ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ମାଡ଼: ୨ ମନ୍ତ୍ରୀଙ୍କ ସମେତ ୫ ଜଣଙ୍କ ନାଁରେ ଏତଲା

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ଦୁଇ ମନ୍ତ୍ରୀଙ୍କୁ ବିଜେପି କର୍ମୀ କଳାପତାକା ପ୍ରଦର୍ଶନ କରୁଥିବା ବେଳେ ବିଜେଡି ନେତା ସେମାନଙ୍କୁ ମାଡ଼ ମାରିବା ଘଟଣା ଥାନାକୁ ଯାଇଛି। ଏ ନେଇ ବିଜେପି ପକ୍ଷରୁ ୨ ମନ୍ତ୍ରୀଙ୍କ ସମେତ ୫ ଜଣଙ୍କ ନାଁରେ ମନମୁଣ୍ଡା ଥାନାରେ ଅଭିଯୋଗ କରାଯାଇଛି। ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କର୍ପୋରେଟର ଅମରେଶ ଜେନା ଏବଂ ବିଜେଡି ନେତା ବିଜୟ ନାୟକ ସେମାନଙ୍କୁ ଆକ୍ରମଣ କରିଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ […]

bjp

Rakesh Mallick
  • Published: Friday, 29 July 2016
  • , Updated: 29 July 2016, 10:09 PM IST

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ଦୁଇ ମନ୍ତ୍ରୀଙ୍କୁ ବିଜେପି କର୍ମୀ କଳାପତାକା ପ୍ରଦର୍ଶନ କରୁଥିବା ବେଳେ ବିଜେଡି ନେତା ସେମାନଙ୍କୁ ମାଡ଼ ମାରିବା ଘଟଣା ଥାନାକୁ ଯାଇଛି। ଏ ନେଇ ବିଜେପି ପକ୍ଷରୁ ୨ ମନ୍ତ୍ରୀଙ୍କ ସମେତ ୫ ଜଣଙ୍କ ନାଁରେ ମନମୁଣ୍ଡା ଥାନାରେ ଅଭିଯୋଗ କରାଯାଇଛି। ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କର୍ପୋରେଟର ଅମରେଶ ଜେନା ଏବଂ ବିଜେଡି ନେତା ବିଜୟ ନାୟକ ସେମାନଙ୍କୁ ଆକ୍ରମଣ କରିଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛି। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଆସନ୍ତାକାଲି ଏକ ପ୍ରତିନିଧି ଦଳ ମନମୁଣ୍ଡା ଯିବ ବୋଲି ଦଳ କହିଛି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ପୋଲିସ ଉପସ୍ଥିତିରେ ବିଧାୟକଙ୍କ ନେତୃତ୍ୱରେ ତାଙ୍କ ଦଳର କର୍ପୋରେଟର ଓ ଗୁଣ୍ଡା ବାହିନୀ ଆକ୍ରମଣ କଲେ। ବିଜେପିର ୩ ଜଣ କାର୍ଯ୍ୟକର୍ତ୍ତା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପରି ଗୁଣ୍ଡାରାଜ ନିନ୍ଦନୀୟ। ଏ ଗୁଣ୍ଡାରାଜ ବନ୍ଦ ହେବା ଦରକାର।”

ସେ କହିଛନ୍ତି, “ସ୍ଥିତି ଅନୁଧ୍ୟାନ କରିବାକୁ ବିଧାୟକ ଦଳ ନେତା କେଭି ସିଂହଦେଓଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ସେଠାକୁ ଯିବ। ବିଜେଡିର ଏପରି ଅମାନବୀୟ କାର୍ଯ୍ୟ ବିରୋଧରେ ବିଜେପି ତା’ର ସଂଗ୍ରାମ ଜାରି ରଖିବ। ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର, ଦୁର୍ନୀତି ଓ କୁଶାସନ ବିରୋଧରେ ଆମର ଲଢେଇ ଜାରି ରହିବ।”

ବିଜେପି କର୍ମୀ ପ୍ରଥମେ ଆକ୍ରମଣ କରିଥିବା ବିଜେଡି ଅଭିଯୋଗ କରିଛି। ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି, “ବିଜେପିର କିଛି କର୍ମୀ କଳାପତାକା ନାଁରେ ଆମକୁ ଆକ୍ରମଣ କଲେ। ଆମକୁ ମାରିଦେଇଥାନ୍ତେ। ଆତ୍ମରକ୍ଷା ପାଇଁ ଆମେ ପ୍ରତିରୋଧ କରିବାକୁ ବାଧ୍ୟ ହେଲୁ।”

Related story