ବିଜେପି ଓ ନିଜ ଦଳ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଜର୍ଜ ତୀର୍କି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କଂଗ୍ରେସ ନେତା ଜର୍ଜ ତିର୍କୀଙ୍କ ସାଂଘାତିକ ଅଭିଯୋଗ। ବିଜେପି ଏବଂ ନିଜ ଦଳ ନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଜର୍ଜ ତିର୍କୀ। ଇଭିଏମ୍ ହ୍ୟାକ୍ କରି ବିଜେପି ସୁନ୍ଦରଗଡ଼ ଲୋକସଭା ଜିତିଥିବା ଅଭିଯୋଗ କରିଛନ୍ତି ସେ । ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜର୍ଜ ଅଭିଯୋଗ କରିଛନ୍ତି ଯେ, ୨୦୧୪ ନିର୍ବାଚନରେ ଜୁଏଲ ୩ ଲକ୍ଷ ୩୦ ହଜାର ଭୋଟ ପାଇଥିଲେ। ସେତେବେଳେ ମୋଦି ପ୍ରଚାର କରିଥିଲେ, ଦଳରେ ଦିଲୀପ ରାୟ […]

george_tirkey_with_rahu_jitendra_and_niranjan-19-9

Tapas Behera
  • Published: Wednesday, 05 June 2019
  • , Updated: 05 June 2019, 03:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କଂଗ୍ରେସ ନେତା ଜର୍ଜ ତିର୍କୀଙ୍କ ସାଂଘାତିକ ଅଭିଯୋଗ। ବିଜେପି ଏବଂ ନିଜ ଦଳ ନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଜର୍ଜ ତିର୍କୀ। ଇଭିଏମ୍ ହ୍ୟାକ୍ କରି ବିଜେପି ସୁନ୍ଦରଗଡ଼ ଲୋକସଭା ଜିତିଥିବା ଅଭିଯୋଗ କରିଛନ୍ତି ସେ । ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜର୍ଜ ଅଭିଯୋଗ କରିଛନ୍ତି ଯେ, ୨୦୧୪ ନିର୍ବାଚନରେ ଜୁଏଲ ୩ ଲକ୍ଷ ୩୦ ହଜାର ଭୋଟ ପାଇଥିଲେ। ସେତେବେଳେ ମୋଦି ପ୍ରଚାର କରିଥିଲେ, ଦଳରେ ଦିଲୀପ ରାୟ ବି ଥିଲେ ।

ଏଥର ମୋଦି ଆସିଲେନି କି ଦିଲୀପ ରାୟ ବି ନାହାନ୍ତି । ଏଭଳି ସ୍ଥିତିରେ ୫ ଲକ୍ଷ ୫୬ ହଜାର ଭୋଟ କେମିତି ହେଲା ବୋଲି ଜର୍ଜ ପ୍ରଶ୍ନ କରିଛନ୍ତି ?  ତାସହ କହିଛନ୍ତି ବିଜେପି ଇଭିଏମ୍ ହ୍ୟାକ୍ କରିଛି ।

ଆମେ ହାରିବାର ପ୍ରଶ୍ନ ଉଠୁନି । ତାଙ୍କୁ ହରାଇବାକୁ କଂଗ୍ରେସରେ ସାଂଘାତିକ ଆତ୍ମଘାତୀ ଷଡ଼ଯନ୍ତ୍ର ହୋଇଛି ବୋଲି ଅଭିଯୋଗ କରିଛନ୍ତି ଜର୍ଜ ତିର୍କୀ। ପିସିସି ଠାରୁ ଆରମ୍ଭ କରି ଡିସିସି ପର୍ଯ୍ୟନ୍ତ ନେତା ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଥିଲେ। ଏହି ଷଡ଼ଯନ୍ତ୍ରକାରୀଙ୍କୁ ଦଳରୁ ବିଦା କରାଯାଉ ବୋଲି ପିସିସି ମିଟିଂରେ ଜର୍ଜ ତିର୍କୀ ଦାବି କରିଥିବା ଅଭିଯୋଗ କରିଛନ୍ତି । ତେବେ ଜର୍ଜ ତିର୍କୀଙ୍କ ଏହି ଅଭିଯୋଗ ନେଇ ଜୁଏଲ୍ ଓରାମ କିମ୍ବା ବିଜେପିର ପ୍ରତିକ୍ରିୟା ମିଳିପାରିନି।

Related story