ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଜେଡି ପାର୍ଟି ମିଟିଂ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଜେଡି ପାର୍ଟି ମିଟିଂ! ଖାଲି ମିଟିଂ ନୁହେଁ, ଏଇଠି ବିଜେଡ଼ି ଦଳର ଷ୍ଟ୍ରାଟେଜି ତିଆରି ହେଉଛି ବୋଲି ସୋସିଆଲ୍ ମିଡିଆରେ ଜୋରଦାର ପ୍ରଚାର ମଧ୍ୟ ହେଉଛି। ଏମିତି ଲାଗୁଛି ବଦଳିଗଲା କି ବିଜେଡି କାର୍ଯ୍ୟାଳୟର ଠିକଣା ? ଭାଇରାଲ୍ ହେଉଥିବା ବିଜୁ ଛାତ୍ର ଓ ଯୁବ ଜନତା ଦଳର ଏକାଧିକ ନେତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ସବୁକୁ ଦେଖି ଏଭଳି ସନ୍ଦେହ ପ୍ରକାଶ କରିଛନ୍ତି ବିରୋଧୀ ଦଳମାନେ। ଅଭିଯୋଗ ମୁତାବକ […]

grivance-cell

grivance-cell

Niranjan Mishra
  • Published: Sunday, 11 September 2022
  • Updated: 11 September 2022, 09:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଜେଡି ପାର୍ଟି ମିଟିଂ! ଖାଲି ମିଟିଂ ନୁହେଁ, ଏଇଠି ବିଜେଡ଼ି ଦଳର ଷ୍ଟ୍ରାଟେଜି ତିଆରି ହେଉଛି ବୋଲି ସୋସିଆଲ୍ ମିଡିଆରେ ଜୋରଦାର ପ୍ରଚାର ମଧ୍ୟ ହେଉଛି। ଏମିତି ଲାଗୁଛି ବଦଳିଗଲା କି ବିଜେଡି କାର୍ଯ୍ୟାଳୟର ଠିକଣା ? ଭାଇରାଲ୍ ହେଉଥିବା ବିଜୁ ଛାତ୍ର ଓ ଯୁବ ଜନତା ଦଳର ଏକାଧିକ ନେତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ସବୁକୁ ଦେଖି ଏଭଳି ସନ୍ଦେହ ପ୍ରକାଶ କରିଛନ୍ତି ବିରୋଧୀ ଦଳମାନେ। ଅଭିଯୋଗ ମୁତାବକ ଗତ ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଚାଲିଛି ବିଜେଡି ବୈଠକ। ଲୋକଙ୍କ ହାରି ଗୁହାରି ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀ ଏଠାକୁ ଆସୁନଥିଲା ବେଳେ ଦଳୀୟ ବୈଠକ କିନ୍ତୁ ରୀତିମତ ଚାଲିଛି। ଯାହାକୁ ନେଇ ବିଜେଡି କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।

ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର କହିଛନ୍ତି, ସମସ୍ତ ପ୍ରକାର ନୀତି ଓ ନିୟମକୁ ବିଜେଡି ଜଳାଞ୍ଜଳି ଦେଇସାରିଲେଣି। ଏହା ଦୁଃଖର କଥା ଯେ ସରକାରୀ ଅଭିଯୋଗ ପ୍ରକୋଷ୍ଠକୁ ଦଳୀୟ ଅଫିସ୍‌ ଭଳି ବ୍ୟବହାର କରାଯାଉଛି। ଆଗାମୀ ଦିନରେ ଲୋକେ ଏହାର ଜବାବ ଦେବେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଯାହା ହେବା କଥା ନୁହେଁ ତାହା ହେଉଛି। ତୁରନ୍ତ ଏଭଳି କାର୍ଯ୍ୟରୁ ବିଜେଡି ଦୂରେଇ ରହୁ। ଅଫିସ୍‌ରମାନେ ଉପସ୍ଥିତ ରହି ଏଠାରେ ଲୋକଙ୍କ ସମସ୍ୟା ସମାଧାନ କରନ୍ତୁ। ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକେ ଠିକ୍ ଭାବେ ସହାୟତା ପାଇ ପାରୁଛନ୍ତି। ବିରୋଧୀ ଦଳ ଅଭିଯୋଗ ଲଗାଇବା ସ୍ୱଭାବିକ କଥା। ଏ ସବୁ ସତ୍ତ୍ୱେ ବିଜେଡି ଲୋକ ପ୍ରିୟତା ହାସଲ କରିଛି ଓ କରିବ।

ଏପଟେ ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଜୋରସୋରରେ ଚାଲିଛି ଚାକଚକ୍ୟ ନୂଆ ବିଜେଡି ପାର୍ଟି ଅଫିସ୍ ନିର୍ମାଣ କାମ। ଗତବର୍ଷ ରଥଯାତ୍ରାରେ ଏହାର ଭିତ୍ତି ପକାଇଥିଲେ ମୁଖ୍ୟମନ୍ତ୍ରୀ। ଦୁଇଟି ସରକାରୀ କ୍ୱାର୍ଟର V2/1 ଓ V2/2କୁ ବିଜେଡି ପାର୍ଟି ଅଫିସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି। ତେଣୁ ସେହି ସ୍ଥାନରେ ନୂଆ କାର୍ଯ୍ୟାଳୟ ପାଇଁ ନିର୍ମାଣ ଚାଲିଛି ୪ ମହଲା ବିଶିଷ୍ଟ ଅତ୍ୟାଧୁନିକ ଅଟ୍ଟାଳିକା। ଯେଉଁଥିରେ ରହିଛି କନଫରନେସ୍ ହଲ, ସଭାପତିଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ, ଛାମୁଆ ସଙ୍ଗଠନଗୁଡ଼ିକ ପାଇଁ ଭିନ୍ନ ଭିନ୍ନ କଠୋରୀ ଓ ପ୍ରେସ୍ ବ୍ରିଫିଂ ପାଇଁ ବି ବ୍ୟବସ୍ଥା। ଏଥିସହ ଜିଲ୍ଲାସ୍ତରରେ ମଧ୍ୟ ବିଜେଡି କାର୍ଯ୍ୟାଳୟ ଲାଗି ଜାଗା ଚିହ୍ନଟ ହୋଇଛି।

ସେପଟେ ବିଜେପି ବି ପଛରେ ନାହିଁ। ଦଳୀୟ କାର୍ଯ୍ୟାଳୟର ସଂପ୍ରସାରଣ ପାଇଁ ବିଜେପିକୁ ଭୁବନେଶ୍ୱରରେ ସରକାରୀ କ୍ୱାର୍ଟର 4R2/1, 4R2/2କୁ ଯୋଗାଇ ଦିଆଯାଇଛି। ସେଠାରେ ବି ଖୁବ୍‌ଶୀଘ୍ର ଅତ୍ୟାଧୁନିକ ପାର୍ଟି ଅଫିସ୍ ନିର୍ମାଣ ହେବ। ଏଥିସହ ପ୍ରାୟ କିଛି ସ୍ଥାନରେ ଦଳର ଜିଲ୍ଲା କାର୍ଯ୍ୟାଳୟ ନିର୍ମାଣ ସରିଯାଇଛି ତ, ପୁଣି କିଛି ସ୍ଥାନରେ ଚାଲିଛି। ସେପଟେ କଂଗ୍ରେସ ପୁରୁଣା କାର୍ଯ୍ୟାଳୟରେ କାମ ଚଳାଇ ନେବାକୁ ନିଶ୍ଚିନ୍ତ କରିସାରିଛି। ତେବେ ବ୍ଲକ ସ୍ତରରେ ଅଫିସ୍ ଖୋଲିବା ନିଷ୍ପତ୍ତି ହୋଇଥିବା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

କ୍ଷମତାକୁ ଆସିବା ପରେ କିମ୍ବା ଆସିବା ପାଇଁ ପ୍ରତ୍ୟେକ ଦଳ ନିଜ ଦଳୀୟ ଅଫିସ୍ ନିର୍ମାଣକୁ ନେଇ ଯେପରି ତତ୍ପରତା ପ୍ରକାଶ କରୁଛନ୍ତି, ତାହା ଆଗକୁ କି ରୂପ ନେଉଛି ତାହା ମଧ୍ୟ ଦେଖିବାର କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story