ଅସହାୟ ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ କେହି ଆସିଲେନି; ଶବକୁ ନିଜେ ବୋହି ନେଲେ ବିଜେଡି ବିଧାୟକ

ଭୁବନେଶ୍ୱର: ଜଣେ ଅସହାୟ ମହିଳାଙ୍କର ମୃତ୍ୟୁ ହୋଇଯିବା ପରେ ତାଙ୍କର ଅନ୍ତିମ ସଂସ୍କାର କରିବାକୁ କେହି ଆସିଲେ ନାହିଁ। ସାମାଜିକ ବାସନ୍ଦ ଭୟରେ ଗ୍ରାମବାସୀ ବି ନିଜକୁ ଦୂରେଇ ରଖିଲେ। ତେବେ ଜଣେ ବିଜେଡି ବିଧାୟକ ଓ ତାଙ୍କର ସଂପର୍କୀୟମାନେ ସେହି ମହିଳାଙ୍କ ଅନ୍ତିମ ସଂସ୍କାର କଲେ। ଘଟଣାଟି ଘଟିଛି ଝାରସୁଗୁଡ଼ା ଜିଲ୍ଲାର ଏକ ଗାଁରେ। ଶନିବାର ଦିନ ବିଜେଡି ବିଧାୟକ ରମେଶ ପଟୁଆ ତାଙ୍କ ପୁଅ ଓ ପୁତୁରାଙ୍କ ସହ ମିଶି ଉକ୍ତ ମହିଳାଙ୍କ ଅନ୍ତିମ […]

rameshpatua

Ordigital Desk
  • Published: Monday, 06 August 2018
  • , Updated: 06 August 2018, 09:38 AM IST

ଭୁବନେଶ୍ୱର: ଜଣେ ଅସହାୟ ମହିଳାଙ୍କର ମୃତ୍ୟୁ ହୋଇଯିବା ପରେ ତାଙ୍କର ଅନ୍ତିମ ସଂସ୍କାର କରିବାକୁ କେହି ଆସିଲେ ନାହିଁ। ସାମାଜିକ ବାସନ୍ଦ ଭୟରେ ଗ୍ରାମବାସୀ ବି ନିଜକୁ ଦୂରେଇ ରଖିଲେ।

[caption id="attachment_260580" align="alignleft" width="106"] ରମେଶ ପଟୁଆ[/caption]

ତେବେ ଜଣେ ବିଜେଡି ବିଧାୟକ ଓ ତାଙ୍କର ସଂପର୍କୀୟମାନେ ସେହି ମହିଳାଙ୍କ ଅନ୍ତିମ ସଂସ୍କାର କଲେ। ଘଟଣାଟି ଘଟିଛି ଝାରସୁଗୁଡ଼ା ଜିଲ୍ଲାର ଏକ ଗାଁରେ।

ଶନିବାର ଦିନ ବିଜେଡି ବିଧାୟକ ରମେଶ ପଟୁଆ ତାଙ୍କ ପୁଅ ଓ ପୁତୁରାଙ୍କ ସହ ମିଶି ଉକ୍ତ ମହିଳାଙ୍କ ଅନ୍ତିମ ସଂସ୍କାର କରିଥିଲେ। ସେମାନେ ଗାଁର ଏକ ଖୋଲା ସ୍ଥାନରେ ଗାତ ଖୋଳି ମୃତ ମହିଳାଙ୍କୁ ପୋତି ଦେଇଥିଲେ।

ମୃତ ମହିଳାଙ୍କ ଜଣେ ଦିଅର ଅଛନ୍ତି। ତେବେ ଅସୁସ୍ଥତା ଯୋଗୁ ସେ ଆସିପାରି ନଥିଲେ।

ଉପର ଫଟୋରେ ଜଣେ ବ୍ୟକ୍ତି ଟି-ସାର୍ଟ ପିନ୍ଧିଛନ୍ତି ଓ ଅଣ୍ଟାରେ ଗାମୁଛା ବାନ୍ଧିଛନ୍ତି। ସେ ହେଉଛନ୍ତି ବିଧାୟକ ରମେଶ ପଟୁଆ। ସେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ସୌଜନ୍ୟ- ଏନ୍‌ଡିଟିଭି

Related story