ପଶ୍ଚିମ ଓଡ଼ିଶାବାସୀଙ୍କ ଧର୍ଯ୍ୟ ପରୀକ୍ଷା ନକରନ୍ତୁ ମୁଖ୍ୟମନ୍ତ୍ରୀ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବାବେଳେ ରାଜ୍ୟ ସରକାରଙ୍କ ଅବହେଳା ଓ ଉଦ୍ଦେଶ୍ୟମୂଳକ ବିଳମ୍ବକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପଶ୍ଚିମ ଓଡ଼ିଶାବାସୀଙ୍କ ଧେର୍ଯ୍ୟ ପରୀକ୍ଷା ନକରି ତୁରନ୍ତ ବିଧିବଦ୍ଧ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାନ୍ତୁ ବୋଲି ବିଜେପି ଦାବି କରିଛି। ବିଜେପି ସାଂସଦ ସୁରେଶ ପୂଜାରୀ ଆଜି ଏକ ସାମ୍ବାଦିକ […]

suresh

Manoranjan Sial
  • Published: Wednesday, 05 February 2020
  • , Updated: 05 February 2020, 09:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବାବେଳେ ରାଜ୍ୟ ସରକାରଙ୍କ ଅବହେଳା ଓ ଉଦ୍ଦେଶ୍ୟମୂଳକ ବିଳମ୍ବକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପଶ୍ଚିମ ଓଡ଼ିଶାବାସୀଙ୍କ ଧେର୍ଯ୍ୟ ପରୀକ୍ଷା ନକରି ତୁରନ୍ତ ବିଧିବଦ୍ଧ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାନ୍ତୁ ବୋଲି ବିଜେପି ଦାବି କରିଛି।

ବିଜେପି ସାଂସଦ ସୁରେଶ ପୂଜାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ମତବ୍ୟକ୍ତ କରି କହିଛନ୍ତି ଯେ,ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ସମ୍ମତି ଜଣାଇବା ସହ ରାଜ୍ୟ ସରକାର ଓ ଓଡ଼ିଶା ହାଇକୋର୍ଟଙ୍କୁ ତାଙ୍କର ମତାମତ ମାଗିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ହାଇକୋର୍ଟଙ୍କୁ ଦୁଇ ଥର ଚିଠି ଲେଖାଯିବା ପରେ ବି କୌଣସି ଉତ୍ତର ମିଳୁନାହିଁ। ୭ ବର୍ଷ ପରେ ବି ହାଇକୋର୍ଟ ଉତ୍ତର ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଚାପର ବର୍ଶବର୍ତ୍ତୀ ନହୋଇ ଆଇନ ବ୍ୟବସ୍ଥାର ବିକେନ୍ଦ୍ରୀକରଣରେ ଏକମତ ହୋଇ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ତାଙ୍କ ମତାମତ ପ୍ରଦାନ କରିବା ପାଇଁ ଶ୍ରୀ ପୂଜାରୀ ନିବେଦନ କରିଛନ୍ତି।

ଏହାସହିତ କେନ୍ଦ୍ର ସରକାର ମଧ୍ୟ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କେଉଁ ସ୍ଥାନରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ ସେ ନେଇ ରାଜ୍ୟସରକାର କୌଣସି ପ୍ରସ୍ତାବ ଦେଉନାହାନ୍ତିା ସ୍ଥାୟୀ ବେଂଚ ପ୍ରତିଷ୍ଠା ନେଇ ଯେଉଁ ଭିତ୍ତିଭୂମି ଦରକାର ସେ ବାବଦରେ ରାଜ୍ୟ ସରକାରଙ୍କ ସହମତି ପତ୍ର କେନ୍ଦ୍ରକୁ ପଠାଯାଇନାହିଁ। ସ୍ଥାୟୀ କୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାପରେ ଦୈନନ୍ଦିନ ଖର୍ଚ୍ଚ ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ସରକାର ବହନ କରିଥାନ୍ତିା ଏନେଇ ମଧ୍ୟ କୌଣସି ପ୍ରତିଶ୍ରୁତି ରାଜ୍ୟ ସରକାର ଦେଉନାହାନ୍ତି।

ଶ୍ରୀ ପୂଜାରୀ କହିଛନ୍ତି ଯେ, ଯଦି ମୁଖ୍ୟମନ୍ତ୍ରୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜି ହୋଇଛନ୍ତି, ତାହେଲେ ଏଥିପାଇଁ କେନ୍ଦ୍ରସରକାରଙ୍କ ଆବଶ୍ୟକତା ଅନୁଯାୟୀ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବକୁ ତୁରନ୍ତ କେନ୍ଦ୍ର ସରକାରଙ୍କ ପାଖକୁ ପଠାନ୍ତୁ। ଏହା ପରେ କେନ୍ଦ୍ର ସରକାର ସ୍ଥାୟୀ ବେଞ୍ଚ ପାଇଁ ଲୋକସଭା ଓ ରାଜ୍ୟସଭାରେ ଆଇନ ପ୍ରଣୟନ କରି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବେ। ପଶ୍ଚିମ ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ପରୀକ୍ଷା ନକରି ୫୦ ବର୍ଷରୁ ଚାଲିଆସିଥିବା ସ୍ଥାୟୀ ବେଞ୍ଚ ଆନ୍ଦୋଳନ ଦାବିକୁ ପୂରଣ କରିବା ପାଇଁ ଓଡ଼ିଶା ହାଇକୋର୍ଟ ଏବଂ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ସହ ସକାରାତ୍ମକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପୂଜାରୀ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ବରଗଡ଼ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ,ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ସବିତା ନନ୍ଦ, ସୁରେଶ୍ୱର ଶତପଥୀ, ସୁଶାନ୍ତ ମିଶ୍ର, ରବିନାରାୟଣ ଦାଶ, ଅଶୋକ ପଣ୍ଡା, ସୀମାଞ୍ଚଳ ଖଟେଇ, ଇରାଶୀଷ ଆଚାର୍ଯ୍ୟ, ଅରୁପାନନ୍ଦ ସାହୁ, ଅବନୀକାନ୍ତ ପଣ୍ଡା, ମାନସ ରଞ୍ଜନ ବକ୍ସି ଓ ଦେବେଶ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Related story