ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାରେ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଦଳୀୟ ବିଧାୟକ ମନୋହର ରନ୍ଧାରୀ ଡାବୁଗାଁ ଅଞ୍ଚଳରେ ଶାଢି ବାଣ୍ଟୁଥିବା କଂଗ୍ରେସ ଅଭିଯୋଗ କରିଛି।
ଦଳ ଅଭିଯୋଗ କରିଛି, ଗ୍ୟାସ୍ ସିଲିଣ୍ଡର ବିତରଣ ଗାଡ଼ିରେ ଶାଢ଼ି ବୋଝେଇ ହୋଇ ଯାଉଛି। ଖାଲି ସେତିକି ନୁହେଁ, ଗାଡ଼ିର ନମ୍ବର ବି ବଦଳାଇ ଦିଆଯାଉଛି।
ଏହାର ପ୍ରମାଣ ସ୍ୱରୂପ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି କିଛି ଫଟୋ ମଧ୍ୟ ଦେଖାଇଛି।
[caption id="attachment_351930" align="aligncenter" width="748"]
ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି,“ ଜିଲ୍ଲାରେ ବିଜେଡି ଆଚରଣ ବିଧି ଉଲ୍ଲଂଘନ କରିଛି। ବିଧାୟକ ମନୋହର ରନ୍ଧାରୀ ତାଙ୍କ ଗ୍ୟାସ୍ ଏଜେନ୍ସି ଗାଡ଼ିରେ ବସ୍ତାବସ୍ତା ଲୁଗାପଟା ଡାବୁଗାଁରେ ରଖିଛନ୍ତି। ଏହାର ସମସ୍ତ ତଥ୍ୟ ମୋବାଇଲ୍ରେ ଅଛି।”
କଂଗ୍ରେସର ଅଭିଯୋଗ ପ୍ରସଙ୍ଗରେ ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥାଇ ସରକାରୀ ବିଜ୍ଞାପନ ଲାଗିଥିବା ମଧ୍ୟ କଂଗ୍ରେସ ଅଭିଯୋଗ କରିଛି।