ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ମୁଖ୍ୟମନ୍ତ୍ରୀ ବାରମ୍ବାର ମିଛ କହୁଛନ୍ତି : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟି ରଖି ସାଧାରଣ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ମିଛ କହୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଦଳର ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗରିବ ଲୋକଙ୍କୁ ପକ୍କା ଘର ଯୋଗାଣ ମାମଲାରେ ମୁଖ୍ୟମନ୍ତ୍ରୀ ଜାଣିଶୁଣି ମିଛ କହି ଜନମତକୁ ପ୍ରଭାବିତ କରିବା ପାଇଁ ଡ୍ରାମା କରୁଛନ୍ତି। ସଭିଙ୍କ ପାଇଁ ପକ୍କା ଘର ଦେବା କଥା କହିବା […]

Bjp-accuses-naveen-govt-of-dishing-out-false-data-on-housing-for-the-poor

Manoranjan Sial
  • Published: Saturday, 09 March 2019
  • , Updated: 15 March 2019, 03:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟି ରଖି ସାଧାରଣ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ମିଛ କହୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଦଳର ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗରିବ ଲୋକଙ୍କୁ ପକ୍କା ଘର ଯୋଗାଣ ମାମଲାରେ ମୁଖ୍ୟମନ୍ତ୍ରୀ ଜାଣିଶୁଣି ମିଛ କହି ଜନମତକୁ ପ୍ରଭାବିତ କରିବା ପାଇଁ ଡ୍ରାମା କରୁଛନ୍ତି। ସଭିଙ୍କ ପାଇଁ ପକ୍କା ଘର ଦେବା କଥା କହିବା ମୁଖ୍ୟମନ୍ତ୍ରୀଙ୍କ ଏକ ବଡ଼ ମିଛ ପ୍ରତିଶ୍ରୁତି। ଗତ ୫ ବର୍ଷରେ ୨୦ ଲକ୍ଷ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିଥିବା ମୁଖ୍ୟମନ୍ତ୍ରୀ ଦାବି କରିଥିବାବେଳେ ୨୦ ଲକ୍ଷ ଘରରୁ କେତେ ଘର ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରୁ ହୋଇଛି, ଏହା ଜଣାଇବାକୁ ରାଜ୍ୟ ସରକାର ଅମଙ୍ଗ ହେଉଛନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

୨୦୧୪ ଇସ୍ତାହାରରେ ବିଜେଡି ସମସ୍ତଙ୍କୁ ପକ୍କା ଘର ଓ ଯାହାର ଘରଡ଼ିହ ନଥିବ ତାକୁ ଜାଗା ଓ ଘର ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲା। ବିଜେଡିର ଏହି ଆବାସ ସୁରକ୍ଷା ପ୍ରତିଶ୍ରୁତି ଏବେ ପାଣିର ଗାର ହୋଇଛି। ରାଜ୍ୟରେ ଏବେବି ୩୦ଲକ୍ଷ ଲୋକ କଚ୍ଚା ଘରରେ ରହୁଛନ୍ତି। ୫ବର୍ଷରେ ଯେଉଁ ୨୦ଲକ୍ଷ ଗରିବଙ୍କୁ ପକ୍କାଘର ଦେଇଛନ୍ତି ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି ସେଥିରୁ ୧୭ଲକ୍ଷ ଘର କେନ୍ଦ୍ର ସରକାରଙ୍କ ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ହୋଇଛି। ନିଜେ ରାଜ୍ୟ ସରକାର ମଧ୍ୟ ସ୍ୱୀକାର କରିଛନ୍ତି ଯେ ୨୦ଲକ୍ଷରୁ ମାତ୍ର ୩.୭୭ଲକ୍ଷ ଘର ବିଜୁ ପକ୍କାଘର ଯୋଜନାରେ ନିର୍ମାଣ ହୋଇଛି । ପୃଥିବୀର ସବୁଠୁ ବଡ଼ ଯୋଜନା 'ଜାଗା' ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ, କିନ୍ତୁ ଏବେ ବି ଓଡ଼ିଶାରେ ୨୦ ଲକ୍ଷ ଲୋକଙ୍କୁ ସ୍ଥାୟୀପଟ୍ଟା ମିଳିନାହିଁ।

ଗତ ୩ବର୍ଷ ଧରି ରାଜ୍ୟରେ ଯେଉଁ ପକ୍କାଘର ନିର୍ମାଣ ହେଉଛି ତାହା କେନ୍ଦ୍ରୀୟ ଯୋଜନାରେ ହେଉଥିବାବେଳେ ରାଜ୍ୟ ସରକାର କେବଳ ବିଜ୍ଞାପନ ଦେବାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ପରଘର ତିଅଣରେ ଅତିଥି ସତ୍କାର କରିବା ଅଭ୍ୟାସ ଛାଡ଼ନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Related story