ସରପଞ୍ଚଙ୍କ ସ୍ୱାମୀ ଓ ସାମ୍ବାଦିକ ହତ୍ୟା ପଛରେ ବିଜେଡି!

ବାଙ୍କୀ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଖଜୁରିପଦା-ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ସାମ୍ବାଦିକ ଆଦିତ୍ୟ ରଣସିଂଙ୍କୁ ଗତକାଲି ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଭୟ ଆଉ ଆତଙ୍କରେ ଶୂନ୍‌ଶାନ୍‌ ହୋଇଯାଇଛି ଗାଁ ଦାଣ୍ଡ। ଆଉ ଘର ଅଗଣା ଫାଟିପଡ଼ୁଛି ଆକୁଳ ଚିତ୍କାରରେ। ଆଉ ଏପଟେ କଟକ ଅତିରିକ୍ତ ଗ୍ରାମାଞ୍ଚଳ ଏସ୍‌ପି ଚଳାଇଛନ୍ତି ଖୋଳତାଡ଼। ସୁରକ୍ଷା ଦୃଷ୍ଟିରୁ ଗାଁରେ ମୁତୟନ ହୋଇଛନ୍ତି ୩ ପ୍ଲାଟୁନ ଫୋର୍ସ। […]

murder-mistri

Manoranjan Sial
  • Published: Sunday, 16 February 2020
  • , Updated: 16 February 2020, 07:35 PM IST

ବାଙ୍କୀ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଖଜୁରିପଦା-ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ସାମ୍ବାଦିକ ଆଦିତ୍ୟ ରଣସିଂଙ୍କୁ ଗତକାଲି ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଭୟ ଆଉ ଆତଙ୍କରେ ଶୂନ୍‌ଶାନ୍‌ ହୋଇଯାଇଛି ଗାଁ ଦାଣ୍ଡ। ଆଉ ଘର ଅଗଣା ଫାଟିପଡ଼ୁଛି ଆକୁଳ ଚିତ୍କାରରେ। ଆଉ ଏପଟେ କଟକ ଅତିରିକ୍ତ ଗ୍ରାମାଞ୍ଚଳ ଏସ୍‌ପି ଚଳାଇଛନ୍ତି ଖୋଳତାଡ଼। ସୁରକ୍ଷା ଦୃଷ୍ଟିରୁ ଗାଁରେ ମୁତୟନ ହୋଇଛନ୍ତି ୩ ପ୍ଲାଟୁନ ଫୋର୍ସ। କାରଣ ରାଜନୈତିକ ହିଂସାରେ ମୁଣ୍ଡ ଗଡ଼ିଛି ଆଦିତ୍ୟ ରଣସିଂ ଓ ଭଗବାନ ସ୍ୱାଇଁଙ୍କର। ଶାସକ ଦଳର ସମର୍ଥକମାନେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଶନିବାର ଅପରାହ୍ନ ୨ଟାରେ ବାଙ୍କୀ ବ୍ଲକରୁ କାମ ସାରି ନୂଆଗାଁକୁ ଗୋଟିଏ ବାଇକ୍‌ରେ ଫେରୁଥିଲେ ଭଗବାନ, ଆଦିତ୍ୟ ଓ ଆଦିତ୍ୟଙ୍କ ସଂପର୍କୀୟ ମାନସ ରଞ୍ଜନ ସିଂ। କିନ୍ତୁ ଯୋକଲାଞ୍ଜିଠାରେ ରାସ୍ତାରେ ବନ୍ଧାଯାଇଥିବା ତାରରେ ଛନ୍ଦି ହୋଇ ପଡ଼ିଯାଇଥିଲେ ସମସ୍ତେ। ପୂର୍ବରୁ ଛକି ରହିଥିବା ପାଣ୍ଡବ ପ୍ରଧାନ, ଭ୍ରମର ପ୍ରଧାନ, କୁମର ପ୍ରଧାନ, କାଳିଆ, ବଳିଆ, ଦୀପୁ ପ୍ରଧାନ ସମେତ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ମୃତ୍ୟୁକାଳୀନ ଜମାନ ବନ୍ଦୀରେ କହିଛନ୍ତି ଭଗବାନ। ଆକ୍ରମଣରେ ଭଗବାନ ଓ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତି ଯାଇଥିଲେ ମାନସ। ଆକ୍ରମଣକାରୀ ବିଜେଡିର ସ୍ଥାନୀୟ ସମର୍ଥକ ବୋଲି ଆଦିତ୍ୟଙ୍କ ସମ୍ପର୍କୀୟ ଓ ମୃତ୍ୟୁ ପୂର୍ବର ଜମାନବନ୍ଦୀରେ କହିଛନ୍ତି ଭଗବାନ। ତେବେ ଏନେଇ ବିଜେଡି ନେତା ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

Related story