କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କେନ୍ଦ୍ର କୃଷି ବିଲ୍‌କୁ ବିରୋଧ କଲା ବିଜେଡି। ଆଜି ରାଜ୍ୟସଭାରେ ଏହି ବିଲ୍‌କୁ ବିରୋଧ କରିଛି ଦଳ। ରାଜ୍ୟସଭାରେ ଆଲୋଚନା ବେଳେ ଏହି ବିଲ୍‌କୁ ବିରୋଧ କରିଥିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ। ସେ କହିଥିଲେ, ଏହି ବିଲ୍‌ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ନେଇ କିଛି ବ୍ୟବସ୍ଥା ନାହିଁ। ଏହା ସହ ଏହି ବିଲ୍‌କୁ ସିଲେକ୍ଟ କମିଟି ପାଖକୁ ପଠାଇବାକୁ ସେ ଦାବି କରିଥିଲେ। ଲୋକସଭାରେ ପାରିତ ହୋଇସାରିଥିବା ଏହି […]

parliament-1

Jitendra Garnayak
  • Published: Sunday, 20 September 2020
  • , Updated: 20 September 2020, 01:31 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କେନ୍ଦ୍ର କୃଷି ବିଲ୍‌କୁ ବିରୋଧ କଲା ବିଜେଡି। ଆଜି ରାଜ୍ୟସଭାରେ ଏହି ବିଲ୍‌କୁ ବିରୋଧ କରିଛି ଦଳ। ରାଜ୍ୟସଭାରେ ଆଲୋଚନା ବେଳେ ଏହି ବିଲ୍‌କୁ ବିରୋଧ କରିଥିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ। ସେ କହିଥିଲେ, ଏହି ବିଲ୍‌ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ନେଇ କିଛି ବ୍ୟବସ୍ଥା ନାହିଁ। ଏହା ସହ ଏହି ବିଲ୍‌କୁ ସିଲେକ୍ଟ କମିଟି ପାଖକୁ ପଠାଇବାକୁ ସେ ଦାବି କରିଥିଲେ।

ଲୋକସଭାରେ ପାରିତ ହୋଇସାରିଥିବା ଏହି ବିଲ୍‌କୁ ନେଇ ଆଜି ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା ହୋଇଛି। ବିରୋଧୀ ଦଳମାନେ ଏହାକୁ ବିରୋଧ କରି ନାରାବାଜି କରିଛନ୍ତି। ଏପରିକି ଟିଏମ୍‌ସି ସାଂସଦ ଉପାଧ୍ୟକ୍ଷଙ୍କ ଟେବୁଲରୁ ଡ୍ରାଫ୍ଟ କପି ଛଡ଼ାଇ ନେଇ ଚରି ଦେଇଥିଲେ।

Related story