ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ

କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟକ ପ୍ରାର୍ଥୀ ରବି ମଲ୍ଲିକଙ୍କୁ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଗାଁରେ ଅଟକ ରଖିବା ସହ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ରବି ମଲ୍ଲିକ ଶ୍ରୀରାମପୁର ଗାଁକୁ ନିଜର କର୍ମୀମାନଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ବିରୋଧୀ ଗୋଷ୍ଠୀ କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ। ସେଠାରେ ତାଙ୍କୁ ଆକ୍ରମଣ କରାଯାଇଥିଲା […]

vlcsnap-0016-10-30-19h30m09

vlcsnap-0016-10-30-19h30m09

Tapas Behera
  • Published: Friday, 26 April 2019
  • Updated: 26 April 2019, 11:23 AM IST

Sports

Latest News

କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟକ ପ୍ରାର୍ଥୀ ରବି ମଲ୍ଲିକଙ୍କୁ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଗାଁରେ ଅଟକ ରଖିବା ସହ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ରବି ମଲ୍ଲିକ ଶ୍ରୀରାମପୁର ଗାଁକୁ ନିଜର କର୍ମୀମାନଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ବିରୋଧୀ ଗୋଷ୍ଠୀ କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ।

ସେଠାରେ ତାଙ୍କୁ ଆକ୍ରମଣ କରାଯାଇଥିଲା ଓ ତାଙ୍କୁ ଅଟକ ରଖାଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ରବି ମଲ୍ଲିକଙ୍କୁ ଉଦ୍ଧାର କରିଥିଲା। ଏନେଇ ରବି ମଲ୍ଲିକ କାକଟପୁର ଥାନାରେ ଏତଲା ଦେଇଛନ୍ତି।ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ବିଜେପି ପ୍ରାର୍ଥୀ  ରବି ମଲ୍ଲିକ କହିଛନ୍ତି,“ ଗତକାଲି ରାତି ପ୍ରାୟସାଢ଼େ ୧୦ଟା ସମୟରେ ମୋର କର୍ମୀମାନଙ୍କୁ ଭେଟିବାକୁ ମୁଁ ଶ୍ରୀରାମପୁର ଗାଁକୁ ଯାଇଥିଲି। ସେଠାରେ କିଛି ଅସାମାଜିକ ବ୍ୟକ୍ତି କାହିଁକି ରାତିରେ ଆସିଛ ବୋଲି ମତେ ପ୍ରଶ୍ନ କରିଥିଲେ ଏବଂ ମତେ ଆକ୍ରମଣ କରିଥିଲେ।  ମୋ ସାଙ୍ଗରେ ଥିବା ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ ସେମାନେ ଗାଳିଗୁଲଜ ଓ  ଠେଲାପେଲା କରିଥିଲେ। ଏନେଇ ମୁଁ ଥାନାରେ ଅଭିଯୋଗ କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos