ମହାନଦୀ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେଡି ବିଧାୟକ

Ordigital Desk
  • Published: Friday, 08 September 2017
  • , Updated: 08 September 2017, 01:37 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ମହାନଦୀ ପ୍ରସଙ୍ଗ ଓ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ରାଜଭବନ ଯାଇ ରାଜ୍ୟପାଳ ଡକ୍ଟର ଏସ.ସି ଜମିରଙ୍କୁ ଭେଟିଛନ୍ତି ବିଜେଡି ବିଧାୟକଙ୍କ ପ୍ରତିନିଧି ଦଳ। ଏହି ପ୍ରତିନିଧି ରାଜ୍ୟପାଳଙ୍କୁ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି।</p> <p>ପୂର୍ବରୁ ରାଜ୍ୟପାଳଙ୍କ ଅଫିସ୍ ସହ ଯୋଗାଯୋଗ ନ କରି ହଠାତ୍ ଶାସକ ଦଳର କର୍ମୀମାନେ ରାଜଭବନ ଯାଇଥିବାରୁ ସେମାନଙ୍କୁ ସେଠାରେ କିଛି ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ଦଳର କିଛି ବରିଷ୍ଠ ନେତା ରାଜ୍ୟପାଳଙ୍କ ଅଫିସ୍ ସହ ଯୋଗାଯୋଗ କରିବା ପରେ ସେମାନଙ୍କୁ ରାଜ୍ୟପାଳଙ୍କୁ ଭେଟିବାକୁ ଅନୁମତି ମିଳିଥିଲା। ସେମାନେ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ।</p> <p>ଆଜି ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ଅରମ୍ଭ ହେବା କ୍ଷଣି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ପ୍ରଶ୍ନକାଳରେ ଶାସକ ଦଳର ସଭ୍ୟମାନେ ହୋହଲ୍ଲା ନାରାବାଜି କରିଥିଲେ। ଫଳରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ରଖିଥିଲେ ବାଚସ୍ପତି। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଶାସକ ଦଳ ସଦସ୍ୟମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ନାରାବାଜି କରିଥିଲେ।</p> <p>&amp;nbsp;</p>

Related story