ବଳାତ୍କାରୀ ଓ ହତ୍ୟାକାରୀଙ୍କୁ ବିଜେଡି ଘଣ୍ଟ ଘୋଡ଼ାଉଛି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ବୟାନ ଉପରେ ବିଜେପି ଆଜି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଦୁଷ୍କର୍ମ ହୋଇନି ବୋଲି ସଞ୍ଜୟ କେମିତି ଜାଣିଲେ ଓ ରାଜନୀତି ଛାଡ଼ି ବିଜେଡି ନେତାମାନେ କେବେଠୁ ପୁଲିସର କାର୍ଯ୍ୟ କଲେଣି ବୋଲି ବିଜେପି ପ୍ରଶ୍ନ କରିଛି। ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି […]

bhrugu

Tapas Behera
  • Published: Saturday, 28 December 2019
  • , Updated: 28 December 2019, 07:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ବୟାନ ଉପରେ ବିଜେପି ଆଜି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଦୁଷ୍କର୍ମ ହୋଇନି ବୋଲି ସଞ୍ଜୟ କେମିତି ଜାଣିଲେ ଓ ରାଜନୀତି ଛାଡ଼ି ବିଜେଡି ନେତାମାନେ କେବେଠୁ ପୁଲିସର କାର୍ଯ୍ୟ କଲେଣି ବୋଲି ବିଜେପି ପ୍ରଶ୍ନ କରିଛି।
ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, ଗତ ୧୪ ତାରିଖରେ ନବରଙ୍ଗପୁର ଜିଲା କୋଷାଗୁମୁଡ଼ାଠାରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି। ଅନ୍ୟପଟେ ବଳାକ୍ରାରୀମାନେ ଶାସକ ଦଳର କର୍ମୀ ହୋଇଥିବାରୁ ପୁଲିସ ସେମାନଙ୍କୁ ଜାଣିସୁଣି ଗିରଫ କରୁନାହିଁ।

ଖୋଦ୍ ପୁଲିସ ଏବେ ତଦନ୍ତକୁ ବାଟବଣା କରୁଛି। ଏଭଳି ସ୍ଥିତିରେ ବିଜେଡି ନେତା ଶ୍ରୀ ଦାସବର୍ମା ଏହି ଘଟଣାକୁ ମିଥ୍ୟା ବୋଲି କହିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ। ନବରଙ୍ଗପୁର ପୁଲିସ ଘଟଣା ସମ୍ପର୍କରେ କୌଣସି ବିବୃତ୍ତି ଦେଇନଥିବା ସମୟରେ ଶ୍ରୀ ଦାସବର୍ମା କେମିତି ଜାଣିଲେ ଯେ, କୋଷାଗୁମୁଡ଼ାରେ ନାବାଳିକାଙ୍କୁ ବଳାକ୍ରାର କିମ୍ବା ହତ୍ୟା କରାଯାଇ ନାହିଁ? ବିଜେଡି ନେତା କ’ଣ ଏବେ ରାଜନୀତି ଛାଡି ପୁଲିସର କାର୍ଯ୍ୟ କରିବା ଆରମ୍ଭ କଲେଣି କି ? ଏ ଘଟଣା ମିଥ୍ୟା ବୋଲି ସଞ୍ଜୟ ଦାସବର୍ମାଙ୍କୁ କେଉଁ ତଦନ୍ତକାରୀ ସଂସ୍ଥା ସୂଚନା ଦେଇଛି? ଏମିତି ମନ୍ତବ୍ୟ ରଖି ଶ୍ରୀ ଦାସବର୍ମା କ’ଣ ରାଜ୍ୟର ନାରୀମାନଙ୍କୁ ସମ୍ମାନିତ କରୁଛନ୍ତି କି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ବିଜେଡି ନେତାଙ୍କ ସଂପୃକ୍ତି ଥିବାରୁ ଅଭିଯୁକ୍ତମାନଙ୍କୁ ବଞ୍ଚାଇବାକୁ ଯାଇ ଯାଜପୁର ଏସପି ମୃତା ସ୍ମିତାରାଣୀର ଚରିତ୍ର ହନନ କରିଥିଲେ। ଠିକ୍ ସମାନ ଢଙ୍ଗରେ ନବରଙ୍ଗପୁର ପୁଲିସ ଏବଂ ଦଳୀୟ କର୍ମୀମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଶ୍ରୀ ଦାସବର୍ମା ଘଟଣାକୁ ମିଥ୍ୟା ବୋଲି କହି ଘଟଣାକୁ ଚପେଇ ଦେବାକୁ ବସିଛନ୍ତି । ପୋଲିସ ପ୍ରଶାସନ ଏବଂ ବିଜେଡି ନିଜ ନିଜକୁ ବଂଚାଇବା ଯାଇ ବିଭିନ୍ନ ଘଟଣାରେ ଭାଗବଣ୍ଟା କରି ହତ୍ୟାକାରୀ ଏବଂ ବଳକ୍ରାରୀମାନଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।

କୋଷାଗୁମୁଡ଼ା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନବରଙ୍ଗପୁର ପୁଲିସ ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ନାବାଳିକାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ତୁରନ୍ତ ସାର୍ବଜନୀନନ କରିବା ପାଇଁ ଶ୍ରୀ ବକ୍ସିପାତ୍ର ଦାବି କରିଛନ୍ତି।

Related story