୧ରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସେପ୍ଟେମ୍ବର ୧ତାରିଖରେ ବସିବ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ଭୁବନେଶ୍ୱର ଇଡ୍‌କଲ୍‌ ହଲ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ଏହି ବୈଠକ। କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ, ବିଧାୟକ ଓ ପର୍ଯ୍ୟବେକ୍ଷକମାନେ ଏହି ବୈଠକରେ ଯୋଗଦେବେ। ସେପ୍ଟେମ୍ବର ୨ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ। ସେପ୍ଟେମ୍ବର ୨ତାରିଖରେ ବିଜେଡି କାର୍ଯ୍ୟାଳୟରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଗତ ଥର ୪୭ ଲକ୍ଷ ସଭ୍ୟ ସଂଗ୍ରହ […]

bjd

Tapaswini Nayak
  • Published: Thursday, 29 August 2019
  • , Updated: 29 August 2019, 10:38 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସେପ୍ଟେମ୍ବର ୧ତାରିଖରେ ବସିବ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ଭୁବନେଶ୍ୱର ଇଡ୍‌କଲ୍‌ ହଲ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ଏହି ବୈଠକ। କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ, ବିଧାୟକ ଓ ପର୍ଯ୍ୟବେକ୍ଷକମାନେ ଏହି ବୈଠକରେ ଯୋଗଦେବେ।

ସେପ୍ଟେମ୍ବର ୨ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ। ସେପ୍ଟେମ୍ବର ୨ତାରିଖରେ ବିଜେଡି କାର୍ଯ୍ୟାଳୟରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

ଗତ ଥର ୪୭ ଲକ୍ଷ ସଭ୍ୟ ସଂଗ୍ରହ ହୋଇଥିଲା ବେଳେ ଏଥର ୫୦ପ୍ରତିଶତ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର।

Related story