ଲୋକସଭାରେ କେଉଁଠି ବସିବେ ବୈଜୟନ୍ତ?  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ନିଲମ୍ୱିତ ହେବା ପରେ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଲୋକସଭାରେ କେଉଁଠି ବସିବେ? ବିଜେଡିର ସାଂସଦମାନେ ଯେଉଁଠି ବସିଛନ୍ତି ସେଠି ତାଙ୍କ ନିର୍ଦ୍ଧାରିତ ଆସନରେ ବସିବେ ନା ତାଙ୍କୁ ଅନ୍ୟ କେଉଁ ସ୍ଥାନରେ ବସିବାକୁ ବ୍ୟବସ୍ଥା କରାଯିବ? ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏନେଇ ବିଜେଡି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଛି। ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଏହି ଚିଠି ଲେଖିଛନ୍ତି। ସେ ଚିଠିରେ […]

Rakesh Mallick
  • Published: Tuesday, 06 March 2018
  • , Updated: 06 March 2018, 08:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ନିଲମ୍ୱିତ ହେବା ପରେ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଲୋକସଭାରେ କେଉଁଠି ବସିବେ? ବିଜେଡିର ସାଂସଦମାନେ ଯେଉଁଠି ବସିଛନ୍ତି ସେଠି ତାଙ୍କ ନିର୍ଦ୍ଧାରିତ ଆସନରେ ବସିବେ ନା ତାଙ୍କୁ ଅନ୍ୟ କେଉଁ ସ୍ଥାନରେ ବସିବାକୁ ବ୍ୟବସ୍ଥା କରାଯିବ? ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏନେଇ ବିଜେଡି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଛି। ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଏହି ଚିଠି ଲେଖିଛନ୍ତି। ସେ ଚିଠିରେ ଦର୍ଶାଇଛନ୍ତି-“ବୈଜୟନ୍ତ ଦଳରୁ ନିଲମ୍ବିତ ହୋଇଥିବାରୁ ତାଙ୍କୁ ଲୋକସଭାରେ ବିଜେଡି ସଭ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଆସନଠାରୁ ଅନ୍ୟତ୍ର ଆସନ ଦିଅନ୍ତୁ। ସେହିପରି ବୈଜୟନ୍ତଙ୍କୁ ଗୃହ ବ୍ୟାପାର ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିରୁ ବାଦ ଦିଆଯାଉ। ତାଙ୍କ ବଦଳରେ ବିଜେଡିର ଅନ୍ୟ ଜଣେ ସଭ୍ୟଙ୍କୁ ସାମିଲ କରାଯାଉ।”

ସୂଚନାଯୋଗ୍ୟ ଯେ, ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ କିଛିଦିନ ତଳେ ବୈଜୟନ୍ତଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା। ସେତେବେଳେ ଦଳ ତାଙ୍କ ବିରୋଧରେ ଅନେକ ଗୁଡ଼ିଏ ଅଯୌକ୍ତିକ ଅଭିଯୋଗ ଆଣିଥିଲା। ଏବେ ବିଜେଡି, ଲୋକସଭା ବାଚସ୍ପତିଙ୍କୁ ଏ ସଂପର୍କରେ ଲେଖିଛି। ଏବେ ଦେଖିବାର କଥା ବୈଜୟନ୍ତଙ୍କୁ କେଉଁଠି ବସିବାକୁ ଆସନ ମିଳୁଛି।

ଏ ସଂପର୍କରେ ପଢ଼ନ୍ତୁ: କାଗଜ ପଢିଲେ ସୂର୍ଯ୍ୟ : ବୈଜୟନ୍ତଙ୍କୁ ସସ୍‌ପେଣ୍ଡ କରିବାକୁ ଏହି ସବୁ କାରଣ ଦର୍ଶାଇଲେ

Related story