ଦଳର ନିର୍ବାଚିତ ପୌରାଧ୍ୟକ୍ଷ ଓ ଏନ୍‌ଏସି ଅଧ୍ୟକ୍ଷମାନଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ମେୟର, ପୌର ଓ ଏନଏସି ଅଧ୍ୟକ୍ଷମାନଙ୍କର ଦୁଇଦିନିଆ ସମ୍ମିଳନୀ ଆଜି ଶେଷ ହୋଇଥିବାବେଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ନବନିର୍ବାଚିତ ପୌର ଓ ଏନ୍‌ଏସି ଅଧ୍ୟକ୍ଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ନବନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଲୋକମାନେ ଯେଉଁ ଗୁରୁ ଦାୟିତ୍ୱ ଅର୍ପଣ କରିଛନ୍ତି, ସେହି ସୁଯୋଗକୁ ସଦବ୍ୟବହାର କରି ସେମାନଙ୍କର ଆସ୍ଥାଭାଜନ ହେବାକୁ ପରାମର୍ଶ ଦେଇଛନ୍ତି […]

BJP OFFICE

Ordigital Desk
  • Published: Tuesday, 26 April 2022
  • , Updated: 26 April 2022, 10:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ମେୟର, ପୌର ଓ ଏନଏସି ଅଧ୍ୟକ୍ଷମାନଙ୍କର ଦୁଇଦିନିଆ ସମ୍ମିଳନୀ ଆଜି ଶେଷ ହୋଇଥିବାବେଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ନବନିର୍ବାଚିତ ପୌର ଓ ଏନ୍‌ଏସି ଅଧ୍ୟକ୍ଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ନବନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଲୋକମାନେ ଯେଉଁ ଗୁରୁ ଦାୟିତ୍ୱ ଅର୍ପଣ କରିଛନ୍ତି, ସେହି ସୁଯୋଗକୁ ସଦବ୍ୟବହାର କରି ସେମାନଙ୍କର ଆସ୍ଥାଭାଜନ ହେବାକୁ ପରାମର୍ଶ ଦେଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ନବନିର୍ବାଚିତ ପୌର ଓ ଏନଏସି ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ମହାନ୍ତିି କହିଛନ୍ତି ଯେ, ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ସହରାଂଚଳ ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତିି । ଏହା ବ୍ୟତୀତ ବିଭିନ୍ନ ବିକାଶମୁଳକ ଯୋଜନାର ଶୁଭାରମ୍ଭ କରିଛନ୍ତି । ସହରାଂଚଳର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ୧୪ଦଶ ଏବଂ ୧୫ଦଶ ଅର୍ଥ କମିଶନ ସୁପାରିଶକ୍ରମେ ମୋଦି ସରକାର ବ୍ୟାପକ ମାତ୍ରାରେ ଆର୍ଥିକ ଅନୁଦାନ ସିଧାସଳଖ ମ୍ୟୁନିସିପାଲିଟି ଏବଂ ଏନଏସିକୁ ପ୍ରଦାନ କରୁଛନ୍ତିି । କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ଏବଂ କେନ୍ଦ୍ରୀୟ ଆର୍ଥିକ ଅନୁଦାନର ସଠିକ ବ୍ୟବହାର କରି ଲୋକଙ୍କ ଆବଶ୍ୟକତାକୁ ପୁରଣ କରିବା ପାଇଁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଏନଏସି ଅଧ୍ୟକ୍ଷା ମମତା ଦେବୀ ଜୈନ, ସୋର ପୌରାଧ୍ୟକ୍ଷ ମାଧବ ଧଡା,କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ରମ୍ଭା ଏନଏସି ଅଧ୍ୟକ୍ଷା ମାନସୀ ସ୍ୱାଇଁ, ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷ ନିକୁ ସାହୁ, ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ ନାଏକ, ଉଦଲା ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକ, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ସୋନିଆ ଗୋଲ୍ଡି ଅଗ୍ରୱାଲ ଓ ସୁନ୍ଦରଗଡ ପୌରାଧ୍ୟକ୍ଷା ତନୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ରାଜ୍ୟ ସଂଗଠନ ସଂପାଦକ ମାନସ କୁମାର ମହାନ୍ତିିଙ୍କ ସମେତ ଅନିତା ଶୁଭଦର୍ଶିନୀ, ଗୋଲକ ମହାପାତ୍ର, ଠାକୁର ରଣଜିତ୍ ଦାସ, ଦିଲୀପ ମଲ୍ଲିକ ଓ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Related story