ଦୁଷ୍କର୍ମ ଅଭିଯୁକ୍ତ ବିଜେଡି ନେତାଙ୍କୁ ସୁରକ୍ଷା ଦେଉଛି ପୁଲିସ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ଦିବ୍ୟାଙ୍ଗ ନାବାଳିକା ସହ ଦୁର୍ଷ୍କମ କରିଥିବା ମାମଲାରେ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ବଦଳରେ ଘଣ୍ଟ ଘୋଡ଼ାଉଛି ବୋଲି ରାଜ୍ୟ ବିଜେପି ଆଜି ଅଭିଯୋଗ କରିଛି। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଆଜି ପୀଡ଼ିତା ପରିବାରକୁ ଭେଟିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ନିମନ୍ତେ ଦାବି ଜଣାଇଛି। ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଗତ ୨୦ ତାରିଖ […]

lekhasri-SAMANTSINHAR-FINAL

Tapas Behera
  • Published: Wednesday, 28 August 2019
  • , Updated: 28 August 2019, 10:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ଦିବ୍ୟାଙ୍ଗ ନାବାଳିକା ସହ ଦୁର୍ଷ୍କମ କରିଥିବା ମାମଲାରେ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ବଦଳରେ ଘଣ୍ଟ ଘୋଡ଼ାଉଛି ବୋଲି ରାଜ୍ୟ ବିଜେପି ଆଜି ଅଭିଯୋଗ କରିଛି। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଆଜି ପୀଡ଼ିତା ପରିବାରକୁ ଭେଟିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ନିମନ୍ତେ ଦାବି ଜଣାଇଛି।

ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଗତ ୨୦ ତାରିଖ ଦିନ ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତ ପାଣିଦୁଆର ଗାଁର ଜଣେ ଦିବ୍ୟାଙ୍ଗ ନାବାଳିକା ସହ ବିଜେଡି ନେତା ଭିକାରୀ ଚରଣ ବେହେରା ଦୁଷ୍କର୍ମ କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଘଟଣା ପରଠୁ ଅଭିଯୁକ୍ତ ଫେରାର ରହିଥିବାବେଳେ ପୁଲିସ ତାଙ୍କୁ ଗିରଫ କରିବାକୁ ପଛଘୁଞ୍ଚା ଦେଉଛି। ଆଜି ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ପୀଡ଼ିତା ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ଅଭିଯୁକ୍ତକୁ ତୁରନ୍ତ ପୋକ୍ସୋ ଆଇନ ଅନୁଯାୟୀ ଗିରଫ କରିବା ନିମନ୍ତେ ଟାଙ୍ଗୀ ଥାନା ଅଧିକାରୀଙ୍କୁ ଭେଟି ଦାବି ଜଣାଇଛି। ରାଜ୍ୟରେ କୁନ୍ଦୁଲି ନାବାଳିକା ଦୁର୍ଷ୍କମ ଘଟଣା ପରି ଏହି ଘଟଣାକୁ ରାଜ୍ୟ ସରକାର ଚାପି ଦେବାକୁ ବସିଛନ୍ତି। କୁନ୍ଦୁଲି ପୀଡ଼ିତା ପରି ଶହ ଶହ ନାବାଳିକା ଦୁର୍ଷ୍କମର ଶିକାର ହୋଇ ନ୍ୟାୟ ନପାଇ ଆତ୍ମହତ୍ୟାକୁ ଆପଣାଉଛନ୍ତି। ଦିବ୍ୟାଙ୍ଗ ନାବାଳିକା ସହ ଦୁର୍ଷ୍କମ ହେବା କୁନ୍ଦୁଲି ଘଟଣାର ପୁନରାବୃତି ବୋଲି ମହିଳା ମୋର୍ଚ୍ଚା କହିଛି।

ଅଭିଯୁକ୍ତ ବିଜେଡି ନେତା ଭିକାରୀ ବେହେରା ପୂର୍ବରୁ ଗାଁର ଅନ୍ୟ କେତେକ ମହିଳାମାନଙ୍କୁ ଡରାଇ ଧମକାଇ ଦୁର୍ଷ୍କମ କରିଥିବାର ଅଭିଯୋଗ ହୋଇଛି। ଏପରିକି ରାସନ କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାଟିଦେବାର ଭୟ ଦେଖାଇ ଗ୍ରାମର ୫ ଜଣ ମହିଳାଙ୍କ ସହ ସେ ଦୁର୍ଷ୍କମ କରିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦିବ୍ୟାଙ୍ଗ ନାବାଳିକାକୁ ଦୁର୍ଷ୍କମ କରିବା ପରେ ଅଭିଯୁକ୍ତର କିଛି ସହଯୋଗୀ ପଞ୍ଚାୟତ ବସାଇ ପୀଡ଼ିତା ପରିବାରକୁ ଟଙ୍କା ଦେଇ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏହି ଘଟଣାରେ ତୁରନ୍ତ ଅଭିଯୁକ୍ତକୁ ଗିରଫ ପାଇଁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି।

ଏହି ପ୍ରତିନିଧି ଦଳ ଆଜି କେନ୍ଦ୍ରାଞ୍ଚଳ ଡିଆଇଜି ଆଶୀଷ ସିଂହଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ୧୨ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ଶ୍ରୀମତୀ ସାମନ୍ତ ସିଂହାର କହିଛନ୍ତି। ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ସଂପାଦକ ରଶ୍ମିରେଖା ଦାସ, ଆସ୍କା ସାଂସଦ ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀ, ସୋଶାଲ ମିଡିଆ ସଂଯୋଜକ କସ୍ତୁରୀ ମିଶ୍ର, ରଶ୍ମି ପଟ୍ଟନାୟକଙ୍କ ସମେତ ସ୍ଥାନୀୟ କର୍ମକର୍ତ୍ତା ସାମିଲ ଥିଲେ।

Related story