ନିଗମ ଲଡ଼ୁ: ଥଇଥାନ ହେବେ ଦୁଇ ଡଜନରୁ ଅଧିକ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଆଜି ଚୂଡ଼ାନ୍ତ କରିଥିବାବେଳେ ଖୁବଶୀଘ୍ର ଦଳୀୟ ନେତାମାନଙ୍କୁ ବିଭିନ୍ନ ନିଗମ ଓ ଅନ୍ୟାନ୍ୟ ସରକାରୀ ପଦପଦବୀରେ ଥଇଥାନ କରାଯିବ ବୋଲି ଜଣାପଡ଼ିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜୁଲାଇ ୫ତାରିଖରେ ନିର୍ବାଚନ ହେବାକୁ ଥିବା ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହା ଉପରେ ଆଜି ଚୂଡ଼ାନ୍ତ ମୋହର ବାଜିଛି। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ […]

Bjd-leadership-mulling-new-appointments-for-its-youth-and-women-wings

Bjd-leadership-mulling-new-appointments-for-its-youth-and-women-wings

Manoranjan Sial
  • Published: Wednesday, 19 June 2019
  • Updated: 19 June 2019, 10:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଆଜି ଚୂଡ଼ାନ୍ତ କରିଥିବାବେଳେ ଖୁବଶୀଘ୍ର ଦଳୀୟ ନେତାମାନଙ୍କୁ ବିଭିନ୍ନ ନିଗମ ଓ ଅନ୍ୟାନ୍ୟ ସରକାରୀ ପଦପଦବୀରେ ଥଇଥାନ କରାଯିବ ବୋଲି ଜଣାପଡ଼ିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜୁଲାଇ ୫ତାରିଖରେ ନିର୍ବାଚନ ହେବାକୁ ଥିବା ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହା ଉପରେ ଆଜି ଚୂଡ଼ାନ୍ତ ମୋହର ବାଜିଛି। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବ କାତ୍ତିକେୟନ୍ ପାଣ୍ଡିଆନ ଏବଂ ବରିଷ୍ଠ ନେତାମାନେ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିଥିବା ଜଣାପଡ଼ିଛି। ତେବେ ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ଫେରିବା ପରେ ସମ୍ଭାବତଃ ଆନୁଷ୍ଠାନିକ ଘୋଷଣା ହେବ। ୨୪ତାରିଖରେ ଏହି ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।

ଏହାପରେ ଜୁନ୍ ଶେଷ ସପ୍ତାହରେ ବିଜେଡି ନେତାମାନଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରାଯିବାର ରଣନୀତି ପ୍ରସ୍ତୁତ ହୋଇଛି। ଦଳର ପ୍ରାୟ ଦୁଇ ଡଜନରୁ ଅଧିକ ନେତାଙ୍କୁ ବିଭିନ୍ନ ସରକାରୀ ଉଦ୍ୟୋଗ ଓ ନିଗମରେ ଅବସ୍ଥାପିତ କରାଯିବାକୁ ଯୋଜନା ଚାଲିଛି। ବିଶେଷକରି ନିର୍ବାଚନରେ ପରାଜିତ ହୋଇଥିବା ଦଳୀୟ ନେତା, ଟିକେଟରୁ ବଞ୍ôଚତ ଥିବା ନେତା, କିଛି ଯୁବନେତା ଓ ମହିଳାଙ୍କୁ ଏହି ନିଗମ ପଦରେ ଅବସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି । ତେବେ ଏହି ଥଇଥାନ ଆଶାୟୀଙ୍କ ସଂଖ୍ୟା ଦଳରେ ୩୦୦ରୁ ଅଧିକ ହୋଇଥିବାବେଳେ କାହା ଉପରେ ବିଜେଡି ସୁପ୍ରିମୋଙ୍କ ଶୁଭଦୃଷ୍ଟି ପଡ଼ୁଛି ତାକୁ ନେଇ ଚର୍ଚ୍ଚା।

ସରକାରୀ ପଦପଦବୀରେ ଥଇଥାନ ହେବା ପାଇଁ ଏବେ ଆଶାୟୀମାନେ ଦଳର ‘ପାୱାର ଗ୍ରୁପ’ ପାଲଟିଥିବା ନେତାଙ୍କ ପାଖରେ ଜୋରଦାର ଲବି କରୁଥିବା ଜଣାପଡ଼ିଛି। ଆଶାୟୀଙ୍କ ସଂଖ୍ୟା ବହୁତ ଅଧିକ ଥିବାରୁ ଅନେକଙ୍କୁ ସାଂଗଠନିକ ପଦପଦବୀରେ ମଧ୍ୟ ଅବସ୍ଥାପିତ କରାଯିବାର ବିକଳ୍ପ ଖୋଲା ରହିଥିବା ବିଜେଡି ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ନିଗମ ପଦରେ ଦଳୀୟ ନେତାମାନଙ୍କୁ ଥଇଥାନ କରାଯିବା ପରେ ବିଜେଡିର ସାଂଗଠନିକସ୍ତରରେ ପୁର୍ନଗଠନ ହେବ ବୋଲି ଜଣାପଡ଼ିଛି। ଦଳର ମହିଳା, ଯୁବ ଓ ଛାତ୍ର ସଂଗଠନର ମୁଖିଆ ପରିବର୍ତ୍ତନ ସହ ବ୍ୟାପକ ଅଦଳବଦଳ କରିବାକୁ ସ୍ଥିର ହୋଇଛି। ନିର୍ବାଚନ ସମୟରେ ଏହି ୩ଟି ଛାମୁଆ ସଂଗଠନର ମୁଖ୍ୟମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ହୋଇଥିବାରୁ ଦଳ ସେମାନଙ୍କୁ ବଦଳାଇବାକୁ ନିଷ୍ପତ୍ତି ନେଇସାରିଛି। ମହିଳା ବିଜେଡିର ସଭାନେତ୍ରୀ ମୀନତି ବେହେରା ଓ ଯୁବ ବିଜେଡି ସଭାପତି ଅମ୍ରେଶ ପତ୍ରୀଙ୍କୁ ସଂଗଠନ ଦାୟିତ୍ୱରୁ ବାଦ୍ ଦିଆଯାଇ ସରକାରୀ ପଦପଦବୀରେ ଥଇଥାନ କରାଯିବାକୁ ଯୋଜନା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos