୧୩ରେ କଟକ ବନ୍ଦ

କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପାର୍ବଣ କଟକଣାକୁ ବିରୋଧ କରିଛି କଟକ ନଗର ବିଜେପି। ରାଜ୍ୟରେ ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ପ୍ରେକ୍ଷାଳାୟ ଖୋଲିଥିବା ବେଳେ କେଉଁ ଆଧାରରେ ପାର୍ବଣ ଉପରେ କଟକଣା ଲଗା ଯାଉଛି? ସରକାରଙ୍କ ଏପରି ଅଜବ କଟକଣା ପ୍ରତିବାଦରେ ସେପ୍ଟେମ୍ୱର ୧୩ ତାରିଖରେ କଟକ ସହର ବନ୍ଦ ଡାକରା ଦେଇଛି ବିଜେପି। କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁଙ୍କ କହିବା ଅନୁସାରେ ଦୁର୍ଗା ପ୍ରତିମାଙ୍କ ଉଚ୍ଚତା ୪ ଫୁଟ୍‌ରେ […]

cuttack-town

Manoranjan Sial
  • Published: Monday, 06 September 2021
  • , Updated: 06 September 2021, 05:26 PM IST

କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପାର୍ବଣ କଟକଣାକୁ ବିରୋଧ କରିଛି କଟକ ନଗର ବିଜେପି। ରାଜ୍ୟରେ ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ପ୍ରେକ୍ଷାଳାୟ ଖୋଲିଥିବା ବେଳେ କେଉଁ ଆଧାରରେ ପାର୍ବଣ ଉପରେ କଟକଣା ଲଗା ଯାଉଛି? ସରକାରଙ୍କ ଏପରି ଅଜବ କଟକଣା ପ୍ରତିବାଦରେ ସେପ୍ଟେମ୍ୱର ୧୩ ତାରିଖରେ କଟକ ସହର ବନ୍ଦ ଡାକରା ଦେଇଛି ବିଜେପି।

କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁଙ୍କ କହିବା ଅନୁସାରେ ଦୁର୍ଗା ପ୍ରତିମାଙ୍କ ଉଚ୍ଚତା ୪ ଫୁଟ୍‌ରେ ସୀମିତ ଓ ପରଦା ଭିତରେ ରଖି ପୂଜା କରିବା ପାଇଁ ରାଜ୍ୟ ସରକାର ପାର୍ବଣ ଗାଇଡ୍‌ଲାଇନ୍‌ରେ ଦର୍ଶାଇଛନ୍ତି। ଏହା ବିରୋଧରେ ଜନସାଧାରଣଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ହଜାରେ ବର୍ଷର ପରମ୍ପରା ଓ ଐତିହ୍ୟର ସହର କଟକର କୋଣ ଅନୁକୋଣରେ ପ୍ରତିବାଦର ସ୍ୱର ତୀବ୍ରତର ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବୋଲି ଶ୍ରୀ ବଡୁ କହିଛନ୍ତି।

ସେ ଆହୁରି କହିଛନ୍ତି-“କରୋନା ଭଳି ମାହାମାରୀ ସମୟରେ ପୂର୍ବରୁ ରାଜ୍ୟ ସମେତ କଟକ ସହରବାସୀ ଶୃଙ୍ଖଳିତ ଭାବେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ମାନିଛନ୍ତି। ବର୍ତ୍ତମାନ ସ୍ଥିତିକୁ ଦେଖି କଟକଣାରେ ବହୁ କୋହଳ କରାଯାଇଛି। ସମସ୍ତ ଧର୍ମାନୁଷ୍ଠାନ, ସରକାରୀ ଅଫିସ୍‌, ବେସରକାରୀ ଅଫିସ୍‌, ପ୍ରେକ୍ଷାଳୟ, ଦୋକାନ-ବଜାର ଖୋଲି ଦେଇଛନ୍ତି। ତେବେ କେଉଁ ଆଧାରରେ ମାଆ ଆବଦ୍ଧ ହୋଇ ପୂଜା ପାଇବେ? ରାଜ୍ୟରେ ସବୁ ଖୋଲା ଯାଇଥିବା ବେଳେ ପର୍ବଣ ବେଳେ ସରକାର କାହିଁକି ଜିଦ୍‌ଖୋର ମନୋଭାବ ଦେଖାଉଛନ୍ତି? ମୂର୍ତ୍ତି ଉର୍ଚ୍ଚତା ୪ ଫୁଟ୍‌ରେ ସୀମିତ ଓ ଚାରି ପାର୍ଶ୍ୱରେ ଆବଦ୍ଧ କରି ପୂଜା କରିବାକୁ କହୁଛନ୍ତି? ଏପରି କଲେ କଣ କରୋନା ନିୟନ୍ତ୍ରଣ ହୋଇଯିବ? ଏଥିରୁ ଜଣାପଡ଼ିଛି ରାଜ୍ୟ ସରକାରଙ୍କର ଏହା ହେଉଛି ଏକ ବିକୃତ ଚିନ୍ତାଧାରା। ସାଧାରଣ ଲୋକଙ୍କ ଭାବାବେଗ ସହିତ ରାଜ୍ୟ ସରକାର ଖେଳୁଛନ୍ତି।  ରାଜ୍ୟ ସରକାର ଏହାର ପୁନର୍ବିଚାର ନକଲେ ସେପ୍ଟେମ୍ୱର ୧୩ ତାରିଖରେ କଟକ ସହର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଜେପି।”

Related story