ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଖେଳିଲା କାନପୁର ବୃହତ ଜଳସେଚନ ପ୍ରକଳ୍ପ କାର୍ଡ!

କେନ୍ଦୁଝର (ପ୍ରଣୟ ପାଣି): ନିର୍ବାଚନ ଆସିଲେ ବିଜେଡିର ମନେ ପଡେ ବହୁ ପୁରାଣା ପ୍ରକଳ୍ପ କଥା। ସେହି କ୍ରମରେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିଜେଡିର ଏବେ ମନେ ପଡ଼ିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନମଣ୍ଡଳୀରେ ଥିବା କାନପୁର ବୃହତ ଜଳ ସେଚନ ପ୍ରକଳ୍ପ କଥା। ୨୦୦୪ ମସିହାରେ ଏହି ପ୍ରକଳ୍ପର ଶିଳାନ୍ୟାସ୍‌ ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ କାମ ସରୁନାହିଁ। ଏବେ ପୁଣି ସେହି ପ୍ରକଳ୍ପକୁ ପୁଣି ୨୦୦ କୋଟି ଟଙ୍କା ଦିଆଯାଇଛି।  ଯେଉଁ ଅର୍ଥରେ ବାମପାର୍ଶ୍ଵ […]

Kanpur

Manoranjan Sial
  • Published: Monday, 30 August 2021
  • , Updated: 30 August 2021, 09:09 PM IST

କେନ୍ଦୁଝର (ପ୍ରଣୟ ପାଣି): ନିର୍ବାଚନ ଆସିଲେ ବିଜେଡିର ମନେ ପଡେ ବହୁ ପୁରାଣା ପ୍ରକଳ୍ପ କଥା। ସେହି କ୍ରମରେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିଜେଡିର ଏବେ ମନେ ପଡ଼ିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନମଣ୍ଡଳୀରେ ଥିବା କାନପୁର ବୃହତ ଜଳ ସେଚନ ପ୍ରକଳ୍ପ କଥା।

୨୦୦୪ ମସିହାରେ ଏହି ପ୍ରକଳ୍ପର ଶିଳାନ୍ୟାସ୍‌ ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ କାମ ସରୁନାହିଁ। ଏବେ ପୁଣି ସେହି ପ୍ରକଳ୍ପକୁ ପୁଣି ୨୦୦ କୋଟି ଟଙ୍କା ଦିଆଯାଇଛି।  ଯେଉଁ ଅର୍ଥରେ ବାମପାର୍ଶ୍ଵ ନଦୀ ବନ୍ଧରେ ଥିବା ଫାଟକୁ ମରାମତି କରାଯିବ। ଏହି ଫାଟ ପ୍ଲାଷ୍ଟିକ କଂକ୍ରିଟ ଦ୍ଵାରା ହେବ। ଏଥିପାଇଁ ୧୯୯.୬ଠ କୋଟି ଟଙ୍କାର ଟେଣ୍ଡର ସରି କାମ ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଓ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର।

ଉଭୟ ଆହୁରି କହିଛନ୍ତି, ଏହି ଜଳସେଚନ ପ୍ରକଳ୍ପ ୨୦ ୨୩ ମସିହା ନଭେମ୍ବର ସୁଦ୍ଧା ଚୂଡାନ୍ତ ହେବ। କେନ୍ଦୁଝର ଜିଲ୍ଲାର ୨୯ ହଜାର ୫୭୮ହେକ୍ଟର ଚାଷ କମିକୁ ଏହାଦ୍ୱାରା ଜଳସଚିତ ହୋଇପାରିବ। ଚମ୍ପୁଆ, ପାଟଣା, ସାହରପଡା, ସଦର ଓ ଘଟଗାଁ ଅଞ୍ଚଳର ଚାଷ ଜମିକୁ ଏହି ପ୍ରକଳ୍ପରୁ ପାଣି ମାଡିପାରିବ କହିଛନ୍ତି ବଦ୍ରିନାରାୟଣ ପାତ୍ର।

Related story