ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜୟ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢୁଛି। ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ନିଷିଦ୍ଧାଞ୍ଚଳ ଭିତରେ ଗାତ ଖୋଳାକୁ ରାଜ୍ୟର ବିଭିନ୍ନ ସଙ୍ଗଠନ ବିରୋଧ କରୁଥିବା ବେଳେ ଆଜି ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଗଣମାଧ୍ୟମକୁ ସୂଚନା ଦେଇ ବିଜୟ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପାଖରେ ୨୦ ଫୁଟ ଗାତ ଖୋଳିଲେ ଶ୍ରୀମନ୍ଦିର ଓ ମେଘନାଦ ପ୍ରାଚୀର ପ୍ରତି ବିପଦ […]

Bijay-Mohapatra-and-jaganna

Manoranjan Sial
  • Published: Saturday, 12 March 2022
  • , Updated: 12 March 2022, 06:30 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢୁଛି। ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ନିଷିଦ୍ଧାଞ୍ଚଳ ଭିତରେ ଗାତ ଖୋଳାକୁ ରାଜ୍ୟର ବିଭିନ୍ନ ସଙ୍ଗଠନ ବିରୋଧ କରୁଥିବା ବେଳେ ଆଜି ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

ଗଣମାଧ୍ୟମକୁ ସୂଚନା ଦେଇ ବିଜୟ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପାଖରେ ୨୦ ଫୁଟ ଗାତ ଖୋଳିଲେ ଶ୍ରୀମନ୍ଦିର ଓ ମେଘନାଦ ପ୍ରାଚୀର ପ୍ରତି ବିପଦ ସୃଷ୍ଟି ହେବ। ତେଣୁ ପରିକ୍ରମା ଯୋଜନା ଏବେ ବିବାଦ ଘେରକୁ ଆସିଛି। ଶ୍ରୀମନ୍ଦିର ପ୍ରତି ବିପଦ ଦେଖା ଦେଲେ ସମସ୍ତଙ୍କ ସ୍ୱର ଶାଣିତ ହେବ। ଜିଲ୍ଲାପାଳ ଅଧା କଥା କହି ଅଧା ଲୁଚାଉ ଛନ୍ତି।”

ସେ ଆହୁରି କହିଛନ୍ତି, ଅଗଷ୍ଟ ୧୭ ତାରିଖରେ NMA ସାମ୍ନାରେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକଳ୍ପନା ଯୋଜନାର ଏକ ପ୍ରେଜେଣ୍ଟସେନ୍‌ ଦେଇଥିଲେ। ଏହାପରେ ପ୍ରକଳ୍ପ ନିର୍ମାଣ ପାଇଁ ସର୍ତ୍ତ ମୂଳକ ଅନୁମତି ଦେଇଥିଲେ NMA। ତେବେ ସର୍ତ୍ତରେ କଣ କଣ ରହିଥିଲା? ତାହା ଗଣମାଧ୍ୟମ ସାମ୍ନାରେ ଅଧା କହିଲେ ଜିଲ୍ଲାପାଳ। ତେଣୁ ଜିଲ୍ଲାପାଳଙ୍କ ବିବୃତି ସନ୍ଦେହ ସୃଷ୍ଟି କରିଛି। ୨୦ ଫୁଟ୍‌ ଗାତ ଖୋଳିବା ଏହି ସନ୍ଦେହକୁ ଅଧିକ ଘନୀଭୂତ କରିଛି ବୋଲି ବିଜୟ ମହାପାତ୍ର କହିଛନ୍ତି।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଘଟଣା: ଦ୍ୱନ୍ଦ୍ୱ ବଢ଼ାଇଲା NMA ଓ ASI ଡିଜିଙ୍କ ଚିଠି

ଶ୍ରୀ ମହାପାତ୍ର କହିଛନ୍ତି, “ଏକ ବିଶେଷଜ୍ଞ କମିଟି ଗଠନ କରି ୧୫ ଦିନ ଭିତରେ ରିପୋର୍ଟକୁ ସାର୍ବଜନୀନ କରାଯାଉ। ପ୍ରକଳ୍ପ କେଉଁ ମଡେଲରେ ହେବ, ତାହା ସାର୍ବଜନୀନ ହେଉ। ଠିକାଦାର ପ୍ରୀତି ନରହୁ। ଯେଉଁମାନେ ଏହି କାର୍ଯ୍ୟର ଦାୟିତ୍ୱରେ ରହିଛନ୍ତି, ସେମାନେ ଚକ୍ରାନ୍ତ କରୁଛନ୍ତି। ପୁରୀ ଜିଲ୍ଲାପାଳ ଯେବେ ସାମ୍ବାଦିକ ସମ୍ମିଳନୀ କଲେ ସେହି ସମୟରେ କାହିଁକି ASIର ଦୁଇ ଅଧିକାରୀଙ୍କୁ ବସାଇଲେ ନାହିଁ? ଯଦି ମନ୍ଦିର ପ୍ରତି କିଛି ବିପଦ ହୁଏ, ତେବେ ASI ମଧ୍ୟ ଦାୟୀ ରହିବ। ଶ୍ରୀମନ୍ଦିର ପରିଚାଳନା କେମିତି ହେଉଛି? ତାହାର ବାର୍ଷିକ ରିପୋର୍ଟ ବିଧାନସଭାକୁ ଦୀର୍ଘ ୨୦ ବର୍ଷ ହେବ ଦିଆଯାଇନାହିଁ।”

ବିଜୟଙ୍କ ଅଭିଯୋଗ ଉପରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ କି ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ।

Related story