ବିଜେଡିକୁ ଘେରିଲା ବିଜେପି :୨୦ବର୍ଷର ନିରଙ୍କୁଶ ଶାସନରେ କାହିଁକି ଓଡ଼ିଶା ପଛରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଆସନ୍ତାକାଲି ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବାବେଳେ ରାଜ୍ୟରେ ବିକାଶର ବିଫଳତା ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିବାକୁ ବିଜେପି ଉଦ୍ୟମ କରିଛି। ବିଜେଡି ଗଠନ ପରଠୁ ଆଜିପର୍ଯ୍ୟନ୍ତ କ୍ଷମତାରେ ରହିଥିବାବେଳେ ଏତେ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ସମସ୍ତ ମାନଦଣ୍ଡରେ ଆଗେଇବା ବଦଳରେ ପଛରେ ପଡ଼ିଛି। ୨୦ବର୍ଷର ନିରଙ୍କୁଶ ଶାସନ କ’ଣ ଓଡ଼ିଶାର ବିକାଶ ପାଇଁ ଯଥେଷ୍ଟ ହେଲାନି କି ବୋଲି ବିଜେପି ପକ୍ଷରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ […]

samirmohanty-1

samirmohanty-1

Tapas Behera
  • Published: Wednesday, 25 December 2019
  • Updated: 25 December 2019, 08:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଆସନ୍ତାକାଲି ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବାବେଳେ ରାଜ୍ୟରେ ବିକାଶର ବିଫଳତା ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିବାକୁ ବିଜେପି ଉଦ୍ୟମ କରିଛି। ବିଜେଡି ଗଠନ ପରଠୁ ଆଜିପର୍ଯ୍ୟନ୍ତ କ୍ଷମତାରେ ରହିଥିବାବେଳେ ଏତେ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ସମସ୍ତ ମାନଦଣ୍ଡରେ ଆଗେଇବା ବଦଳରେ ପଛରେ ପଡ଼ିଛି। ୨୦ବର୍ଷର ନିରଙ୍କୁଶ ଶାସନ କ’ଣ ଓଡ଼ିଶାର ବିକାଶ ପାଇଁ ଯଥେଷ୍ଟ ହେଲାନି କି ବୋଲି ବିଜେପି ପକ୍ଷରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରାଯାଇଛି।

ଆଜି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ୨୦ ବର୍ଷର ଶାସନ କ’ଣ ଓଡ଼ିଶାର ବିକାଶ ପାଇଁ ଯଥେଷ୍ଟ ହେଲା ନାହିଁ? ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୧୦ଟି ପିଏଚସି ଓ ସିଏଚସିରେ ଡାକ୍ତର ନାହାଁନ୍ତି। ଏହା କ’ଣ ରାଜ୍ୟର ଉନ୍ନତ ସ୍ୱାସ୍ଥ୍ୟ ସେବାର ନମୂନା କି ? ଏହା ସତ୍ତେ୍ୱ ବି କେନ୍ଦ୍ରର ଆୟୁଷ୍ମାନ ଯୋଜନା ଠାରୁ ନିଜର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଭଲ ବୋଲି ଦାବି କରୁଥିବା ବିଜେଡି ସରକାର ବାସ୍ତବରେ ଏହି ଯୋଜନାରେ କେତେ ହିତାଧିକାରୀ ଉପକୃତ ହେଉଛନ୍ତି ତାହା ଅନୁଭବ କରିପାରୁଥିବେ। ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସଭାପତି କାଳିଆ ଯୋଜନା ଘୋଷଣା କରିଥିଲେ। କିନ୍ତୁ ଭୋଟ ପାଇଁ ଜିତିଲା ପରେ ପ୍ରତିଶ୍ରୁତି ପାଣିର ଗାର ହେଲା। କାଳିଆର ପ୍ରଥମ କିସ୍ତି ପାଇନଥିବା ଆଉ ୨୪ ଲକ୍ଷ ଚାଷୀ କେବେ କାଳିଆ ଟଙ୍କା ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି।
ଦୀର୍ଘ ୨୦ ବର୍ଷ ଶାସନ ପରେ ବି ରାଜ୍ୟର ସମସ୍ତ ଚାଷ ଜମିକୁ ରାଜ୍ୟ ସରକାର ପାଣି ଯୋଗାଇ ପାରିଲେ ନାହିଁ। ପ୍ରତିଦିନ ରାଜ୍ୟରେ ନାରୀ ନିର୍ଯାତନା ଓ ଗଣଦୁଷ୍କର୍ମ ଆଦି ଘଟଣା ଘଟିଚାଲିଛି। ନବୀନ ବାବୁ କେବେ ସବୁ ଜିଲ୍ଲାରେ ମହିଳା ଥାନା ପ୍ରତିଷ୍ଠା ଓ କଠୋର ଆଇନ ଲାଗୁ କରିବେ ତାହା ସ୍ପଷ୍ଟ କରନ୍ତୁ। ମାତୃମୃତ୍ୟୁ ହାର , ଶିଶୁ ମୃତ୍ୟୁ ହାର ଏବଂ ଦୁଷ୍କର୍ମ ଘଟଣାରେ ଓଡ଼ିଶା ରେକର୍ଡ କରିବା କ’ଣ ରାଜ୍ୟ ପାଇଁ ଲଜ୍ଜାର ବିଷୟ ନୁହେଁ କି ବୋଲି ବିଜେପି ପ୍ରଶ୍ନ କରିଛି।

ଏବେବି ବିଶୁଦ୍ଧ ପାନୀୟ ଜଳ ମୁନ୍ଦେ ପାଇବାରୁ ଲକ୍ଷ ଲକ୍ଷ ଲୋକ ବଞ୍ôଚତ ଅଛନ୍ତି। କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ସହଯୋଗ ସତ୍ତେ ପାଇଖାନା ନିର୍ମାଣର ରାଜ୍ୟ ଦେଶରେ ସବୁଠୁ ପଛରେ ରହିଛି କାହିଁକି? ବାତ୍ୟା ଫନି ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ସରକାର ୫୦୦୦ କୋଟି ସହାୟତା ଯୋଗାଇଥିବାବେଳେ ଶାସକ ବିଜେଡି ଯୋଗ୍ୟ ହିତାଧିକାରୀକୁ ବଞ୍ôଚତ କରି ଅଯୋଗ୍ୟ ପ୍ରଭାବଶାଳୀ ବ୍ୟକ୍ତିକୁ ଦଳୀୟ ଆଧାରରେ ସହାୟତା କାହିଁକି ଯୋଗାଉଛିା ଏକ ନମ୍ବର ସ୍ମାର୍ଟ ସିଟି ଘୋଷଣା ହୋଇଥିବା ଭୁବନେଶ୍ୱର ସ୍ମାର୍ଟ ସିଟି ନା ସ୍ଲମ୍ ସିଟି ବୋଲି ବିଜେପିି ପ୍ରଶ୍ନ କରିଛି।
ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ କରୁଥିବା ରାଜ୍ୟ ସରକାର ୪୧୦୦ କୋଟି ଉଦ୍ଧ୍ୱର୍ ଟଙ୍କାର ସେସୁ ସଂସ୍ଥାକୁ ଶାଗ ମାଛ ଦରରେ ମାତ୍ର ୩୦୦ କୋଟି ଟଙ୍କାରେ ଟାଟା ପାୱାରକୁ କାହା ସ୍ୱାର୍ଥରେ ଟେକି ଦିଆଗଲା? ଶିଳ୍ପଭିତ୍ତିକ ପୁଞ୍ଜିି ବିନିଯୋଗ ପାଇଁ ଶତାଧିକ ଏମଓୟୁ ସ୍ୱାକ୍ଷର ହୋଇଥିବାବେଳେ ସେଧିମଧ୍ୟରୁ କେତେ କାର୍ଯ୍ୟକାରୀ ହୋଇଛି? ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବାକୁ ଡିଣ୍ଡିମ ପିଟୁଥିବା ବିଜେଡି ସରକାର କେତେ ଦିନରେ ଓଟିଏମ ଓ କଳିଙ୍ଗ ଆଇରନ ୱାକ୍ସର ପୁନରୁଦ୍ଧାର କରିବେ। ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର କ’ଣ କରିଛି ଓ ଚିଟ୍ଫଣ୍ଡ ଜମାକାରୀଙ୍କୁ ପଇସା କେବେ ଫେରସ୍ତ କରାଯିବ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos