ବିଜେଡିର ସେଲିବ୍ରେସନ ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁରରେ ୨୩ ରାଉଣ୍ଡ ଗଣତିରୁ ୬ ରାଉଣ୍ଡ ଶେଷ ହୋଇଯାଇଛି। ଆଉ ଏହା ସହିତ ବିଜେଡିର ସେଲିବ୍ରେସନ ଆରମ୍ଭ ହୋଇଯାଇଛି। କାରଣ ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ୫୫,୫୫୦ ଖଣ୍ଡ ଭୋଟ୍ ଗଣତି ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରଦୀପ ପୁରୋହିତଙ୍କ ଠାରୁ ୧୦,୭୦୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଭୋଟ୍ ବ୍ୟବଧାନ ୧୦ ହଜାର ଟପି ସାରିଥିବାରୁ ବିଜେପି ପ୍ରାର୍ଥୀଙ୍କ ଜିତିବା ଆଶା […]

PadmapurByPoll

  • Published: Thursday, 08 December 2022
  • , Updated: 08 December 2022, 11:40 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁରରେ ୨୩ ରାଉଣ୍ଡ ଗଣତିରୁ ୬ ରାଉଣ୍ଡ ଶେଷ ହୋଇଯାଇଛି। ଆଉ ଏହା ସହିତ ବିଜେଡିର ସେଲିବ୍ରେସନ ଆରମ୍ଭ ହୋଇଯାଇଛି। କାରଣ ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ୫୫,୫୫୦ ଖଣ୍ଡ ଭୋଟ୍ ଗଣତି ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରଦୀପ ପୁରୋହିତଙ୍କ ଠାରୁ ୧୦,୭୦୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଭୋଟ୍ ବ୍ୟବଧାନ ୧୦ ହଜାର ଟପି ସାରିଥିବାରୁ ବିଜେପି ପ୍ରାର୍ଥୀଙ୍କ ଜିତିବା ଆଶା ମଉଳି ମଉଳି ଯାଉଥିବା ଆଲୋଚନା ହେଉଛି।

ଷଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିକୁ ୩୧,୮୮୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୨୧,୧୮୨ଖଣ୍ଡ ଓ କଂଗ୍ରେସକୁ ୯୭୦ ଖଣ୍ଡ ଭୋଟ୍ ମିଳିଛି। ସେହିପରି ଏହି ରାଉଣ୍ଡ ଶେଷ ସୁଦ୍ଧା ଅଖିଳ ଭାରତ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବଙ୍କୁ ୮୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଓଡ଼ିଶା ଜନତା ପାର୍ଟିର ମୁକ୍ତେଶ୍ୱର ଦାଶଙ୍କୁ ୬୦, ସ୍ୱାଧୀନ ପ୍ରାର୍ଥୀ ଉଦିତ ବୋନ୍ଦିଆଙ୍କୁ ୧୧୨, ଗଙ୍ଗାଧର ସାହାଙ୍କୁ ୧୧୬, ଦେବାର୍ଚ୍ଚନ ନାଏକଙ୍କୁ ୧୩୪, ବୃନ୍ଦାବନ ପୁରୋହିତଙ୍କୁ ୧୪୩ ଓ ଶେଷଦେବ ସାହୁଙ୍କୁ ୩୧୭ ଖଣ୍ଡ ଭୋଟ୍ ମିଳିଛି। ସେହିପରି ନୋଟାରେ ୫୫୦ ଖଣ୍ଡ ଭୋଟ୍ ମିଳିଛି।

ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ରେକର୍ଡ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା। ବିଜେଡିରୁ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି।

Related story