ପାୱାର୍ ଦେଖିବୁ କି... ଜିଆରଏସଙ୍କୁ ବିଜେଡି ନେତାଙ୍କ ଧମକ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଗ୍ରାମ ରୋଜଗାର ସେବକଙ୍କୁ ବିଜେଡି ନେତାଙ୍କ ଧମକ। ଫୋନ୍ କଲରେ ଦଳ ବିରୋଧୀ କାମ କରିଥିବା ଅଭିଯୋଗରେ ଧମକ ଦେଇଛନ୍ତି ବିଜେଡି ନେତା ବିଶ୍ୱନାଥ ତ୍ରିପାଠୀ । ଦଳ ପାଇଁ କାମ ନକରିବାରୁ ଖୋଲାଖୋଲି ଫୋନ୍‌ରେ ଚାକିରି ନେଇଯିବାକୁ ଧମକ ଦେଇଛନ୍ତି । ଯାହାର ଅଡିଓ ଏବେ ଭାଇରାଲ୍ ହୋଇଛି। ଝାରସୁଗୁଡ଼ା ବ୍ଲକ ହିର୍ମା ଗାଁର ଜିଆରଏସ୍ ରାଧେଶ୍ୱାମ ସାହୁଙ୍କୁ ଫୋନ୍ କରି ବିଶ୍ୱନାଥ ଧମକ ଦେଇଥିବା ଅଭିଯୋଗ ହୋଇଛି । ପାୱାର୍ ଦେଖିବୁ […]

lkl

Tapas Behera
  • Published: Sunday, 07 March 2021
  • , Updated: 07 March 2021, 05:43 PM IST

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଗ୍ରାମ ରୋଜଗାର ସେବକଙ୍କୁ ବିଜେଡି ନେତାଙ୍କ ଧମକ। ଫୋନ୍ କଲରେ ଦଳ ବିରୋଧୀ କାମ କରିଥିବା ଅଭିଯୋଗରେ ଧମକ ଦେଇଛନ୍ତି ବିଜେଡି ନେତା ବିଶ୍ୱନାଥ ତ୍ରିପାଠୀ । ଦଳ ପାଇଁ କାମ ନକରିବାରୁ ଖୋଲାଖୋଲି ଫୋନ୍‌ରେ ଚାକିରି ନେଇଯିବାକୁ ଧମକ ଦେଇଛନ୍ତି । ଯାହାର ଅଡିଓ ଏବେ ଭାଇରାଲ୍ ହୋଇଛି। ଝାରସୁଗୁଡ଼ା ବ୍ଲକ ହିର୍ମା ଗାଁର ଜିଆରଏସ୍ ରାଧେଶ୍ୱାମ ସାହୁଙ୍କୁ ଫୋନ୍ କରି ବିଶ୍ୱନାଥ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ପାୱାର୍ ଦେଖିବୁ କି କହିବା ସହ ଦୁଇ ଦିନରେ ଚାକିରିରୁ କାଢ଼ି ଦେବାକୁ ଧମକ ଦେଇଛନ୍ତି ବିଶ୍ୱନାଥ । ପାର୍ଟି ବିରୋଧରେ ଯାଉଛୁ, ସସ୍ପେଣ୍ଡ କରିଦେବୁ ବୋଲି ବିଶ୍ୱନାଥ, ରାଧେଶ୍ୱାମଙ୍କୁ ଫୋନ୍‌ରେ ଚେତାବନୀ ଦେଇଛନ୍ତି । ଯାହାର ଜବାବ ରଖି ରାଧେଶ୍ୱାମ ଚାକିରି ଛାଡ଼ି ଦେବେ ବୋଲି କହିଛନ୍ତି ।

ଏହି କଥାବାର୍ତ୍ତାର ଅଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଅଭିଯୋଗ ଅନୁସାରେ, ବିଶ୍ୱନାଥ ହେଉଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ନିକଟତର।  ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସେ ନବଙ୍କ ସମେତ ଅନ୍ୟ ନେତାଙ୍କ ସହ ସାମିଲ ହୋଇଥିବା ଫଟୋ ରହିଛି । ଏନେଇ ବିରୋଧୀ ବିଜେପି ନବ ଏବଂ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛି । ତେବେ ବିବାଦକୁ ନେଇ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ମନ୍ତ୍ରୀ ନବ ଦାସ। ସେହିପରି ଏସମ୍ପର୍କରେ ବିଶ୍ୱନାଥଙ୍କ ପ୍ରତିକ୍ରିୟା ମିଳିପାରିନି।

Related story