ପ୍ରହସନ ପାଲଟିଛି ‘ମୋ ସରକାର’: ବିଜେପି, ମାନବାଧିକାର କମିଶନଙ୍କୁ ଫେରାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରୀ ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ତାଙ୍କ ସହଯୋଗୀମାନେ ଜଣେ ହୋମଗାର୍ଡଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେବାପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ଏ ସମ୍ପର୍କରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେବା ସହ ଅନୁସୂଚିତ ଜାତି ବର୍ଗର ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କରିଛି । ଏହାସହିତ ରାଜ୍ୟ ସରକାରଙ୍କ ୫-ଟି ଓ ମୋ ସରକାର ଯୋଜନା କେବଳ […]

bishnu-sethi

Manoranjan Sial
  • Published: Monday, 14 October 2019
  • , Updated: 14 October 2019, 07:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରୀ ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ତାଙ୍କ ସହଯୋଗୀମାନେ ଜଣେ ହୋମଗାର୍ଡଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେବାପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ଏ ସମ୍ପର୍କରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେବା ସହ ଅନୁସୂଚିତ ଜାତି ବର୍ଗର ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କରିଛି । ଏହାସହିତ ରାଜ୍ୟ ସରକାରଙ୍କ ୫-ଟି ଓ ମୋ ସରକାର ଯୋଜନା କେବଳ ଏକ ପ୍ରହସନ ବୋଲି ବିଜେପି ଅଭିଯୋଗ କରିଛି।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ହୋମଗାର୍ଡ ଶ୍ରୀ ମଲ୍ଲିକଙ୍କ ନାଁରେ ଥିବା ମିଥ୍ୟା ମକଦ୍ଦମାକୁ ଖାରଜ କରିବା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି। ଶ୍ରୀ ମଲ୍ଲିକଙ୍କୁ ମାଡ଼ ମାରି ହତ୍ୟା ଧମକ ଦେଇଥିବା ବିଧାୟିକା ଶ୍ରୀମତୀ ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ତାଙ୍କ ଦୁଇ ସହଯୋଗୀ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଓ ସରପଞ୍ଚ ସନ୍ତୋଷ ସାମଲଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଜେପି ଦାବି କରିଛି। ଏପରିକି ଶାସକ ଦଳର ଏହି ନେତାମାନେ ଗତ ୯ ତାରିଖ ଦିନ ସମ୍ପୃକ୍ତ ହୋମଗାର୍ଡଙ୍କୁ ଆକ୍ରମଣ କରିଥିଲେ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ।

ଶ୍ରୀ ସେଠୀ ଅଭିଯୋଗ କରିଛନ୍ତି ଯେ, ସମଗ୍ର ରାଜ୍ୟରେ ଦଳିତ ବର୍ଗ ଲୋକଙ୍କ ଉପରେ ଆକ୍ରମଣ କରାଯାଉଛିା ବିଶେଷକରି ଶାସକ ଦଳର ନେତା ଓ କର୍ମୀମାନେ ଦଳିତ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର କରିଚାଲିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ଏବଂ ମୋ ସରକାର ଯୋଜନା କେବଳ ପ୍ରହସନ ପାଲଟିଛିା ଶାସକ ଦଳ ଇଙ୍ଗିତରେ ପୋଲିସ କାର୍ଯ୍ୟ କରୁଛି ଏବଂ ଅପରାଧୀମାନଙ୍କୁ ସୁରକ୍ଷା ଯୋଗାଉଛି।

ଏହି ପ୍ରତିନିଧି ଦଳରେ ବିଜେପି ନେତା ବିଭୂପ୍ରସାଦ ତରାଇ, ଦିଲୀପ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ଯାଜପୁର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ ଏବଂ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ସାମିଲ ଥିଲେ।

Related story