ସରକାରଙ୍କୁ ୭୨ ଘଣ୍ଟା ସମୟ ଦେଲା ବିଜେପି

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଧାନ କିଣା ସମସ୍ୟା ଦୂର ପାଇଁ ରାଜ୍ୟ ସରକାରଙ୍କୁ ବିଜେପି ୭୨ ଘଣ୍ଟା ସମୟ ଦେଇଛି। ନିର୍ଦ୍ଧାରିତ ସମୟ ଭିତରେ ରାଜ୍ୟ ସରକାର ଓ ଆର୍‌ଡିସି ଚାଷୀଙ୍କ ଦାବି ପୂରଣ ନକଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଉତ୍ତରାଞ୍ଚଳ ଆରଡିସିଙ୍କ ସହିତ ଆଲୋଚନା କରିବା ପରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି-“ଧାନ ସଂଗ୍ରହ ସମସ୍ୟାକୁ ଆମେ ୨ […]

jaynarayan

Manoranjan Sial
  • Published: Friday, 22 January 2021
  • , Updated: 22 January 2021, 05:53 PM IST

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଧାନ କିଣା ସମସ୍ୟା ଦୂର ପାଇଁ ରାଜ୍ୟ ସରକାରଙ୍କୁ ବିଜେପି ୭୨ ଘଣ୍ଟା ସମୟ ଦେଇଛି। ନିର୍ଦ୍ଧାରିତ ସମୟ ଭିତରେ ରାଜ୍ୟ ସରକାର ଓ ଆର୍‌ଡିସି ଚାଷୀଙ୍କ ଦାବି ପୂରଣ ନକଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଉତ୍ତରାଞ୍ଚଳ ଆରଡିସିଙ୍କ ସହିତ ଆଲୋଚନା କରିବା ପରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଶ୍ରୀ ପୂଜାରୀ କହିଛନ୍ତି-“ଧାନ ସଂଗ୍ରହ ସମସ୍ୟାକୁ ଆମେ ୨ ଭାଗରେ ବିଭକ୍ତ କରିଦେଇଛୁ। କିଛି ସମସ୍ୟା ଆର୍‌ଡିସି ସମାଧାନ କରିପାରିବେ ଓ ଆଉ କିଛି ସରକାର। ତାଙ୍କ ସ୍ତରରେ ଥିବା କାର୍ଯ୍ୟ ସମାଧାନ ନେଇ ଆର୍‌ଡିସି ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ସ୍ତରରେ ଥିବା ସମସ୍ୟା ନେଇ ଆର୍‌ଡିସି ଜଣାଇଛନ୍ତି। ଆର୍‌ଡିସି ଜଣାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କଠାରୁ କିଛି ସୂଚନା ମିଳିନି। ସମସ୍ୟା ସମାଧାନ ପାଇଁ ଆମେ ସରକାରଙ୍କୁ ୭୨ ଘଣ୍ଟା ସମୟ ଦେଇଛୁ। ଆଲୋଚନା ସକାରାତ୍ମକ ରହିଛି। ଚାଷୀଙ୍କ ସମସ୍ୟା ରାଜ୍ୟ ସରକାର ମାନି ନେବେ ବୋଲି ଆଶାବାଦୀ ରହିଛୁ।”

ଜୟନାରାୟଣ ମିଶ୍ର କହିଛନ୍ତି-“୭୨ ଘଣ୍ଟା ଭିତରେ ଚାଷୀଙ୍କ ଦାବି ପୂରଣ ନହେଲେ ୨୫ ତାରିଖରେ ଏକ ବୈଠକ ବସିବ। ଏଥିରେ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ବର୍ତ୍ତମାନ ଆମର ଆନ୍ଦୋଳନ ବନ୍ଦ ହୋଇନାହିଁ। ୭୨ ଘଣ୍ଟା ପାଇଁ ଆନ୍ଦୋଳନ ସ୍ଥଗିତ ରଖାଯାଇଛି।

ଚାଷୀଙ୍କ ସମସ୍ୟା ନେଇ ଆର୍‌ଡିସିଙ୍କ ସହିତ ସାଂସଦ ସୁରେଶ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ନାଉରୀ ନାଏକ, କେଭି ସିଂଦେଓ ଓ ରବି ନାଏକଙ୍କ ପ୍ରମୁଖ ଆଲୋଚନା କରିଥିଲେ। ପ୍ରାୟ  ଘଣ୍ଟାଏରୁ ଅଧିକ ସମୟ ଧରି ହୋଇଥିଲା ଏହି ଆନ୍ଦୋଳନ।

ଧାନ କିଣା ପ୍ରସଙ୍ଗକୁ ନେଇ ଗତକାଲିଠାରୁ ସମ୍ବଲପୁର ଟାଉନଥାନାରେ ଧାରଣାରେ ବସିଥିଲେ ବିଜେପି ପ୍ରତିନିଧି ଦଳ। ରାଜ୍ୟରେ ଦେଖା ଦେଇଥିବା ଧାନ କିଣା ସମସ୍ୟାକୁ ନେଇ ଏହି ଆନ୍ଦୋଳନ କରୁଛି ବିଜେପି।  ଟୋକନ ଅବ୍ୟବସ୍ଥା, ଧାନକିଣାରେ କଟ୍‌ନି ଛଟନି, ବଳକା ଧାନକୁ ନେଇ ଆନ୍ଦୋଳନ ଚଳାଇଛନ୍ତି ବିଜେପି ନେତା ଓ କର୍ମୀ। ଗତକାଲି ଏହି ପ୍ରସଙ୍ଗକୁ ନେଇ ବିଜେପି ନେତା ଓ କର୍ମୀ ବିଶାଳ ସମାବେଶ କରିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଆର୍‌ଡିସି ଅଫିସ ଘେରାଉ ବେଳେ ଏମାନଙ୍କୁ ଗିରଫ କରାଯାଇଥିଲା।

Related story