ରଣହୁଙ୍କାର ଦେଉଛି ବିଜେପି; ଆଜି କଳାହାଣ୍ଡି, କାଲି ବଲାଙ୍ଗୀର ବନ୍ଦ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମର୍ଡର ମିଷ୍ଟ୍ରିକୁ ନେଇ ତେଜୁଛି ରାଜନୀତି। ରାସ୍ତାକୁ ଓହ୍ଲାଇ ଗର୍ଜନ କରୁଛନ୍ତି ବିଜେପି କର୍ମୀ। ଏହି ମାମଲାରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ସିଂଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ରଣହୁଙ୍କାର ଦେଉଛି ବିଜେପି। ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଥିବା ବେଳେ ଆସନ୍ତାକାଲି  ଦଳ ପକ୍ଷରୁ ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।   ବିଜେପି […]

bjp

Niharika Rout
  • Published: Wednesday, 20 October 2021
  • , Updated: 20 October 2021, 01:52 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମର୍ଡର ମିଷ୍ଟ୍ରିକୁ ନେଇ ତେଜୁଛି ରାଜନୀତି। ରାସ୍ତାକୁ ଓହ୍ଲାଇ ଗର୍ଜନ କରୁଛନ୍ତି ବିଜେପି କର୍ମୀ। ଏହି ମାମଲାରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ସିଂଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ରଣହୁଙ୍କାର ଦେଉଛି ବିଜେପି।

ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଥିବା ବେଳେ ଆସନ୍ତାକାଲି  ଦଳ ପକ୍ଷରୁ ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।   ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।

ମମିତା ମର୍ଡର ମିଷ୍ଟ୍ରି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ଘନିଷ୍ଠ ଥିବା ଜଣାପଡ଼ିବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ତଥା ଗିରଫ କରିବା ଦାବି ଆଜି ଆହୁରି ଜୋର ଧରିଛି।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭବାନୀପାଟଣାସ୍ଥିତ ଘର ଉପରକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ଅଣ୍ଡାମାଡ଼ ହୋଇଛି।   ଗତକାଲି ମନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିଲା।

କଟକରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯିବା ସହି ରାସ୍ତାରୋକ କରାଯାଇଛି। କଟକ ନଗର ବିଜେପି ପକ୍ଷରୁ ବାଦାମବାଡ଼ିରେ ରାସ୍ତାରୋକ କରାଯାଇଛି। ଦଳୀୟ କର୍ମୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି।

ବଲାଙ୍ଗିର ଏସ୍‌ପି ଅଫିସ୍ ଆଗରେ AIDSO ପକ୍ଷରୁ ବିକ୍ଷୋଭ କରାଯାଇଛି। ସେମାନେ ବି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି କରିଛନ୍ତି। ସେହିପରି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ଗିରଫ ଦାବିରେ ବଲାଙ୍ଗିର ଏସ୍‌ପି ଅଫିସ୍ ଆଗରେ ବିଜେପି ମହିଳା ମୋର୍ଚ୍ଚା ବିକ୍ଷୋଭ କରିଛି। ସାଂସଦ ସଙ୍ଗୀତା ସିଂଦେଓଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ପୁରୀ ସିଂହଦ୍ୱାର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଗଠନ ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରାଯାଇଛି।

Related story