ବିଜେଡି କାର୍ଯ୍ୟାଳୟରେ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଆଜି ନିରାଡ଼ମ୍ବର ଭାବେ ରାଜ୍ୟବ୍ୟାପୀ ପାଳିତ ହୋଇଯାଇଛି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଦଳର ବରିଷ୍ଠ ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଗୁଣଗାନ କରିଥିଲେ। କରୋନା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖି ନେତାମାନେ ଶ୍ରାଦ୍ଧବାର୍ଷିକୀ ପାଳନ କରିଥିଲେ। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମାଙ୍କ ସମେତ ମନ୍ତ୍ରୀ ଅଶୋକ […]

bjd

bjd

Manoranjan Sial
  • Published: Friday, 17 April 2020
  • Updated: 17 April 2020, 08:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଆଜି ନିରାଡ଼ମ୍ବର ଭାବେ ରାଜ୍ୟବ୍ୟାପୀ ପାଳିତ ହୋଇଯାଇଛି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଦଳର ବରିଷ୍ଠ ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଗୁଣଗାନ କରିଥିଲେ। କରୋନା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖି ନେତାମାନେ ଶ୍ରାଦ୍ଧବାର୍ଷିକୀ ପାଳନ କରିଥିଲେ।

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମାଙ୍କ ସମେତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱରର ଅନ୍ୟ ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ, ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ, ବିଜେଡି ନେତା ମାନସ ମଙ୍ଗରାଜ ଓ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁବାବୁଙ୍କ ଭଳି ଜନନାୟକଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ମତ ଦେଇଥିଲେ। ଏହି ଅବସରରେ ଶ୍ରୀ ଦାସବର୍ମା କହିଥିଲେ ଯେ, ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ଦଳୀୟ ନେତା ଓ କର୍ମୀମାନଙ୍କୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏଭଳି ଏକ ଘଡ଼ିସନ୍ଧି ମୂହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଦଳର ଜୀବନବିନ୍ଦୁ(ରକ୍ତଦାନ) କାର୍ଯ୍ୟକ୍ରମକୁ ଆଗେଇ ନେବା ହିଁ ବିଜୁବାବୁଙ୍କ ପ୍ରତି ବାସ୍ତବ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟବ୍ୟାପୀ ଦଳର ନେତାମାନେ ନିଜନିଜ ଘରେ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କର ଶ୍ରାଦ୍ଧବାର୍ଷିକୀକୁ ନିରାଡ଼ମ୍ବର ଭାବେ ପାଳନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story