‘ବିଜେଡି ଚକ୍ରାନ୍ତରେ ଫସିଗଲେ ଅଶୋକ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟ୍‌କା। ପ୍ରଚାର ସରିବାକୁ ଆଉ ୭ ଦିନ ବାକି ଥିବାବେଳେ ଦଳ ଛାଡ଼ିଛନ୍ତି ପୁରୁଖା ନେତା ଅଶୋକ ପାଣିଗ୍ରାହୀ। ସେ ଇସ୍ତଫା ପୂର୍ବରୁ ଦଳ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ତେବେ ଏହାକୁ ନେଇ ରାଜନୀତି ମହଲରେ ଆଲୋଚନା ଜୋର ଧରିଥିବା ବେଳେ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ବିଜେଡି ଚକ୍ରାନ୍ତରେ ଫସି ସେ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି-“୨୦୧୮ ଉପନିର୍ବାଚନରେ ତାଙ୍କ ଉପରେ ଭରସା […]

bjp-leader-pradeep-target-bjd

Manoranjan Sial
  • Published: Saturday, 12 October 2019
  • , Updated: 12 October 2019, 08:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟ୍‌କା। ପ୍ରଚାର ସରିବାକୁ ଆଉ ୭ ଦିନ ବାକି ଥିବାବେଳେ ଦଳ ଛାଡ଼ିଛନ୍ତି ପୁରୁଖା ନେତା ଅଶୋକ ପାଣିଗ୍ରାହୀ। ସେ ଇସ୍ତଫା ପୂର୍ବରୁ ଦଳ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ତେବେ ଏହାକୁ ନେଇ ରାଜନୀତି ମହଲରେ ଆଲୋଚନା ଜୋର ଧରିଥିବା ବେଳେ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ବିଜେଡି ଚକ୍ରାନ୍ତରେ ଫସି ସେ ଇସ୍ତଫା ଦେଇଛନ୍ତି।

ସେ କହିଛନ୍ତି-“୨୦୧୮ ଉପନିର୍ବାଚନରେ ତାଙ୍କ ଉପରେ ଭରସା କରି ବିଜେପି ପ୍ରାର୍ଥୀ କରିଥିଲା। ତାଙ୍କ ପାଇଁ ବହୁ ପୁରୁଖା ବିଜେପି କର୍ମୀ ଅସନ୍ତୋଷରେ ଦଳ ଛାଡ଼ିଥିଲେ। ଏବେ ଭୁବନେଶ୍ୱର ଯାଇ ବିଜେଡି ନେତାଙ୍କ ସହ ଆଲୋଚନା କରିଛନ୍ତି। ବିଜେଡି ନେତାଙ୍କ ଚକ୍ରାନ୍ତରେ ଫସି ସେ ବିଜେପିରୁ ଇସ୍ତଫା ଦେଇଛନ୍ତି। ଅଶୋକଙ୍କ ଇସ୍ତଫା ଯୋଗୁ ବିଜେପି ଉପରେ କିଛି ପ୍ରଭାବ ପଡ଼ିବନି। ପରନ୍ତୁ, ତାଙ୍କ ପାଇଁ ଦଳ ଛାଡ଼ିଥିବା ବହୁ ନେତା ଓ କର୍ମୀ ପୁଣି ଫେରିବେ।”

ଏହାର ଜବାବ ରଖିଛି ବିଜେଡି। ଦଳର ସଧାରଣ ସଂପାଦକ ସଂଜୟ ଦାଶବର୍ମା କହିଛନ୍ତି-“ବିଜେପି ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି। ଏହାର ପ୍ରଭାବ ନିଶ୍ଚିତ ବିଜେପୁର ଉପନିର୍ବାଚନରେ ପଡ଼ିବ।”

୨୦୧୮ ଉପ-ନିର୍ବାଚନ ସମୟରେ ବିଜେପିରେ ସାମିଲ ହୋଇ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ। ଆଉ ଏବେ ପଦ୍ମ ଦଳକୁ ବାଏ ବାଏ କରିଛନ୍ତି। ଆଉ ଗଲା ବେଳକୁ ଦଳ ଉପରେ ଅସନ୍ତୋଷ ଝାଡିଛନ୍ତି। ଦଳ ତାଙ୍କୁ ଅଣ ଦେଖାକରିବା ସହ ଗୁରୁତ୍ୱ ମଧ୍ୟ ଦେଲାନି ବୋଲି ଅଶୋକ ଅଭିଯୋଗ କରିଛନ୍ତି। ଏ ନେଇ ଦଳୀୟ ସଭାପତିଙ୍କୁ ଅଶୋକ ଇସ୍ତପଫାପତ୍ର ପଠାଇଛନ୍ତି। ତେବେ ନିଜର ପୁରୁଣା ଦଳ ବିଜେଡିକୁ ଯିବା ସମ୍ଭାବନା ନହିଁ ବୋଲି ଅଶୋକ କହିଛନ୍ତି। ଏଥିପାଇଁ ସଙ୍ଗଠନ ଦାୟିତ୍ୱରେ ଥିବା ନେତାଙ୍କୁ ସେ ଦାୟୀ କରିଛନ୍ତି। ତେବେ ନିର୍ବାଚନରେ ତାଙ୍କର କଣ ହେବ ଭୂମିକା, ସେ କାର୍ଡ ଖୋଲି ନାହାଁନ୍ତି ଅଶୋକ।

Related story