ଧାନର ଏମ୍‌ଏସ୍‌ପି ବୃଦ୍ଧି ଦାବିରେ ରାଜଭବନ ଆଗରେ ବିକ୍ଷୋଭ କରିବ ବିଜେଡି

Ordigital Desk
  • Published: Monday, 27 November 2017
  • , Updated: 27 November 2017, 07:50 AM IST
<p>ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଆଜି ରାଜଭବନ ଆଗରେ ବିକ୍ଷୋଭ ସହିତ ପ୍ରତିବାଦ ସଭା କରିବ ବିଜେଡି। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବ। ଆଗରୁ ଧାନର ଏମ୍&zwnj;ଏସ୍&zwnj;ପି ୨୯୩୦ ଟଙ୍କା କରିବା ଦାବିରେ ବିଜେଡିର କୃଷକ ସାମ୍ମୁଖ୍ୟ ସ୍ମାରକପତ୍ର ଦେଇଥିଲେ, କିନ୍ତୁ କେନ୍ଦ୍ର ସରକାର କହିଥିଲେ ଧାନର ଏମ୍&zwnj;ଏସ୍&zwnj;ପି ୧୫୫୦ ଟଙ୍କା ଯଥାର୍ଥ।&nbsp; ଯଦି ଚାଷୀଙ୍କୁ ଏହା ପୋଷାଉ ନାହିଁ ତେବେ ସେମାନେ ଖୋଲା ବଜାରରେ ବିକ୍ରି କରନ୍ତୁ। ଏହା ଚାଷୀଙ୍କୁ ଉପହାସ ବୋଲି ବିଜେଡି କହିଛି ।&nbsp; ତାର ପ୍ରତିବାଦରେ ରାଜଭବନ ଆଗରେ ବିଜେଡି ବିକ୍ଷୋଭ କରିବ।</p>

Related story