ବିଜେଡି ପୁଣି ଆତଙ୍କିତ: କହିଲା ଓଟିଭି କାର୍ଯ୍ୟକ୍ରମରେ ଭାଗ ନେବୁନି, ଶୁଣନ୍ତୁ କ’ଣ କହିଲେ ମୁଖପାତ୍ର

Ordigital Desk
  • Published: Wednesday, 21 March 2018
  • , Updated: 21 March 2018, 07:03 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଓଟିଭିକୁ ଟାର୍ଗେଟ କଲା ବିଜେଡି। ବର୍ଷ ବର୍ଷ ଧରି ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ କରି ଓଡ଼ିଶାବାସୀଙ୍କ ବିଶ୍ୱାସଭାଜନ ହୋଇ ଆସିଥିବା ଓଟିଭି ବିରୋଧରେ ବର୍ଷିଛନ୍ତି ବିଜେଡି ନେତା ତଥା ଦଳୀୟ ମୁଖପାତ୍ର ପ୍ରତାପ ଦେବ ଓ ଦଳର ଅନ୍ୟ ମୁଖପାତ୍ରମାନେ। କହିଛନ୍ତି ଯେ, ଏଣିକି ଓଟିଭିର ବିତର୍କ କାର୍ଯ୍ୟକ୍ରମକୁ ବିଜେଡି ବର୍ଜନ କରିବ। ଓଟିଭିର କୌଣସି ଆଲୋଚନା କାର୍ଯ୍ୟକ୍ରମରେ ଆଉ ବିଜେଡି ପ୍ରତିନିଧି ଭାଗ ନେବେନାହିଁ। ଆଜି ଏକ ସାମ୍ବାଦିକ ସମ୍ମଳନୀରେ ଏ ସମ୍ପର୍କରେ ସୂଚନା ଦେଇଛି ବିଜେଡି। ଦଳୀୟ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ନିଲମ୍ବନ କରିବା ପରେ ଓଟିଭି ନ୍ୟୁଜ୍ ଚ୍ୟାନେଲର ଖବର ପରିବେଷଣ ଓ ବିତର୍କ କାର୍ଯ୍ୟକ୍ରମ ଏକତରଫା ହେଉଛି। ଓଟିଭି ତା&rsquo;ର ନିରପେକ୍ଷତା ହରାଉଛି।</p> <p>ବିଜେଡିର ଏହି ସାମ୍ବାଦିକ ସମ୍ମିଳନୀ ପରେ ଏବେ ପ୍ରଶ୍ନ ଉଠୁଛି- ବିଜେଡି ଏଭଳି ଆଭିମୁଖ୍ୟ କାହା ଚାପରେ ଗ୍ରହଣ କରିଛି ? କେଉଁ କାରଣ ପାଇଁ ବାରମ୍ବାର ବିଜେଡି ଓଟିଭିକୁ ଆକ୍ରମଣ କରୁଛି? ଏହା ପଛରେ କ&rsquo;ଣ ରହିଛି ଉଦ୍ଦେଶ୍ୟ ? ଦୀର୍ଘ ୨୦ ବର୍ଷ ଧରି ନିରେପକ୍ଷ ଓ ଜନସ୍ୱାର୍ଥ ସମ୍ବଳିତ ଖବର ପରିବେଷଣ କରିଆସିଥିବା ଓଟିଭି ବିରୋଧରେ ହଠାତ୍ ବିଜେଡିର ଏହି ଆକ୍ରଣାତ୍ମକ ଆଭିମୁଖ୍ୟ କାହିଁକି? ଏ ସବୁ ପଛରେ ତୃତୀୟ ମହଲା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ହାତ ନାହିଁ ତ? କାରଣ ପାଣ୍ଡିଆନଙ୍କ ବିରୋଧରେ ଓଟିଭି ଖବର ପ୍ରସାରଣ କରିଥିବାରୁ, ଏବେ ବିଜେଡି ଆକ୍ରୋଶମୂଳକ ଭାବେ, ତା ହାତରେ ଥିବା ମିଡିଆକୁ ବ୍ୟବହାର କରି ଏହାକୁ କାଉଣ୍ଟର କରିବାକୁ ଚେଷ୍ଟା କରୁଛି। ତେଣୁ ଓଟିଭିର ତଣ୍ଟି ଚିପିବାକୁ ସରକାରୀ ଦଳକୁ ବ୍ୟବହାର କରାଯାଉ ନାହିଁ ତ?</p> <p>ତେବେ ଗଣମାଧ୍ୟମ ଉପରେ ଚାପ ପକାଇ କଣ୍ଠରୋଧ କରିବା ପାଇଁ ଏହା ପ୍ରୟାସ ନୁହେଁ&nbsp; କି ? ସେପଟେ ଓଟିଭି ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣରେ କୁହଯାଇଛି- ଅବାଧ, ସ୍ୱଚ୍ଛ ଓ&nbsp; ନିରେପେକ୍ଷ ଖବର ପ୍ରସାରଣ କରିଥିବାରୁ ଲୋକଙ୍କ ପାଖରେ ୨୦ ବର୍ଷ ହେଲା ଆଦୃତ ହୋଇ&nbsp; ପାରିଛି। ତେବେ ଆଲୋଚନା ଭିତ୍ତିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେଉ କି ନ୍ୟୁଜ୍ ଆଟ୍ ନାଇଟ୍ ବିତର୍କ, କିମ୍ବା ଜନମଞ୍ଚ,&nbsp;&nbsp; ସମସ୍ତ ଆଲୋଚନାରେ ଓଟିଭି ସବୁ ଦଳକୁ ମତ ରଖିବାକୁ ସୁଯୋଗ ଦେଇଥାଏ। ସେଥିପାଇଁ ୨୦ ବର୍ଷ ଧରି ଓଟିଭି ନିରନ୍ତର ଭାବେ ନିର୍ଭିକତାର ସହ ଖବର ପ୍ରସାରଣ କରି ଆସିଛି।</p> <p>ସୂଚନାଯୋଗ୍ୟ ଯେ, ଆଜି ବିଜେଡି ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ୫ ଜଣ ମୁଖପାତ୍ର- ପ୍ରତାପ ଦେବ, ସୁଲୋଚନା ଦାସ, ସସ୍ମିତ ପାତ୍ର, ସୁବାସ ସିଂ, ବିଜୟ ନାୟକ&nbsp; ଉପସ୍ଥିତ ଥିଲେ।</p>

Related story