ବିଜେପି ଜନଜାତି ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ବିଜେପି ଜନଜାତି ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ। ଦୁଇଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକାରିଣୀ ଆଜି ଉଦଘାଟିତ ହୋଇଛି। କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗ ଦେଇଛନ୍ତି। କାର୍ଯ୍ୟକାରିଣୀରେ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଓ ଏହାର କାର୍ଯ୍ୟକାରିତା ନେଇ ଆଲୋଚନା ହେବ।  ଏହା ସହ କାର୍ଯ୍ୟକାରିଣୀରେ ରାଜ୍ୟରେ ଜନଜାତିଙ୍କୁ ଘରଡିହ […]

bja3

Rakesh Mallick
  • Published: Tuesday, 16 June 2015
  • , Updated: 16 June 2015, 07:32 AM IST

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ବିଜେପି ଜନଜାତି ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ। ଦୁଇଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକାରିଣୀ ଆଜି ଉଦଘାଟିତ ହୋଇଛି। କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗ ଦେଇଛନ୍ତି। କାର୍ଯ୍ୟକାରିଣୀରେ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଓ ଏହାର କାର୍ଯ୍ୟକାରିତା ନେଇ ଆଲୋଚନା ହେବ।  ଏହା ସହ କାର୍ଯ୍ୟକାରିଣୀରେ ରାଜ୍ୟରେ ଜନଜାତିଙ୍କୁ ଘରଡିହ ପଟ୍ଟା ନ ମିଳିବା, ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମୁଲ୍ୟ ନ ମିଳିବା, ସଂରକ୍ଷଣ ଆଇନ ଅନୁସାରେ ଆଦିବାସୀଙ୍କୁ ନିଯୁକ୍ତି ନମିଳିବା ପରି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ଚିଠା ପ୍ରସ୍ତାବ ଆଗତ କରାଯିବ।

Related story