ସହିଦଙ୍କୁ ଅସମ୍ମାନ: ଦଳରୁ ୩ ବିଜେଡି ନେତାଙ୍କୁ ନିଲମ୍ବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସହିଦ ଅଜିତ୍ ସାହୁଙ୍କ ମରଶରୀର ଉପରେ ବିଜେଡି ପତାକା ଘୋଡ଼ାଯିବା ଘଟଣାରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଦଳ ପକ୍ଷରୁ ଆଜି ନିଜର ୩ ଜଣ ନେତାଙ୍କୁ ନିଲମ୍ୱିତ କରାଯାଇଛି। ବିଜେଡି ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ଆଜି ଏକ ପ୍ରେସ୍‌ ରିଲିଜ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପ୍ରେସ୍‌ ରିଲିଜରେ କୁହାଯାଇଛି ଯେ, ସହିଦ ଶ୍ରୀ ସାହୁଙ୍କ ମରଶରୀରରେ ଦଳୀୟ ପତାକା ଘୋଡ଼ାଯିବା ଘଟଣାକୁ ଦଳ ପକ୍ଷରୁ ତର୍ଜମା […]

sahid

Tapaswini Nayak
  • Published: Friday, 21 June 2019
  • , Updated: 21 June 2019, 10:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସହିଦ ଅଜିତ୍ ସାହୁଙ୍କ ମରଶରୀର ଉପରେ ବିଜେଡି ପତାକା ଘୋଡ଼ାଯିବା ଘଟଣାରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଦଳ ପକ୍ଷରୁ ଆଜି ନିଜର ୩ ଜଣ ନେତାଙ୍କୁ ନିଲମ୍ୱିତ କରାଯାଇଛି। ବିଜେଡି ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ଆଜି ଏକ ପ୍ରେସ୍‌ ରିଲିଜ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ପ୍ରେସ୍‌ ରିଲିଜରେ କୁହାଯାଇଛି ଯେ, ସହିଦ ଶ୍ରୀ ସାହୁଙ୍କ ମରଶରୀରରେ ଦଳୀୟ ପତାକା ଘୋଡ଼ାଯିବା ଘଟଣାକୁ ଦଳ ପକ୍ଷରୁ ତର୍ଜମା କରାଯାଇଥିଲା। ଏହାପରେ କଟକ ଜିଲ୍ଲାର ବିନୋଦ କୁମାର ମାଝୀ, ସନ୍ତୋଷ କୁମାର ସାହୁ ଓ ଗୋବର୍ଦ୍ଧନ ଦାସଙ୍କୁ ନିଲମ୍ୱିତ କରାଯାଇଛି।

ସୂଚନାଯୋଗ୍ୟ, ସହିଦଙ୍କ ମରଶରୀରକୁ ତାଙ୍କ ପୈତୃକ ଗାଁକୁ ନିଆଯାଉଥିବା ବେଳେ ଜାତୀୟ ପତାକା ଉପରେ ବିଜେଡି ପତାକା ପଡ଼ିଥିଲା। ଯାହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ ହୋଇଛି।

Related story