ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି, ମହାନଦୀ ଓ ରେଳ ଭିତ୍ତିଭୂମୀ ପ୍ରସଙ୍ଗରେ ଦାବି ରଖିବ ବିଜେଡି

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆସନ୍ତା ସୋମବାରଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ୱିତୀୟ ସତ୍ର । ଏହି ଅଧିବେଶନରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ଘେରିବ ବିଜେଡି । ବିଶେଷକରି ମହାନଦୀ ସହ ରେଲେଓ୍ୱ ପ୍ରସଙ୍ଗକୁ ଜୋରଦାର କରିବ ଦଳ । ଏ ନେଇ ଆଜି ନବୀନ ନୀବାସରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି।</p> <p>ଚଳିତ ଅଧିବେଶନରେ ସମଗ୍ର ଓଡ଼ିଶାକୁ ପୂର୍ବତଟ ରେଲେଓ୍ୱ ଅଧିନରେ ରଖିବାକୁ ଦାବି କରିବ ବିଜେଡି । ରାଉରକେଲା, ରାୟଗଡ଼ା ଓ ଯାଜପୁରରେ ତିନିଟି ରେଲେଓ୍ୱ ହେଡକ୍ୱାର୍ଟର ପ୍ରତିଷ୍ଠା ପାଇଁ ମଧ୍ୟ ଦଳ ଲଢ଼େଇ କରିବ। ତା ସହ ମହାନଦୀ ବିବାଦ ପ୍ରସଙ୍ଗରେ ଟ୍ରିବ୍ଯୁନାଲ କିଭଳି ତାର କାର୍ଯ୍ୟକ୍ରମ ଆରମ୍ଭ କରିବ ଓ ଛତିଶଗଡ଼ ନିର୍ମାଣାଧୀନ ପ୍ରକଳ୍ପ ବନ୍ଦ କରିବ, ସେ ନେଇ ଦାବି ରଖାଯିବ । ଅନ୍ୟପଟେ ପୋଲାଭରମ୍ ବିବାଦ, MSP, ବ୍ରାହ୍ଣଣୀରେ ଦ୍ୱିତୀୟ ସେତୁ ନିର୍ମାଣ, କୋଇଲା ରୟାଲଟି ବୃଦ୍ଧି, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଅଂଶଧନ ପରିବର୍ତ୍ତନ ଓ କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା ଆଦି ପ୍ରସଙ୍ଗ ସମ୍ପର୍କରେ କ୍ରିୟାନ୍ୱୟନ ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ସେପଟେ ଆଗକୁ ନିର୍ବାଚନ ଥିବାରୁ ସଂସଦର ଷ୍ଟାଣ୍ଡିଂ କମିଟି ସଦସ୍ୟ ପରିବର୍ତ୍ତନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି।</p>

Ordigital Desk
  • Published: Saturday, 03 March 2018
  • Updated: 03 March 2018, 08:44 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆସନ୍ତା ସୋମବାରଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ୱିତୀୟ ସତ୍ର । ଏହି ଅଧିବେଶନରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ଘେରିବ ବିଜେଡି । ବିଶେଷକରି ମହାନଦୀ ସହ ରେଲେଓ୍ୱ ପ୍ରସଙ୍ଗକୁ ଜୋରଦାର କରିବ ଦଳ । ଏ ନେଇ ଆଜି ନବୀନ ନୀବାସରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି।</p><p>ଚଳିତ ଅଧିବେଶନରେ ସମଗ୍ର ଓଡ଼ିଶାକୁ ପୂର୍ବତଟ ରେଲେଓ୍ୱ ଅଧିନରେ ରଖିବାକୁ ଦାବି କରିବ ବିଜେଡି । ରାଉରକେଲା, ରାୟଗଡ଼ା ଓ ଯାଜପୁରରେ ତିନିଟି ରେଲେଓ୍ୱ ହେଡକ୍ୱାର୍ଟର ପ୍ରତିଷ୍ଠା ପାଇଁ ମଧ୍ୟ ଦଳ ଲଢ଼େଇ କରିବ। ତା ସହ ମହାନଦୀ ବିବାଦ ପ୍ରସଙ୍ଗରେ ଟ୍ରିବ୍ଯୁନାଲ କିଭଳି ତାର କାର୍ଯ୍ୟକ୍ରମ ଆରମ୍ଭ କରିବ ଓ ଛତିଶଗଡ଼ ନିର୍ମାଣାଧୀନ ପ୍ରକଳ୍ପ ବନ୍ଦ କରିବ, ସେ ନେଇ ଦାବି ରଖାଯିବ । ଅନ୍ୟପଟେ ପୋଲାଭରମ୍ ବିବାଦ, MSP, ବ୍ରାହ୍ଣଣୀରେ ଦ୍ୱିତୀୟ ସେତୁ ନିର୍ମାଣ, କୋଇଲା ରୟାଲଟି ବୃଦ୍ଧି, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଅଂଶଧନ ପରିବର୍ତ୍ତନ ଓ କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା ଆଦି ପ୍ରସଙ୍ଗ ସମ୍ପର୍କରେ କ୍ରିୟାନ୍ୱୟନ ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ସେପଟେ ଆଗକୁ ନିର୍ବାଚନ ଥିବାରୁ ସଂସଦର ଷ୍ଟାଣ୍ଡିଂ କମିଟି ସଦସ୍ୟ ପରିବର୍ତ୍ତନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos