ପାଟକୁରାରେ କେବେ ହେବ ନିର୍ବାଚନ? କଣ ରହିଛି ଆଇନ୍‌ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ପାଟକୁରାରେ କେବେ ହେବ ନିର୍ବାଚନ? ଏଠାରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ଏବେ ଏମିତି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଆସନ୍ତା ୨୯ ତାରିଖରେ ପାଟକୁରାରେ ଭୋଟଗ୍ରହଣ ହେବାର ଥିଲା। ତେବେ ବେଦ ପ୍ରକାଶଙ୍କ ଦେହାନ୍ତ ପରେ ନିର୍ବାଚନ କମିଶନ ଏଠାରେ ମତଦାନକୁ ସ୍ଥଗିତ ଘୋଷଣା କରିଛନ୍ତି। ଭାରତୀୟ ଜନପ୍ରତିନିଧ ଆଇନ ୧୯୫୧ ଅନୁସାରେ ପ୍ରାର୍ଥୀଙ୍କ ମୃତ୍ୟୁ […]

patakura.jpg111

Manoranjan Sial
  • Published: Monday, 22 April 2019
  • , Updated: 22 April 2019, 07:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ପାଟକୁରାରେ କେବେ ହେବ ନିର୍ବାଚନ? ଏଠାରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ଏବେ ଏମିତି କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଆସନ୍ତା ୨୯ ତାରିଖରେ ପାଟକୁରାରେ ଭୋଟଗ୍ରହଣ ହେବାର ଥିଲା। ତେବେ ବେଦ ପ୍ରକାଶଙ୍କ ଦେହାନ୍ତ ପରେ ନିର୍ବାଚନ କମିଶନ ଏଠାରେ ମତଦାନକୁ ସ୍ଥଗିତ ଘୋଷଣା କରିଛନ୍ତି। ଭାରତୀୟ ଜନପ୍ରତିନିଧ ଆଇନ ୧୯୫୧ ଅନୁସାରେ ପ୍ରାର୍ଥୀଙ୍କ ମୃତ୍ୟୁ କ୍ଷେତ୍ରରେ ନୂଆ ପ୍ରାର୍ଥୀ ବାଛିବା ଲାଗି ନିର୍ବାଚନ କମିଶନ ସଂପୃକ୍ତ ରାଜନୈତିକ ଦଳକୁ ସୂଚିତ କରିବେ। ନିର୍ବାଚନ କମିଶନଙ୍କ ନୋଟିସ୍ ପ୍ରକାଶ ପାଇବା ପରେ ସଂପୃକ୍ତ ଦଳ ୭ ଦିନ ମଧ୍ୟରେ ନୂଆ ନାଁ ସ୍ଥିର କରି କମିଶନଙ୍କୁ ଜଣାଇବେ। ତେବେ ଯଦି କୌଣସି ପ୍ରାର୍ଥୀ ନାମାଙ୍କନ ଭରି ପ୍ରତ୍ୟାହାର କରିଥିବେ, ତାହାହେଲେ ତାଙ୍କୁ ଆଉ ପ୍ରାର୍ଥୀ କରାଯାଇପାରିବ ନାହିଁ। ଅନ୍ୟପକ୍ଷରେ ପୂର୍ବରୁ ନୋମିନେସନ କାଏମ ଥିବା ପ୍ରାର୍ଥୀ ଓ ନୂଆ ପ୍ରାର୍ଥୀଙ୍କୁ ମିଶାଇ ନିର୍ବାଚନ କମିଶନ ଏକ ସଦ୍ୟ ତାଲିକା ପ୍ରକାଶ କରିବେ।

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହେଉଥିଲେ ମଧ୍ୟ ଦେଶରେ ଆଉ ତିନିଟି ପର୍ଯ୍ୟୟ ବାକି ରହିବ। ମେ ୨୩ରେ ଭୋଟ ଗଣତି ହେବାକୁ ଥିବା ବେଳେ ୧୯ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ତେଣୁ ଏହି ସମୟ ମଧ୍ୟରେ ନିର୍ବାଚନ କମିଶନ ପାଟକୁରାରେ ମତଦାନ କରାଇନେବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପକ୍ଷରେ ପାଟକୁରା ସ୍ଥିତି ସଂପର୍କରେ କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କୁ ଜଣାଇ ଦିଆଯାଇଛି ଓ କମିଶନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

ପାଟକୁରା ଆସନରୁ ବିଜେପିର ଭେଟେରାନ ବିଜୟ ମହାପାତ୍ର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କଂଗ୍ରେସ ଏଠାରେ ଜୟନ୍ତ ମହାନ୍ତିଙ୍କୁ ମଇଦାନକୁ ଓହ୍ଲାଇଛି। ତେବେ ବେଦପ୍ରକାଶଙ୍କ ଦେହାନ୍ତ ପରେ ବିଜେଡି ଏଠାରୁ କାହାକୁ ପ୍ରାର୍ଥୀ କରୁଛି, ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି।

Related story