ବାଙ୍କୀରେ ଡବଲ୍‌ ମର୍ଡର, ଚକ୍ରବ୍ୟୂହରେ ଫସିଗଲେ ସରପଞ୍ଚଙ୍କ ସ୍ୱାମୀ ଓ ସହଯୋଗୀ

‍‍‍ବାଙ୍କୀ(ସଞ୍ଜୀପ ନାୟକ): ରାଜନୈତିକ ଚକ୍ରବ୍ୟୂରେ ଫସିଗଲେ କଟକ ଜିଲ୍ଲା ଖଜୁରିପଦା-ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ। ଉଭୟେ ପଞ୍ଚାୟତ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଖଜୁରିପଦା-ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ଆଜି ଅପରାହ୍ନ ପ୍ରାୟ ୨ଟା ୩୦ରେ ପଞ୍ଚାୟତ କାର୍ଯ୍ୟସାରି ଏକ ବାଇକରେ ଘରକୁ ଫେରୁଥିଲେ। ଏହି […]

crime-in-banki

crime-in-banki

Manoranjan Sial
  • Published: Saturday, 15 February 2020
  • Updated: 15 February 2020, 05:37 PM IST

Sports

Latest News

‍‍‍ବାଙ୍କୀ(ସଞ୍ଜୀପ ନାୟକ): ରାଜନୈତିକ ଚକ୍ରବ୍ୟୂରେ ଫସିଗଲେ କଟକ ଜିଲ୍ଲା ଖଜୁରିପଦା-ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ। ଉଭୟେ ପଞ୍ଚାୟତ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଖଜୁରିପଦା-ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ଆଜି ଅପରାହ୍ନ ପ୍ରାୟ ୨ଟା ୩୦ରେ ପଞ୍ଚାୟତ କାର୍ଯ୍ୟସାରି ଏକ ବାଇକରେ ଘରକୁ ଫେରୁଥିଲେ। ଏହି ସମୟରେ ଯୋକଲାଞ୍ଜିଠାରେ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଉଭୟ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଆଦିତ୍ୟ ଓ ଭଗବାନଙ୍କୁ ମୃତ ଘୋଷଣା କରିଥିଲେ।

ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ଖଜୁରୀପଦା ଗାଁରେ ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ବୈଦେଶ୍ୱର ଥାନା ପୁଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos