ବିଷ୍ଣୁ କହିଲେ, ସମସ୍ତେ ହରିବୋଲ ପକାଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ହରିବୋଲ୍‌… ହରିବୋଲ…। ଗଣମାଧ୍ୟମ ଆଗରେ ବିରୋଧୀଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଆଜି ଏପରି ହରିବୋଲ ପକାଇଲେ। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ହରିବୋଲ ପକାଇବାକୁ ପରାମର୍ଶ ମଧ୍ୟ ଦେଲେ। ବିଷ୍ଣୁଙ୍କର ଏପରି ଅବତାର ଦେଖି ଗଣମାଧ୍ୟମ ପ୍ରତିଧିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଘଟଣାଟି ଏମିତି ଥିଲା। ଧାନ କିଣା ନେଇ ବିଧାନସଭାରେ ଆଜି ବିରୋଧୀମାନେ ହଙ୍ଗାମା କହିଥିଲେ। ଯାହାଫଳରେ ବାଚସ୍ପତି ଗୃହକୁ ବାରମ୍ୱାର ମୁଳତବୀ ରଖିଥିଲେ। ବିଧାନସଭାରୁ ବାହାରିବା ପରେ ବିଷ୍ଣୁ ସେଠୀ ଗଣମାଧ୍ୟମ […]

bishnu-sethi-sing-song

Manoranjan Sial
  • Published: Tuesday, 25 February 2020
  • , Updated: 25 February 2020, 04:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ହରିବୋଲ୍‌… ହରିବୋଲ…। ଗଣମାଧ୍ୟମ ଆଗରେ ବିରୋଧୀଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଆଜି ଏପରି ହରିବୋଲ ପକାଇଲେ। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ହରିବୋଲ ପକାଇବାକୁ ପରାମର୍ଶ ମଧ୍ୟ ଦେଲେ। ବିଷ୍ଣୁଙ୍କର ଏପରି ଅବତାର ଦେଖି ଗଣମାଧ୍ୟମ ପ୍ରତିଧିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ଘଟଣାଟି ଏମିତି ଥିଲା। ଧାନ କିଣା ନେଇ ବିଧାନସଭାରେ ଆଜି ବିରୋଧୀମାନେ ହଙ୍ଗାମା କହିଥିଲେ। ଯାହାଫଳରେ ବାଚସ୍ପତି ଗୃହକୁ ବାରମ୍ୱାର ମୁଳତବୀ ରଖିଥିଲେ। ବିଧାନସଭାରୁ ବାହାରିବା ପରେ ବିଷ୍ଣୁ ସେଠୀ ଗଣମାଧ୍ୟମ ସମ୍ମୁଖକୁ ଆସିଥିଲେ। ଆଉ ତା’ପରେ ଗାଇଥିଲେ ଗୀତ।

ସେ ଗାଇଛନ୍ତି, “ଚାଷୀ ମରେ ଓଡ଼ିଶାରେ ସୁଜନେ ହୋ… ଚାଷୀ ମରେ ଓଡ଼ିଶାରେ। କ୍ଷମତା ନିଶାରେ ମୁଖିଆ ଶୋଇଛି। ହରିବୋଲ… ହରିବୋଲ…। ସମସ୍ତେ ହରିବୋଲ ପକାଅ। କ୍ଷମତା ନିଶାରେ ମୁଖିଆ ଶୋଇଛି… ଆଇନ୍‌ ଚାଲେ ବାଟରେ ହୋ ଆଇନ୍‌ ଚାଲେ ବାଟରେ। ଚାଷୀମରେ ସୁଜନେ ହୋ ଚାଷୀ ମରେ ସୁଜନେ…।”

ଗୀତ ଗାଇସାରିବା ପରେ ବିଷ୍ଣୁ ସେଠୀ ରାଇଜ ମୁଖିଆଙ୍କ ଉପରେ ବର୍ଷିଥିଲେ। କହିଥିଲେ, ଚାଷୀ କୋଳ ଆଜି ଚିନ୍ତାରେ ପଡ଼ିଯାଇଛି। ପଞ୍ଜିକୃତ ହୋଇନଥିବା ଚାଷୀମାନେ ବର୍ଷାରେ ଓଦା ହୋଇ ଅନାଇ ବସିଛନ୍ତି। ହେଲେ ସେମାନଙ୍କ ବର୍ଷକର ଉପାର୍ଜିତ ଧାନ ଆଜି ପର୍ଯ୍ୟନ୍ତ ବିକ୍ରି ହୋଇପାରୁନି। ଧାନ ବିକ୍ରି ହୋଇନପାରିବାରୁ ଚାଷୀ ଆଖିରୁ ଲୁହ ଝରୁଛି। ଆଉ ଆମ ମୁଖିଆ ନିଘୋଡ଼ ନିଦରେ ଶୋଇଛନ୍ତି। ୫ ପାଳି ଅର୍ଥାତ ୨୦ ବର୍ଷ ବିତିବାକୁ ବସିଲାଣି। ହେଲେ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ ବୋଲି ବିଷ୍ଣୁ କହିଛନ୍ତି।

https://youtu.be/lNq2ETNpvDU

Related story