ସଂସଦରେ ଗର୍ଜିବ ବିଜେଡି

ଭୁବନେଶ୍ୱର: ବିଧାନସଭା ପରେ ସଂସଦରେ ବହିବ ମହାନଦୀ ବିବାଦ ଝଡ଼। ଟ୍ରିବ୍ୟୁନାଲ୍ ଗଠନକୁ କେନ୍ଦ୍ରର ଅଗ୍ରାହ୍ୟ ପରେ ସଂସଦରେ ଏହି ପ୍ରସଙ୍ଗକୁ ଜୋରସୋରରେ ଉଠାଇ ପ୍ରତିବାଦ କରିବ ବିଜେଡି।  ତେବେ ଏକାକୀ ନୁହେଁ, ସମଭାବାପନ୍ନ ଦଳମାନଙ୍କ ସହ ଆଲୋଚନା କରି ମହାନଦୀ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସଂସଦରେ ଉଠାଇବାକୁ ଆଜି ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଷ୍ଟ୍ରାଟେଜୀ ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଏ ନେଇ ରଣନୀତି ପ୍ରସ୍ତୁତ ହୋଇଛି।  ମହାନଦୀ ବିବାଦକୁ ନେଇ  ସଂସଦରେ  ମୁଲତବି ନୋଟିସ୍ ବି ଦେଇଛି ଦଳ।

ଆଜିର ବୈଠକରେ ଅନ୍ୟ ପ୍ରସଙ୍ଗକୁ ନେଇ ବି ମାନସମନ୍ଥନ ହୋଇଥିଲା।  ବିବାଦୀୟ ପୋଲଭାରମ ପ୍ରକଳ୍ପ କାମ ବନ୍ଦ, ରେଳ ପ୍ରକଳ୍ପ ନେଇ କେନ୍ଦ୍ରର ତତ୍ପରତାର ଅଭାବ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ବିବାଦୀୟ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ, କୋଇଲା ରୟାଲିଟିରେ ସଂଶୋଧନ ନକରିବା ଓ  କେନ୍ଦ୍ରୀୟ ପବର୍ତ୍ତିତ ଯୋଜନାରେ କେନ୍ଦ୍ର-ରାଜ୍ୟର ଭାଗ ଭଳି ଅନେକ ପ୍ରସଙ୍ଗ ଉଠାଇବାକୁ ଦଳ ଯୋଜନା କରିଛି।

ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧୀବେଶନ ଆରମ୍ଭ ହେବାକୁ ଥିବା ବେଳେ ଜାନୁୟାରୀ ୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ କୌଣସି ମୌକା ଛାଡ଼ିବାକୁ ଚାହୁଁନି ଦଳ।  ସେଥିପାଇଁ କେନ୍ଦ୍ର ବିଜେପି ସରକାର ବିରୋଧରେ ଆଭିମୁଖ୍ୟ କୋଠର କରିବାକୁ ଦଳ ନିଷ୍ପତ୍ତି ନେଇଛି।

Ordigital Desk
• Published: Thursday, 14 December 2017
• Updated: 14 December 2017, 10:13 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos