ଧର୍ମେନ୍ଦ୍ର ପ୍ରଧାନ ଅଭ୍ୟାସଗତ ମିଛୁଆ: ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଯୋଗୁ ରାଜ୍ୟର କୌଣସି କ୍ଷତି ହେଉନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବକ୍ତବ୍ୟ ସଂପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ। ଶ୍ରୀ ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ ବୋଲି ବିଜେଡି ଅଭିଯୋଗ କରିଛି। ବିଜେଡି ମୁଖପାତ୍ର ତଥା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରେଳବାଇ କ୍ଷେତ୍ରରେ ୭ ହଜାର କୋଟି ଟଙ୍କାର ବ୍ୟୟବରାଦ ଯୋଗୁ ଓଡ଼ିଶାରେ ରେଳବାଇର ବିକାଶ ହେବ ବୋଲି […]

pratap

Manoranjan Sial
  • Published: Saturday, 02 February 2019
  • , Updated: 02 February 2019, 10:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଯୋଗୁ ରାଜ୍ୟର କୌଣସି କ୍ଷତି ହେଉନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବକ୍ତବ୍ୟ ସଂପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ। ଶ୍ରୀ ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ ବୋଲି ବିଜେଡି ଅଭିଯୋଗ କରିଛି।
ବିଜେଡି ମୁଖପାତ୍ର ତଥା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରେଳବାଇ କ୍ଷେତ୍ରରେ ୭ ହଜାର କୋଟି ଟଙ୍କାର ବ୍ୟୟବରାଦ ଯୋଗୁ ଓଡ଼ିଶାରେ ରେଳବାଇର ବିକାଶ ହେବ ବୋଲି ଶ୍ରୀ ପ୍ରଧାନଙ୍କ ବକ୍ତବ୍ୟ, ତଥ୍ୟ ଓ ସତ୍ୟ ଉପରେ ଆଧାରିତ ନୁହେଁ। ୭ ହଜାର କୋଟି ଟଙ୍କାର ବ୍ୟୟବରାଦ କେବଳ ଓଡ଼ିଶା ନୁହେଁ, ସଂପୂର୍ଣ୍ଣ ଇଷ୍ଟକୋଷ୍ଟ ରେଳବାଇ ବିଭାଗ ପାଇଁ ଉଦ୍ଦିଷ୍ଟ, ଯେଉଁଥିରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶ ମଧ୍ୟ ସାମିଲ ଅଛନ୍ତି। ଓଡ଼ିଶା ଅତିବେଶୀରେ ଅଢ଼େଇ ହଜାର କୋଟି ଟଙ୍କା ପାଇବ। ସେହିପରି ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ୨୦୧୫ରୁ ୨୦୨୦ ଅବଧି ମଧ୍ୟରେ ରାଜ୍ୟକୁ ୨୬,୩୪୨ କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି। ଯଦି ଅର୍ôଥନୀତି ଉପରେ ଶ୍ରୀ ପ୍ରଧାନଙ୍କ ସାମାନ୍ୟତମ ଜ୍ଞାନ ଥାଆନ୍ତା, ତେବେ ସେ ବୁଝିପାରନ୍ତେ ଯେ ଯେତେବେଳେ ଭାରତବର୍ଷର ଅଭିବୃଦ୍ଧି ହାର ହ୍ରାସ ପାଇଛି ଏବଂ କୃଷି ଠାରୁ ଆରମ୍ଭ କରି ଶିଳ୍ପ ଜଗତରେ ଏକ ସ୍ଥାଣୁତା ଦେଖାଦେଇଛି, ସେତେବେଳେ ତା’ର ସିଧାସଳଖ ପ୍ରଭାବ ଟିକସ ଉପରେ ପଡିଛି। ଅଭିବୃଦ୍ଧି ହ୍ରାସ ପାଇଲେ ଟିକସ ହ୍ରାସ ପାଏ। ଯଦି ଶ୍ରୀ ପ୍ରଧାନ ଏ ଦିଗରେ ଅଜ୍ଞ, ତେବେ ଦିଲ୍ଲୀସ୍ଥିତ ଅର୍ଥନୀତିଜ୍ଞମାନଙ୍କ ପରାମର୍ଶ ନିଅନ୍ତୁ। ଭାରତବର୍ଷରେ ଟିକସ ସଂଗ୍ରହ ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ଯେଉଁ ରାଜସ୍ୱ ଟିକସ ଯୋଗୁ ସରକାରଙ୍କୁ ମିଳିଥାନ୍ତା, ତାହା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି, ଯାହାର ସିଧା ପ୍ରଭାବ ଓଡ଼ିଶା ଉପରେ ପଡିଛି ଏବଂ ଏଥିପାଇଁ ୨୬,୩୪୨ କୋଟି ଟଙ୍କା କ୍ଷତି ରାଜ୍ୟକୁ ସହିବାକୁ ପଡୁଛି। ଏହାକୁ ଅସ୍ୱୀକାର କରିବା ଅର୍ଥାତ୍ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ବିକାଶ ଓ ପ୍ରଗତି ନ ଚାହିଁ, ନିଜର ଶସ୍ତା ରାଜନୀତିକୁ ଗୁରୁତ୍ୱ ଦେଉଛନ୍ତି। କାଳିଆ ଯୋଜନା ବାବଦରେ ଦେଶର ପ୍ରମୁଖ ଅର୍ଥନୀତିଜ୍ଞ ଓ କୃଷି ବିଶେଷଜ୍ଞମାନେ ପ୍ରଶଂସା କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହାକୁ କଟାକ୍ଷ କରିବା ତାଙ୍କର ଅସହିଷ୍ଣୁତାକୁ ପରିପ୍ରକାଶ କରୁଛନ୍ତି। କେନ୍ଦ୍ର ସରକାର କାଳିଆ ଯୋଜନାର ଅନୁକରଣ କରି ଏକ ଯୋଜନା ଗତକାଲି ତାଙ୍କର କାମଚଳା ବଜେଟ୍ରେ ଆଣିଛନ୍ତି, ଯାହାକି ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ସେ କହିଛନ୍ତି। ରାଜ୍ୟର ଚାଷୀଙ୍କ ଦ୍ୱାରା ଆଦୃତ କାଳିଆ ଯୋଜନାର ସୁଫଳଗୁଡିକ ଜାଣିଲା ପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବାରମ୍ବାର ମିଛ କହି କାଳିଆ ଯୋଜନାକୁ ନିନ୍ଦିତ ଓ ଅପମାନିତ କରିବା ଏବଂ ଜନସାଧାରଣଙ୍କୁ ବିଭ୍ରାନ୍ତି କରିବା ପାଇଁ ଅପଚେଷ୍ଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଜେନା କହିଛନ୍ତି।

Related story