବା ପରେ ଲୋକେ ଏହାକୁ ଓଡ଼ିଶାର ବୋଲି କହିଲେ। ଏପରି ମନ୍ତବ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦେଇଥିଲେ। ଯାହାକୁ ନେଇ ବିଜେଡି କଡ଼ା ପ୍ରତିକ୍ରିୟା ଦେଇଛି।

Related story