ବିଜେପିରେ ମିଶିଲେ କୃଷ୍ଣପ୍ରସାଦ ବ୍ଲକ୍ ଅଧ୍ୟକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବ୍ରହ୍ମଗିରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସୌଦାମିନୀ ମାନସିଂହ ଆଜି ବିଜେପିରେ ସାମିଲ ହୋଇଛନ୍ତିା ତାଙ୍କ ସହ ବିଜେଡି ନେତା ସୁକାନ୍ତ ମାନସିଂହ ଏବଂ ପୁରୀ ଜିଲ୍ଲାର ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କୃଷ୍ଣପ୍ରସାଦ ବ୍ଲକର ବିଜେଡି ଅଧ୍ୟକ୍ଷା ଶ୍ରୀମତୀ ମାନସିଂହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ପେଟ୍ରୋଲିୟମ […]

Soudamini-Mansingh

Manoranjan Sial
  • Published: Thursday, 17 October 2019
  • , Updated: 17 October 2019, 06:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବ୍ରହ୍ମଗିରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସୌଦାମିନୀ ମାନସିଂହ ଆଜି ବିଜେପିରେ ସାମିଲ ହୋଇଛନ୍ତିା ତାଙ୍କ ସହ ବିଜେଡି ନେତା ସୁକାନ୍ତ ମାନସିଂହ ଏବଂ ପୁରୀ ଜିଲ୍ଲାର ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କୃଷ୍ଣପ୍ରସାଦ ବ୍ଲକର ବିଜେଡି ଅଧ୍ୟକ୍ଷା ଶ୍ରୀମତୀ ମାନସିଂହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ବିଧିବଦ୍ଧ ଭାବେ ଦଳରେ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ଓ ବିଶେଷକରି ପୁରୀ ଜିଲ୍ଲାରେ ବିଜେପି ସଂଗଠନ ଅଧିକ ସୁଦୃଢ଼ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ମିଶ୍ରଣ ପର୍ବରେ ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ରାଜ୍ୟ ଉପସଭାପତି ରମାରଞ୍ଜନ ବଳିଆରସିଂହ, ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ପୁରୀ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରଡ଼ାଙ୍କ ସମେତ ଆଶ୍ରିତ ପଟ୍ଟନାୟକ ଓ ରବି ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପୁରୀ ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ଏବେ ବିଜେପି କବଜାରେ ରହିଛି। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ପୂର୍ବରୁ କଂଗ୍ରେସ ଓ ପରେ ବିଜେଡିର ଗଡ଼ ଭାବେ ପରିଚିତ ଥିଲା।

Related story