ମହାନଦୀ ପ୍ରସଙ୍ଗରେ ବିଜେଡିକୁ ଦାମ ବାଣ: କ’ଣ କହିଲେ ଭିଡିଓରେ ଦେଖନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀରେ ୭ଟି ପ୍ରକଳ୍ପ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳୁଛି। ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ କିଛି ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

ସେ କହିଛନ୍ତି, “ଏହି ପ୍ରକଳ୍ପ ହେବ ବୋଲି ସରକାର ସର୍ଭେ ଓ ଅଟକଳ କଲେ କେଉଁ ଦିନ ? କେତେ ପାଣି ମାଡ଼ିବ, କେତେ ଜାଗାରେ ରହିବ ଓ କେତେ ଟଙ୍କା ଖର୍ଚ୍ଚ ହେବ- ଏସବୁର ଅଟକଳ କ’ଣ ଗୋଟିଏ ଦିନରେ ହୋଇଗଲା ? ସରକାରଙ୍କ ଏପରି ନିଷ୍ପତ୍ତି ଲୋକ ଦେଖାଣିଆ ନା ଏଥିରେ ଆନ୍ତରିକତା ରହିଛି, ମୁଁ କହି ପାରିବି ନାହିଁ।”

ସେ କହିଛନ୍ତି, “ମହାନଦୀକୁ ନେଇ ସରକାର ଢେର ଆଗରୁ ସତର୍କ ହେବାର ଥିଲା। ହୀରାକୁଦ କ୍ୟାଚମେଣ୍ଟ ଏରିଆରେ ୧୪୮୨ ମିମି ବୃଷ୍ଟି ହେଉଛି। ସେଥି ମଧ୍ୟରୁ ୬୭ରୁ ୭୦ ପ୍ରତିଶତ ଜଳ ସମୁଦ୍ରକୁ ଚାଲି ଯାଉଛି। ତେଣୁ ଏସବୁ ପ୍ରକଳ୍ପ ଆଗରୁ କରିଥିଲେ ଛତିଶଗଡ଼ ଧମକ ଦେଇ ନଥାନ୍ତା। ହୀରାକୁଦ ଯେଉଁଠି ହୋଇଛି, ସେଠାରେ ଦୁଇଟି ପାହାଡ଼କୁ କାଟି ଆଉ ଏକ ପାହାଡ଼ କରିଦେବୁ ଓ ଛତିଶଗଡ଼ ପାଣି ଓଡ଼ିଶାକୁ ପୂରାଇ ଦେବୁ ନାହିଁ ବୋଲି ଯଦି ଆମେ ଧମକ ଦେବୁ ଛତିଶଗଡ଼ ବାଲା ବଞ୍ଚି ପାରିବେ ତ ?”

ସେ ଆହୁରି କହିଛନ୍ତି, “ମହାନଦୀ ଆଲୋଚନାକୁ ମୋତେ କେବେ ଡକା ଯାଇନି କି ଆସନ୍ତା ୧୬ ତାରିଖର ପ୍ରସ୍ତାବିତ ଆନ୍ଦୋଳନ କଥା ମୁଁ ଜାଣିନି।”

ମହାନଦୀର ଏବେର ଗତି ଓ ସ୍ଥିତି ନଅଙ୍କ ଦୁର୍ଭିକ୍ଷ ମନେ ପକାଇ ଦେଉଥିବା ବେଳେ ସରକାର ଏହା ଚିନ୍ତା ନକରି ଫାଲତୁ କାରବାରରେ ମାତିଛନ୍ତି ବୋଲି ସେ କହିଛନ୍ତି। ସରକାରଙ୍କ କଳସ ଓ ସାଇକେଲ ଆନ୍ଦୋଳନ ଭୋଟ ଆଣିପାରେ, ହେଲେ ଦୁଇ ତୃତୀୟାଂଶ ଲୋକଙ୍କ ଭାଗ୍ୟର ବିପର୍ଯ୍ୟୟ ଆଣିବ ବୋଲି ସେ କହିଛନ୍ତି।

Ordigital Desk
• Published: Sunday, 13 May 2018
• Updated: 13 May 2018, 04:11 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos