ତୈଳଦର ବୃଦ୍ଧିକୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେଡି: ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍, ବିଜେପି ଦେଲା ରାଜ୍ୟ ପାଉଥିବା ଟିକସର ହିସାବ

Ordigital Desk
  • Published: Saturday, 07 April 2018
  • , Updated: 07 April 2018, 09:07 PM IST
<p>ଭୁବନେଶ୍ୱର: ବାରମ୍ବାର ବଢୁଥିବା ତୈଳଦରକୁ ନେଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛି ବିଜେଡି। ଆଜି ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ତୈଳ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ଦଳ। ଉଭୟ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ପେଟ୍ରୋଲ ଓ ଡିଜେଲରେ ରାଜ୍ୟ କେତେ ପାଉଛି ବିଜେପି ପ୍ରଥମେ ତା&rsquo;ର ହିସାବ ଦେଉ ବୋଲି କହିଛି ଦଳ। ଏହାପରେ ଡିଜେଲ୍&zwnj; ଓ ପେଟ୍ରୋଲ୍&zwnj;କୁ ଜିଏସ୍&zwnj;ଟି ପରିସରଭୁକ୍ତ କରିବା ପାଇଁ ରାଜ୍ୟ ଅଗ୍ରଣୀ ଭୂମିକା ନେବ ବୋଲି କହିଛି ବେଜେଡି।</p> <p>ଆଜି ପେଟ୍ରୋଲ ପମ୍ପରେ ଛାତ୍ର ଓ ଯୁବ ବିଜେଡିର ନେତାମାଙ୍କର ଗର୍ଜନ ଦେଖିବାକୁ ମିଳିଥିଲା। ଅହେତୁକ ଦର ବୃଦ୍ଧି ଉଭୟ ଖାଉଟି ଓ ଅର୍ଥନୀତିର ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଛି ବୋଲି ବିଜେଡି ଅଭିଯୋଗ କରିଛି। ୪ ବର୍ଷରେ ପେଟ୍ରୋଲ ଓ ଡିଜେଲର ସର୍ବାଧିକ ଦର ବୃଦ୍ଧି ହୋଇଛି। ତୈଳ କମ୍ପାନୀଗୁଡ଼ିକୁ ୧୬୦ ପ୍ରତିଶତ ଲାଭ ଦେଇଛି ବୋଲି ଦଳ କହିଛି। ଏଥିସହିତ ଝିଣ୍ଟିକା ମାରି ବଣୀ ପୋଷୁଛନ୍ତି ବୋଲି କହି ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍&zwnj; କରିଛି।</p> <p>ଏହାକୁ ନେଇ ବିଜେପି ମଧ୍ୟ ପଛଘୁଞ୍ଚା ଦେଇ ନାହିଁ। ବିଜେଡି ମାଗିଥିବା ହିସାବର ପୂରା ତଥ୍ୟ ରଖିଛି ଦଳ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଏହି ତଥ୍ୟ ରଖିଛନ୍ତି। ଭୁବନେଶ୍ୱରରେ ବିକ୍ରି ହେଉଥିବା ଏକ ଲିଟର ପେଟ୍ରୋଲର ଦାମ ୭୨ ଟଙ୍କା ୬୭ ପଇସା ଥିବା ବେଳେ ରାଜ୍ୟ ସରକାର ଏଥିରୁ ଟିକସ ଆକାରରେ ପାଉଛନ୍ତି ୨୯ ଟଙ୍କା ୨୮ ପଇସା। ଯେଉଁଥିରେ ସରକାରଙ୍କର ନିଜସ୍ୱ ଭାଟ ରହିଛି ୧୪ ଟଙ୍କା ୩୨ ପଇସା। ସେଣ୍ଟ୍ରାଲ ଏକ୍ସାଇଜ ଡ୍ୟୁଟି ଆକାରରେ ୮.୧୮ ଓ ସେଣ୍ଟ୍ରାଲ ସ୍ପପନସର ସ୍କିମର ଅଂଶକୁ ୬ ଟଙ୍କା ୭୮ ପଇସା ମିଳୁଛି। ସେହିପରି ଡିଜେଲର ଦାମ ଲିଟର ପିଛା ୬୯ ଟଙ୍କା ୪୦ ପଇସା ଥିବା ବେଳେ ରାଜ୍ୟ ଟିକସ ଆକାରରେ ମୋଟ ୨୫ ଟଙ୍କା ୬୪ ପଇସା ପାଉଛି। ଭାଟ୍ ବାବଦରେ ସରକାର ଏଥିରୁ ଗୋଟିଏ ଲିଟରେ ପାଉଛନ୍ତି ୧୩ ଟଙ୍କା ୮୭ ପିଇସା। ସେଣ୍ଟ୍ରାଲ ଏକ୍ସାଇଜ ଡ୍ୟୁଟିରୁ ୬ ଟଙ୍କା ୪୪ ଓ ସେଣ୍ଟ୍ରାଲ ସ୍ପପନସର ସ୍କିମର ଅଂଶଧନ ବାବଦକୁ ପାଉଛନ୍ତି ୫ ଟଙ୍କା ୩୩ ପଇସା।</p> <p>ବିଜେପିର ଏ ହିସାବ ନେଇ ବିଜେଡି ନିର୍ଦ୍ଦିଷ୍ଟ ଉତ୍ତର ରଖି ନଥିବା ବେଳେ ୪ ବର୍ଷରେ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ବାବଦକୁ ୩୫୦ ପ୍ରତିଶତ ଓ ପେଟ୍ରୋଲ ଉପରେ ୧୧୦ ପ୍ରତିଶତ କାହିଁକି ବଢ଼ିଲା ତା&rsquo;ର ଜବାବ ମାଗିଛି। ସେପଟେ ଜିଏସଟି ପରିସରଭୁକ୍ତ ହେଲେ ହିଁ ତୈଳ ଦର କମିବ ବୋଲି ବିଜେପି କହିଛି।</p>

Related story