ବିଜେଡି ନେତ୍ରୀଙ୍କ ଆତ୍ମାହୁତି ଘଟଣାରେ ବିଜେଡିକୁ ଟାର୍ଗେଟ କଲେ ଲେଖାଶ୍ରୀ

ଭୁବନେଶ୍ୱର: ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛି ବିଜେପି। ମୋ ସରକାର ଏବଂ ଫାଇଭ୍ ଟି’କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ମିନାକ୍ଷୀ ଜଣେ ବିଜେଡି ନେତ୍ରୀ। ଏହା ସତ୍ତ୍ୱେ ନ୍ୟାୟ ପାଇଁ ଲଢେଇ କରି ସେ ହାରି ଯାଇଛନ୍ତି। ଶେଷରେ ସେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ […]

lekha-1

Tapas Behera
  • Published: Thursday, 13 February 2020
  • , Updated: 13 February 2020, 04:40 PM IST

ଭୁବନେଶ୍ୱର: ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛି ବିଜେପି। ମୋ ସରକାର ଏବଂ ଫାଇଭ୍ ଟି’କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ମିନାକ୍ଷୀ ଜଣେ ବିଜେଡି ନେତ୍ରୀ। ଏହା ସତ୍ତ୍ୱେ ନ୍ୟାୟ ପାଇଁ ଲଢେଇ କରି ସେ ହାରି ଯାଇଛନ୍ତି। ଶେଷରେ ସେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଘଟଣା ନିନ୍ଦନୀୟ । ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ତଦନ୍ତ କରନ୍ତୁ ବୋଲି ଲେଖାଶ୍ରୀ ଦାବି କରିଛନ୍ତି।

ଗତକାଲି ବ୍ରହ୍ମପୁର ଏସପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର। ପୁଲିସକୁ ନ୍ୟାୟ ମାଗି ବିଫଳ ହେବାରୁ ହତାଶ ହୋଇ ଶେଷରେ ସେ ଏଭଳି ପନ୍ଥା ଗ୍ରହଣ କରିଥିବା ଅଭିଯୋଗ କରିଥିଲେ ।

ଲେଖାଶ୍ରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି,  କୌଣସି ସରକାରୀ କିମ୍ବା ପୁଲିସ ପ୍ରଶାସନର ସାହାଯ୍ୟ ପାଇବେ ନାହିଁ ବୋଲି ଅନୁଭବ କରି ମୀନାକ୍ଷି ଏପରି ଏକ ପଦକ୍ଷେପ ନେଇଛନ୍ତି। ଯଦି ବିଜେଡିର ନେତ୍ରୀ ହୋଇ ମଧ୍ୟ ସେ ନ୍ୟାୟ ପାଇ ପାରୁ ନାହାନ୍ତି ତେବେ ଅନ୍ୟମାନେ କିପରି ନ୍ୟାୟ ପାଉଥିବେ ବୋଲି ପ୍ରଶ୍ନ କରିଛନ୍ତି। ମିନାକ୍ଷୀଙ୍କର ଏପରି ପରିସ୍ଥିତି ପାଇଁ  ରାଜ୍ୟ ସରକାର, ପୁଲିସ ଏବଂ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି। ବିଜେପିର ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Related story