ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡି ଆଗୁଆ

ବାଲେଶ୍ୱର/ ତିର୍ତ୍ତୋଲ(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଥିବା ବେଳେ ଉଭୟ ଆସନରେ ବିଜେଡି ଆଗୁଆ ଥିବା ଜଣାଯାଇଛି। ମିଳିଥିବା  ବାଲେଶ୍ୱର ବିଧାନସଭାରେ ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆ ରହିଛି। ପୋଷ୍ଟାଲ ବାଲାଟରେ ମୋଟ ଭୋଟ  ସଂଖ୍ୟା ୭୧୮୪ ଥିବା ବେଳେ  ବିଜେଡି ଖାତାରେ ୩୪୨୭ ପଡ଼ିଥିବା ବେଳେ ଓ ବିଜେପି ୨୮୧୨ ଭୋଟ ହାତେଇ ପାରିଥିବା ଜଣାଯାଇଛି। ସେହିପରି, ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ଆଗୁଆ […]

vvpat-evm-

Niharika Rout
  • Published: Tuesday, 10 November 2020
  • , Updated: 10 November 2020, 10:43 AM IST

ବାଲେଶ୍ୱର/ ତିର୍ତ୍ତୋଲ(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଥିବା ବେଳେ ଉଭୟ ଆସନରେ ବିଜେଡି ଆଗୁଆ ଥିବା ଜଣାଯାଇଛି।

ମିଳିଥିବା  ବାଲେଶ୍ୱର ବିଧାନସଭାରେ ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆ ରହିଛି। ପୋଷ୍ଟାଲ ବାଲାଟରେ ମୋଟ ଭୋଟ  ସଂଖ୍ୟା ୭୧୮୪ ଥିବା ବେଳେ  ବିଜେଡି ଖାତାରେ ୩୪୨୭ ପଡ଼ିଥିବା ବେଳେ ଓ ବିଜେପି ୨୮୧୨ ଭୋଟ ହାତେଇ ପାରିଥିବା ଜଣାଯାଇଛି।

ସେହିପରି, ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ଆଗୁଆ ଥିବା ବେଳେ ପ୍ରଥମ ରାଉଣ୍ଡରେ ବିଜେଡିକୁ ୩୮୫୨ ଭୋଟ ମିଳିଛି। ବିଜେଡି ପଛକୁ ବିଜେପିକୁ ୨୭୭୪ ଓ କଂଗ୍ରେସକୁ ମିଳିଛି ୪୪୨ ଭୋଟ।

ସୂଚନାଯୋଗ୍ୟ, ଗଣତି ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ୩ଟି ଲେଖାଏଁ କାଉଣ୍ଟିଂ ହଲ୍ ରହିଛି । ଦୁଇଟି ହଲ୍‌ରେ ୭ଟି ଲେଖାଏଁ  ୧୪ଟି ଟେବୁଲ ଓ ତୃତୀୟ ହଲ୍‌ରେ ପୋଷ୍ଟାଲ୍ ବ୍ୟାଲଟ୍‌ରେ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲ୍‌ରେ ଗଣନା ପାଇଁ ୩ ଜଣ ଲେଖାଏଁ କର୍ମଚାରୀ ଏବଂ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ଥିବା ଜଣାଯାଇଛି।

Related story