ଅରୂପ ଅଲୋଡ଼ା ଥିଲେ, ଏବେ ଦାୟିତ୍ୱ ଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ ଆଇପିଏସ୍ ଅଫିସର ତଥା ଭୁବନେଶ୍ୱରରୁ ବିଜେଡିର ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ଦଳ ପକ୍ଷରୁ ଆଜି ନୂଆ ଦାୟିତ୍ୱ ମିଳିଛି। ବିଜେଡିର ସାମାଜିକ ସେବା ୱିଙ୍ଗ ଅନ୍ତର୍ଗତ ଆୟୋଜିତ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମର ଆବାହକ ଭାବେ ଶ୍ରୀ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି। ସାଧାରଣ ନିର୍ବାଚନ ପରେ ଶ୍ରୀ ପଟ୍ଟନାୟକଙ୍କୁ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଥିବାବେଳେ ଏବେ ପୁଣିଥରେ ତାଙ୍କୁ ଆଗକୁ ଅଣାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

bjd-leader-arup-patnaik-got-new-duty

Manoranjan Sial
  • Published: Friday, 25 October 2019
  • , Updated: 25 October 2019, 07:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ ଆଇପିଏସ୍ ଅଫିସର ତଥା ଭୁବନେଶ୍ୱରରୁ ବିଜେଡିର ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ଦଳ ପକ୍ଷରୁ ଆଜି ନୂଆ ଦାୟିତ୍ୱ ମିଳିଛି। ବିଜେଡିର ସାମାଜିକ ସେବା ୱିଙ୍ଗ ଅନ୍ତର୍ଗତ ଆୟୋଜିତ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମର ଆବାହକ ଭାବେ ଶ୍ରୀ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି। ସାଧାରଣ ନିର୍ବାଚନ ପରେ ଶ୍ରୀ ପଟ୍ଟନାୟକଙ୍କୁ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଥିବାବେଳେ ଏବେ ପୁଣିଥରେ ତାଙ୍କୁ ଆଗକୁ ଅଣାଯାଇଛି।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଏହି ନୂଆ କାର୍ଯ୍ୟକ୍ରମର ଆବାହକ ଭାବେ ଅରୂପ ପଟ୍ଟନାୟକଙ୍କୁ ଆବାହକ ଦାୟିତ୍ୱ ଦେଇଥିବା ବେଳେ ସହ-ଆବାହକ ଭାବେ ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ନଳିନୀକାନ୍ତ ପ୍ରଧାନ କାର୍ଯ୍ୟ କରିବେ। ସେହିପରି ବିଧାୟକ ଅନନ୍ତ ନାରାୟଣ ଜେନା, ସୁଧୀର ସାମଲ, ସୁଶାନ୍ତ ରାଉତ, ସଞ୍ଜୀବ ମଲ୍ଲିକ, ମନୋହର ରନ୍ଧାରୀ, ଲତିକା ପ୍ରଧାନ, ରୀତା ତରାଇ, ଗୌରହରି ମିଶ୍ର, ଭାରତୀ ସିଂ, ସୁନୀତା ବିଶ୍ୱାଳ, ସନ୍ଧ୍ୟାକୁମାରୀ ନାୟକ ଓ ଡେଜାଲିନ୍ ମହାପାତ୍ରଙ୍କୁ ସଦସ୍ୟ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

Related story