ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଥରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି। ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ ହୋଇଛି। ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୱେସ୍କୋ ଜରିଆରେ ବିଦ୍ୟୁତ୍ ସଂଯୋଗ କରାଉଛନ୍ତି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ସରକାରୀ ସୁବିଧା ଯୋଗାଇ ଦେବା ସହ ନିଜ ଲୋକଙ୍କୁ ଲଗାଇ ରାସନ୍ କାର୍ଡ ଓ ଅନ୍ୟାନ୍ୟ ଯୋଜନା ପହଞ୍ଚାଇବାକୁ ଲୋକଙ୍କୁ […]

bjp

bjp

Ranjit Kumar Jena
  • Published: Wednesday, 21 October 2020
  • Updated: 21 October 2020, 05:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଥରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି। ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ ହୋଇଛି। ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୱେସ୍କୋ ଜରିଆରେ ବିଦ୍ୟୁତ୍ ସଂଯୋଗ କରାଉଛନ୍ତି।

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ସରକାରୀ ସୁବିଧା ଯୋଗାଇ ଦେବା ସହ ନିଜ ଲୋକଙ୍କୁ ଲଗାଇ ରାସନ୍ କାର୍ଡ ଓ ଅନ୍ୟାନ୍ୟ ଯୋଜନା ପହଞ୍ଚାଇବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଯାହା ନିର୍ବାଚନ କୋଡ୍ ଅଫ୍ କଣ୍ଡ ଉଲ୍ଲଘଂନ ହେଉଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।

ବିଜେପିର ଏହି ଅଭିଯୋଗ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ଓ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos