ବିଜେପି ଛାଡ଼ିଲେ ବିଜୟ ମହାପାତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରୁ ଆଜି ଦୁଇ ଦୁଇ ଜଣ ବଡ଼ ନେତା ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଦିଲୀପ ରାୟ ଓ ବିଜୟ ମହାପାତ୍ର। ପ୍ରଥମେ ଦିଲୀପଙ୍କ ଇସ୍ତଫା ଖବର ଆସିଥିଲା ଓ ତା’ପରେ ଆସିଥିଲା ବିଜୟଙ୍କ ଇସ୍ତଫା ଖବର। ବିଜୟ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପିରୁ ଇସ୍ତଫା ଦେଇଥିବା କଥା ଜଣାଇଛନ୍ତି। ବିଜୟ ତାଙ୍କ ଇସ୍ତଫାପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ପଠାଇଛନ୍ତି। ବିଜେପିରୁ ଇସ୍ତଫା ଦେବା ପରେ ବିଜୟ […]

vijay

vijay

Jitendra Garnayak
  • Published: Friday, 30 November 2018
  • Updated: 30 November 2018, 12:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରୁ ଆଜି ଦୁଇ ଦୁଇ ଜଣ ବଡ଼ ନେତା ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଦିଲୀପ ରାୟ ଓ ବିଜୟ ମହାପାତ୍ର। ପ୍ରଥମେ ଦିଲୀପଙ୍କ ଇସ୍ତଫା ଖବର ଆସିଥିଲା ଓ ତା’ପରେ ଆସିଥିଲା ବିଜୟଙ୍କ ଇସ୍ତଫା ଖବର। ବିଜୟ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପିରୁ ଇସ୍ତଫା ଦେଇଥିବା କଥା ଜଣାଇଛନ୍ତି।

ବିଜୟ ତାଙ୍କ ଇସ୍ତଫାପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ପଠାଇଛନ୍ତି।

ବିଜେପିରୁ ଇସ୍ତଫା ଦେବା ପରେ ବିଜୟ କହିଛନ୍ତି,“ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଦିଲୀପ ରାୟ ବିଦେଶରୁ ଫେରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।”

ସେ କହିଛନ୍ତି,“୧୫ ଦିନ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ। ନିର୍ବାଚନ ଲଢ଼ିବି କି ନାହିଁ ପରାମର୍ଶ କଲା ପରେ ନିଷ୍ପତ୍ତି ନେବି।”

ବିଜେଡିରେ ଯୋଗ ଦେଉଥିବା ଚର୍ଚ୍ଚା ନେଇ ବିଜୟ କହିଛନ୍ତି,“ଚର୍ଚ୍ଚାକୁ ଚର୍ଚ୍ଚା ବାଟରେ ରଖାଯାଉ, ୧୫ ଦିନ ପରେ ନିଆଯିବ ନିଷ୍ପତ୍ତି। ବର୍ତ୍ତମାନ ଓଡ଼ିଶାର ରାଜନୀତି ପାଣିପାଗ ଅସ୍ପଷ୍ଟ ରହିଛି।”

୨୦୦୯ରେ ବିଜେପିରେ ଯୋଗ ଦେବା ତରବରିଆ ନିଷ୍ପତ୍ତି ଥିଲା ବୋଲି ବିଜୟ କହିଛନ୍ତି। ଏହା ଏକ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି। ବିଜେପିର ମୁଖଶାଳା ବଡ଼, ମନ୍ଦିର ଛୋଟ।  ଓଡ଼ିଶା ପ୍ରତି ବିଜେପିର କେବେ ବି ଆନ୍ତରିକତା ବା ନିଷ୍ଠା ନଥିଲା ବୋଲି ବିଜୟ କହିଛନ୍ତି।

ବିଜେପିର ମିଶନ ୧୨୦କୁ ନେଇ ବିଜୟ କହିଛନ୍ତି ଯେ ଏଭଳି ଆକଳନ କରିବା ବେଳେ ଦଳୀୟ ନେତୃତ୍ୱ ଭୁଲ୍ କରିଥିଲେ। ଅନୌପଚାରିକ ଆଲୋଚନା ବେଳେ ସମସ୍ତେ ଏହାକୁ ସ୍ୱୀକାର କରନ୍ତି। ମହାନଦୀ ପ୍ରସଙ୍ଗ କେନ୍ଦ୍ର ଅବା ରାଜ୍ୟ ସରକାର, କାହାରି ଆନ୍ତରିକତା ନାହିଁ।

[caption id="attachment_307425" align="aligncenter" width="700"]bijoymohapatra ବିଜୟ ମହାପାତ୍ର ଓ ଦିଲୀପ ରାୟ ପଠାଇଥିବା ଇସ୍ତଫାପତ୍ର[/caption]

ଦିଲୀପ ରାୟ ଓ ବିଜୟ ମହାପାତ୍ର ଗୋଟିଏ ଇସ୍ତଫାପତ୍ରରେ ଦସ୍ତଖତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ପଠାଇଛନ୍ତି। ଏଥିରେ ସେମାନେ ସ୍ପଷ୍ଟ ଭାବେ ସେମାନଙ୍କ ଦଳ ଛାଡ଼ିବା ସଂପର୍କିତ କାରଣଗୁଡ଼ିକୁ ଦର୍ଶାଇଛନ୍ତି। ଦିଲୀପ ରାୟ ବିଜେପିରୁ ଇସ୍ତଫା ଦେବା ସହିତ ବିଧାୟକ ପଦରୁ ବି ଇସ୍ତଫା ଦେଇଛନ୍ତି।

ଅନ୍ୟପକ୍ଷରେ ବିଜୟ ଓ ଦିଲୀପଙ୍କ ଇସ୍ତଫା ନେଇ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ଯେ ଉଭୟ ଭଦ୍ରବ୍ୟକ୍ତି ଦଳରେ କେଉଁଠି ଥିଲେ ଯେ ଇସ୍ତଫା ଦେଲେ। ଉଭୟ ଦୀର୍ଘ ଦିନ ହେଲାଣି ଦଳୀୟ କାର୍ଯ୍ୟକ୍ରମକୁ ଆସୁ ନଥିଲେ। ଉଭୟ ନଥିଲେ। ତେଣୁ ଗଲେ କିଛି ଫରକ ପଡ଼ିବନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story