ହଟହଟା ହେଲେ ବିଜେଡି ବିଧାୟକ

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମରେ ହଟହଟା ହେଲେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ସମ୍ପରିଆ ପଞ୍ଚାୟତର କାର୍ଯ୍ୟକ୍ରମରେ ସେ ଯୋଗ ଦେବାକୁ ଯାଇଥିଲେ। ହେଲେ ପଞ୍ଚାୟତ ନିର୍ବାଚନର ଦୁଇ ବର୍ଷ ପରେ ମଧ୍ୟ ସେଠାରେ କୌଣସି ଉନ୍ନୟନମୂଳକ କାମ ହୋଇ ନଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ ସ୍ଥାନୀୟ ଲୋକେ। ପଞ୍ଚାୟତ ଅଫିସ ନିର୍ମାଣ ଓ ଚତୁର୍ଦ୍ଦଶ ଅର୍ଥ କମିଶନରେ କୌଣସି କାର୍ଯ୍ୟ ହୋଇ ନଥିବାରୁ କ୍ଷୋଭ […]

jaeswar-6790

jaeswar-6790

Jyoshna Pradhan
  • Published: Tuesday, 01 January 2019
  • Updated: 01 January 2019, 12:35 PM IST

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମରେ ହଟହଟା ହେଲେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ସମ୍ପରିଆ ପଞ୍ଚାୟତର କାର୍ଯ୍ୟକ୍ରମରେ ସେ ଯୋଗ ଦେବାକୁ ଯାଇଥିଲେ। ହେଲେ ପଞ୍ଚାୟତ ନିର୍ବାଚନର ଦୁଇ ବର୍ଷ ପରେ ମଧ୍ୟ ସେଠାରେ କୌଣସି ଉନ୍ନୟନମୂଳକ କାମ ହୋଇ ନଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ ସ୍ଥାନୀୟ ଲୋକେ।

ପଞ୍ଚାୟତ ଅଫିସ ନିର୍ମାଣ ଓ ଚତୁର୍ଦ୍ଦଶ ଅର୍ଥ କମିଶନରେ କୌଣସି କାର୍ଯ୍ୟ ହୋଇ ନଥିବାରୁ କ୍ଷୋଭ ପ୍ରକାଶ କରି ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ କିଛି ଲୋକ ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ବିଧାୟକଙ୍କ ସମର୍ଥକଙ୍କ ସହିତ ଏକ ପ୍ରକାର ଠେଲାପେଲା ହୋଇଥିଲା। ଶେଷରେ ବିଧାୟକ ସେଠାରୁ ଫେରି ଯାଇଥିବା ଜଣାପଡ଼ିଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos