ଜୁଲାଇ ୬ରୁ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୬ ତାରିଖଠାରୁ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହେବ। ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବ। ପରେ ନୂତନ ଦାୟିତ୍ୱ ବଣ୍ଟନ କରାଯିବ। ପ୍ରତି ବୁଥ୍‌ ସ୍ତରଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ସବୁଠାରେ ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରାଯିବ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ପଦାଧିକାରୀ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହାଛଡ଼ା ଅନେକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି। […]

Bjp-all-set-to-launch-a-statewide-membership-drive-from-6-July

Bjp-all-set-to-launch-a-statewide-membership-drive-from-6-July

Manoranjan Sial
  • Published: Wednesday, 19 June 2019
  • Updated: 19 June 2019, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୬ ତାରିଖଠାରୁ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହେବ। ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବ। ପରେ ନୂତନ ଦାୟିତ୍ୱ ବଣ୍ଟନ କରାଯିବ। ପ୍ରତି ବୁଥ୍‌ ସ୍ତରଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ସବୁଠାରେ ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରାଯିବ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ପଦାଧିକାରୀ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହାଛଡ଼ା ଅନେକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି।

ବାତ୍ୟା ‘ଫୋନି’ ପରେ ରାଜ୍ୟସରକାର ବାତ୍ୟା ପ୍ରପୀଡ଼ିତଙ୍କୁ ଥଇଥାନ କରାଇବାରେ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି। ବିଦ୍ୟୁତ, ପିଇବା ପାଣି, ପଲିଥିନ, ଶୁଖିଲା ଖାଦ୍ୟ ଓ ଦରକାରୀ ଔଷଧ ଯୋଗାଇବାରେ ମଧ୍ୟ ଫେଲ୍‌ ମାରିଛନ୍ତି। ଧାନ କିଣା ବିକାରେ ବ୍ୟାପକ ଅନିୟମିତତା ହୋଇଛି। ମିଲର୍ସମାନେ ମନମୁଖୀ କାରବାର କରୁଥିବା ବେଳେ ମନ୍ତ୍ରୀ ଓ ଅଫିସରମାନେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ଆଜିବି ଅନେକ ମଣ୍ଡିରେ ଧାନ ଉଠିନାହିଁ। ଏପରିକି ଧାନ ବିକିଥିବା ଚଷୀଙ୍କୁ ପଇସା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି। ଏହା ଉପରେ ସରକାର ତୁରନ୍ତ ଧ୍ୟାନ ଦେବା ଦରକାର। ଏହା ଉପରେ ଆଜିର ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।

ଦିନକୁ ଦିନ ରାଜ୍ୟରେ ନିର୍ବାଚନୀ ପରବର୍ତ୍ତୀ ହିଂସା ବଢିବାରେ ଲାଗିଛି। ଶାସକ ଦଳ ରକ୍ତମୁଖା ସାଜିଛି। ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡାର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପୁଅ ସୁଶାନ୍ତ ନାୟକଙ୍କୁ ହତ୍ୟା କରାଯାଇଛି। ସେହିପରି ଗତ କିଛି ଦିନ ତଳେ ନବରଙ୍ଗପୁର କୋଡ଼ିଙ୍ଗାରେ ଜଣେ ବୃଦ୍ଧଙ୍କୁ କୁକୁଡା ଖେଳ ଭଳି ଛୋଟିଆ ଅପରାଧୀକ ଘଟଣା ସନ୍ଦେହରେ ପୁଲିସ ହାଜତକୁ ନେଇ ଅଟକ ରଖିଥିବା ବେଳେ ତାଙ୍କୁ ମାଡ଼ ମାରିଥିଲା। ସେଥିରେ ସେହି ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ପୁଲିସର ଏହି ବର୍ବରତା ଅତ୍ୟନ୍ତ ନିନ୍ଦନୀୟ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ମୃତ ଗୋବର୍ଦ୍ଧନଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଛି।

ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ହୋଇଥିବା ଆଜିର ଏହି ପଦାଧିକାରୀଙ୍କ ବୈଠକରେ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ଗିରିଧର ଗମାଙ୍ଗୋ, ସାଧାରଣ ସମ୍ପାଦକ ପୃଥ୍ୱରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ (ସଙ୍ଗଠନ) ମାନସ ମହାନ୍ତି, ସହ ସଙ୍ଗଠନ ସାଧାରଣ ସମ୍ପାଦକ ଅମିତାଭ ଚକ୍ରବର୍ତ୍ତୀ, ସଦସ୍ୟତା ଅଭିଯାନର ରାଜ୍ୟ ପ୍ରଭାରୀ ଅନନ୍ତ ନାୟକ, ସହ ପ୍ରଭାରୀ ସାରଦା ପ୍ରସାଦ ଶତପଥୀ ପ୍ରମୁଖ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos